ମୁମ୍ୱାଇ ୦୪/୦୧: ଅଭିନେତା ଅମିତାଭ ବଚ୍ଚନଙ୍କ ବଙ୍ଗଳା ‘ପ୍ରତୀକ’ର କାନ୍ଥ ଭାଙ୍ଗିବାରେ ବିଳମ୍ବ ହେଉଛି । ଏହି କାରଣରୁ ମହାରାଷ୍ଟ୍ର ଲୋକାୟୁକ୍ତ ଜଷ୍ଟିସ୍ ଭି ଏମ କାନାଡେ ବିଏମିସ ଉପରେ ଖୁବ୍ ବର୍ଷିଛନ୍ତି । ଗତ ମାସରେ ବିଏମସି କହିଥିଲା ଯେ ରାସ୍ତାର ପ୍ରଶସ୍ତିକରଣ ପାଇଁ କୌଣସି କଣ୍ଟ୍ରାକ୍ଟର ନ ଥିବାରୁ ଏହା ‘ପ୍ରତୀକ୍ଷା’ ଅଧୀନରେ ଥିବା ପ୍ଲଟକୁ ନିଜ ଅଧିନକୁ ଆଣିପାରିନି ।
ବିଏମସି କହିଛି ଯେ ଆସନ୍ତା ବର୍ଷରେ ଯେତେବେଳେ ଜଣେ କଣ୍ଟ୍ରାକ୍ଟର ନିଯୁକ୍ତ ହେବେ, ସେତେବେଳେ ଏହା ଘର କାନ୍ଥକୁ ଭାଙ୍ଗି ଜମି ଅଧିଗ୍ରହଣ କରିବ । ତାଙ୍କ ଆଦେଶରେ ଜଷ୍ଟିସ କାନାଡେ କହିଛନ୍ତି, “ମୋ ମତରେ, ବିଏମସି ପାଚେରୀ ଭାଙ୍ଗି ନଯିବାର କାରଣ ସଠିକ୍ ଦେଖାଯାଉ ନାହିଁ । ଯେତେବେଳେ ବି ଏକ ସଡ଼କ ପ୍ରଶସ୍ତିକରଣ ପ୍ରକଳ୍ପ ନିଆଯାଏ, ସେତେବେଳେ ବିଏମସି ଦ୍ୱାରା ପର୍ଯ୍ୟାପ୍ତ ବଜେଟ୍ ବ୍ୟବସ୍ଥା କରାଯାଏ । ଏଥିରୁ ଜଣାପଡୁଛି ବିଏମସି ଅଯଥା ବାହାନା କରି ପାଚେରୀ ଭାଙ୍ଗିବାରେ ବିଳମ୍ବ କରୁଛି ।

