ଦେଶ ବିଦେଶ ମନୋରଞ୍ଜନ

ବିଗ୍‌ ବସ୍‌-୧୪ର ଟିଆର୍‌ପି କମୁଛି

ବିଗ୍‌ ବସ୍‌ର ୧୩ତମ ସଂସ୍କରଣ ଟେଲିଭିଜନ୍‌ ସୋ’ର ସମସ୍ତ ରେକର୍ଡ ଭାଙ୍ଗିଥିବା ବେଳେ ୧୪ତମ ସଂସ୍କରଣ କିନ୍ତୁ ସେତେଟା ଦର୍ଶକୀୟ ଆଦୃତି ସାଉଁଟି ପାରିନି। ସୋ’ ଏବେ ତୃତୀୟ ସପ୍ତାହରେ ପହଞ୍ଚିଥିବା ବେଳେ ଏହାର ପ୍ରଥମ ଦୁଇ ସପ୍ତାହର ଟିଆର୍‌ପି ଆସି ସାରିଛି। ଶ୍ରେଷ୍ଠ ୫ଟି ସୋ’ରେ ଏଥର ବିଗ୍‌ବସ୍ ସାମିଲ ହୋଇପାରିନାହିଁ। ସୋ’କୁ ବରିଷ୍ଠମାନଙ୍କର ପ୍ରବେଶ କି ସୋ’ରେ ଟ୍ବିଷ୍ଟ୍‌ ଆଣିବା, କିଛି ବି ତରିକା ସୋ’ର ଭାଗ୍ୟ ବଦଳାଇ ପାରିନାହିଁ।
ତେବେ ସୋ’ର ଲୋକପ୍ରିୟତା କମିବାକୁ ନେଇ ବିଭିନ୍ନ ଚର୍ଚ୍ଚା ହେଉଛି। କୁହାଯାଉଛି ଯେ ସୋ’ରେ ଟେଲିଭିଜନ୍‌ ଦୁନିଆର ବଡ଼ ବଡ଼ ସେଲିବ୍ରିଟି ଯୋଗ ଦେଇଥିଲେ ବି କାହାର ବି ବ୍ୟକ୍ତିତ୍ବ ସେତେଟା ଦମ୍‌ଦାର୍‌ ନୁହେଁ। ସମସ୍ତେ ଦର୍ଶକଙ୍କ ମନୋରଞ୍ଜନ କରିବାରେ ବିଫଳ ହୋଇଛନ୍ତି। ସୋ’ରେ ବରିଷ୍ଠ କଳାକାରଙ୍କ ଆଗରେ ନବାଗତଙ୍କ ବ୍ୟକ୍ତିତ୍ବ ଆହୁରି ଫିକା ପଡ଼ିଯାଇଥିଲା। ସୋ’ର ୧୪ପ୍ରତିଯୋଗୀଙ୍କ ମଧ୍ୟରୁ ଜଣେ ଦୁଇଜଣଙ୍କୁ ଛାଡ଼ି ଦେଲେ କାହାର ବି ଷ୍ଟାର ପାୱାର ସେତେଟା ଦମ୍‌ଦାର ନୁହେଁ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ