ମନୋରଞ୍ଜନ

ବିଗ୍ ବସ୍ OTTରେ ରୋମାନ୍ସରେ ମାତିଛନ୍ତି ରାକେଶ ଓ ଶମିତା: ଖୁଲମ୍ ଖୁଲା କହୁଛନ୍ତି ‘ମୋତେ କିସ୍ କର’

ନୂଆଦିଲ୍ଲୀ ୨୯/୦୮: ବିଗ୍ ବସ୍ OTT ପ୍ଲାଟଫର୍ମ ଅନେକ କାରଣରୁ ଚର୍ଚ୍ଚାରେ ରହିଛି । ସେଥିମଧ୍ୟରୁ ପ୍ରତିଯୋଗୀ ଶମିତା ଶେଟ୍ଟୀ ଏବଂ ରାକେଶ ବାପତଙ୍କ ମଧ୍ୟରେ ସମ୍ପର୍କ ଘନିଷ୍ଠତା ହେବାରେ ଲାଗିଛି । ଉଭୟ ଏକ କନେକସନ ଭାବରେ ବିଗବସ୍ କୁ ପ୍ରବେଶ କରିଥିଲେ । ହେଲେ ବର୍ତ୍ତମାନ ଗତ କିଛି ଏପିସୋଡରେ ଉଭୟ ପରସ୍ପର ସହିତ ଏକ ସ୍ୱତନ୍ତ୍ର ବନ୍ଧନ ସେୟାର କରୁଥିବାର ଦେଖିବାକୁ ମିଳିଥିଲା ​​। କେବଳ ଏତିକି ନୁହେଁ ଦୁହେଁ ପରସ୍ପର ପାଇଁ ଅତ୍ୟନ୍ତ ଭାବପ୍ରବଣ ହୋଇପଡିଛନ୍ତି।

ଶୋ’ର ଏକ କ୍ଲିପ୍ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହୋବାରେ ଲାଗିଛି । ଯେଉଁଥିରେ ଶମିତା ଶେଟ୍ଟୀ ରାକେଶ ବାପତଙ୍କୁ ତାଙ୍କ ଗାଲରେ ଚୁମ୍ବନ ଦେବାକୁ କହିଥିଲେ । ଭିଡିଓରେ ଆପଣ ଦେଖିପାରିବେ ଯେ ଶମିତା ରାକେଶଙ୍କୁ ରୋଷେଇ ଘରେ କିଛି ଶିଖାଉଛନ୍ତି । ଏହା ପରେ ଶମିତା ଡାଇନିଂ ଟେବୁଲ ଉପରେ ବସି କିଛି ଖାଉଛନ୍ତି। ଏହାରି ମଧ୍ୟରେ ରାକେଶ କହିଛନ୍ତି ଯେ ଆଉ କିଛି? ଶମିତା ତାଙ୍କୁ ରାଗିକି ଚାହଁନ୍ତି । ଏହା ଦେଖିବା ପରେ ରାକେଶ କୁହନ୍ତି ଆରେ ତୁମେ କାହିଁକି ରାଗୁଛ, ୟାର୍… ଏନେଇ ଶମିତା କୁହନ୍ତି, “ଏଠାକୁ ଆସ ଏବଂ ମୋତେ କିସ୍ କର” ଶମିତାଙ୍କ କଥା ଶୁଣି ରାକେଶ ତାଙ୍କ ପାଖକୁ ଯାଆନ୍ତି ଓ ତାଙ୍କ ଗାଲରେ କିସ୍ ଦିଅନ୍ତି ।

ହେଲେ ଶମିତା-ରାକେଶ ଶୋ’ରେ ସେମାନଙ୍କ ମଧ୍ୟରେ ବଢୁଥିବା ପ୍ରେମ ଦେଖି ଦର୍ଶକମାନେ ମଧ୍ୟ ଖୁସି ହୁଅନ୍ତି । ଯେତେବେଳେ ଏହି ଏପିସୋଡରେ ଦେଖିବାକୁ ମିଳିଥିଲା ​​ଯେ ଦିବ୍ୟ ଅଗ୍ରୱାଲ ଓ ରାକେଶଙ୍କ ସହ କିଛି କଥାବାର୍ତ୍ତା କରନ୍ତି, ସେତେବେଳେ ଶମିତା ଉଭୟଙ୍କୁ ଏକାଠି ଦେଖି ରାଗି ଯାଇଥିଲେ। ରାକେଶଙ୍କ ଉପରେ ନିଜର ଅସନ୍ତୋଷ ବ୍ୟକ୍ତ କରି କହିଥିଲେ ଯେ ମୁଁ ତୁମର ଗର୍ଲଫ୍ରେଣ୍ଡ ନୁହେଁ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ