ଦେଶ ବିଦେଶ ମନୋରଞ୍ଜନ

ବିଗ୍ ବି ଅମିତାଭ ବଚ୍ଚନଙ୍କ ସମେତ ୭ଜଣଙ୍କ ବିରୋଧରେ ଅଭିଯୋଗ ଦାୟର : ଜାଣନ୍ତୁ ପୂରା ଖବର

ମୁଜାଫରପୁର ୨୭/୧୧: ଧାର୍ମିକ ଭାବନାକୁ କୁଠାରଘାତ କରିବା ଅଭିଯୋଗରେ ସିକନ୍ଦରପୁର ବାସିନ୍ଦା ଆଚାର୍ଯ୍ୟ ଚନ୍ଦ୍ରକିଶୋର ପାରାଶର ସିଜେଏମ୍ କୋର୍ଟରେ ଅଭିଯୋଗ କରିଛନ୍ତି। ଏଥିରେ ଅଭିନେତା ଅମିତାଭ ବଚ୍ଚନ,ଏକ ଟିଭି କୁଇଜ ଶୋର ନିର୍ଦେଶକ ଅରୁଣେଶ କୁମାର,ରାହୁଲ ବର୍ମା,ଟିଭି ଚ୍ୟାନେଲର ଅଧ୍ୟକ୍ଷ ମନଜିତ ସିଂହ,ସିଇଓ ଏନପି ସିଂହ ଏବଂ ପ୍ରତିଭାଗୀ ବେଜବାଡ଼ା ଓ୍ବିଲସନ ସମେତ ୭ଜଣଙ୍କ ନାଁ ସାମିଲ ରହିଛି। ଅଭିଯୋଗ ଉପରେ ପରବର୍ତ୍ତୀ ଶୁଣାଣି ପାଇଁ ଡିସେମ୍ବର ୩ତାରିଖରେ ସମୟ ଧାର୍ଯ୍ୟ କରାଯାଇଛି। ଏହି ଅଭିଯୋଗକୁ ମାମଲା ଭାବରେ ନିଆଯିବ କି ନାହିଁ ଏହାର ନିଷ୍ପତ୍ତି ଡିସେମ୍ବର ୩ତାରିଖରେ ହେବ।

ଆଚାର୍ଯ୍ୟ ଚନ୍ଦ୍ରକିଶୋର ପାରଶର ଅଭିଯୋଗ କରିଛନ୍ତି ଯେ ଶୋରେ ପ୍ରତିଯୋଗୀଙ୍କୁ ଧର୍ମଶାସ୍ତ୍ର ସହ ସମ୍ବନ୍ଧିତ ଏକ ପ୍ରଶ୍ନ ପଚରାଯାଇଥିଲା। ପ୍ରଶ୍ନ ଏବଂ ବିକଳ୍ପରେ ଦିଆଯାଇଥିବା ଉତ୍ତର ବିବାଦୀୟ ଥିଲା। ଯାହା ଦ୍ବାରା ଧାର୍ମିକ ଭାବନାକୁ ଆଘାତ ପହଞ୍ଚିଥିଲା।

ଅକ୍ଟୋବର ୩୦ତାରିଖରେ ଅମିତାଭ ବଚ୍ଚନଙ୍କୁ ଏକ ପ୍ରଶ୍ନ ପଚରାଯାଇଥିଲା ଯେ ୧୯୨୭ମସିହା ଡିସେମ୍ବର ୨୫ତାରିଖରେ ଡା,ଭୀମରାଓ ଆମ୍ବେଦକରଙ୍କ ଅନୁଯାୟୀ କେଉଁ ଧର୍ମଗ୍ରନ୍ଥର ସ୍ଲିପ୍ସ ଜଳାଇଥିଲେ? ଏହାର ୪ଟି ବିକଳ୍ପ ଦିଆଯାଇଥିଲା,ଯେଉଁଥିରେ A. ବିଷ୍ଣୁପୁରାଣ, B. ଭାଗମତ ଗୀତା, C. ଋକବେଦ ଏବଂ D. ମନୁସ୍ମୃତି ଦିଆଯାଇଥିଲା।

ଏହି ପ୍ରଶ୍ନକୁ ନେଇ ଚନ୍ଦ୍ରକିଶୋର ଅଭିଯୋଗ କରିଛନ୍ତି ଯେ ଜାଣିଶୁଣି ହିନ୍ଦୁ ଭାବନାକୁ ଆଘାତ ପହଞ୍ଚାଇବା ପାଇଁ ଶୋରେ ଏଭଳି ପ୍ରଶ୍ନ ସେଟ୍ କରାଯାଇଛି।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ