ଦେଶ ବିଦେଶ ମନୋରଞ୍ଜନ

ବିଗ୍‌ବସ୍‌-୧୫ର ବିଜେତା ହେଲେ ତେଜସ୍ବୀ ପ୍ରକାଶ, ଟ୍ରଫି ସହ ଜିତିଲେ ୪୦ ଲକ୍ଷ ଟଙ୍କା

ନୂଆଦିଲ୍ଳୀ ୩୧।୦୧: କଲର୍ସ ଟିଭି ବହୁ ଲୋକପ୍ରିୟ ରିଆଲିଟି ଶୋ ବିଗ୍‌ବସ୍‌ ଗତକାଲି ଅର୍ଥାତ୍‌ ରବିବାର ଦିନ ବିଜେତା ଘୋଷଣା କରିଛି । ଦୀର୍ଘ ସମୟ ଧରି ଅନେକ କଳ୍ପନା ଜଳ୍ପନା ଚାଲିଥିଲା କି ବିଗ୍‌ବସ୍‌ର ବିଜେତା କିଏ ହେବ । ହେଲେ ତାହା ଏବେ ଜଣାପଡି ଯାଇଛି । ଏହାରି ଭିତରେ ସେ ସମସ୍ତଙ୍କୁ ଟକ୍କର ଦେଇ ଅଭିନେତ୍ରୀ ତେଜସ୍ୱୀ ପ୍ରକାଶ ବିଗ ବସ୍‌ ସିଜିନ-୧୫ର ବିଜେତା ହୋଇଛନ୍ତି । ଶୋ’ ଆରମ୍ଭରୁ ହିଁ ଫ୍ୟାନ୍ସମାନଙ୍କ ହୃଦୟ ଜିତିଥିଲେ ତେଜସ୍ବୀ ।

ଶୋ’ରେ ୧୨୦ ଦିନର ବିତାଇବା ମଧ୍ୟରେ ସୁଖ, ଦୁଃଖ, ଝଗଡା ଦେଖିବାକୁ ମିଳିଥିଲା । ଫାଇନାଲ ଦୌଡ଼ରୁ କରଣକୁନ୍ଦ୍ରା ଏବଂ ଶମିତା ଶେଟ୍ଟୀ ଉଭୟ ବାହାରି ଯାଇଥିଲେ ଏବଂ ଫାଇନାଲ୍ ମ୍ୟାଚ୍ ତେଜସ୍ୱୀ ଏବଂ ପ୍ରତୀକ ମଧ୍ୟରେ ଟକ୍କର ହୋଇଥିଲା । ଫାଇନାଲ ଦୌଡରେ ପ୍ରତୀକ ପଛରେ ପକାଇ ବିଗ୍ ବସ୍-୧୫ ଫାଇନାଲ୍ ତେଜସ୍ୱୀ ପ୍ରକାଶ ସିଜିନର ୱିନର ହୋଇଛନ୍ତି । ଟ୍ରଫି ସହିତ ତାଙ୍କୁ ୪୦ ଲକ୍ଷ ଟଙ୍କା ମଧ୍ୟ ପାଇଛନ୍ତି । ଏହି, ଶୋ’ରେ ପ୍ରତୀକ ସେହଜପାଲ ପ୍ରଥମ ରନର୍ ଅପ୍ ହୋଇଥିଲେ । କୁନ୍ଦ୍ରା ଦ୍ୱିତୀୟ ରନର-ଅପ୍‌ ହୋଇଥିଲେ । ସମୀତା ସେଟ୍ଟୀ ଚତୁର୍ଥ ସ୍ଥାନରେ ରହିଥିଲେ ।

ଅନ୍ୟପଟେ ଦୀର୍ଘ ସମୟ ଧରି ସୋସିଆଲ ମିଡିଆରେ କେବଳ ଗୋଟିଏ କଥା ଜୋର ଧରିଥିଲା ​​ଯେ ଏକତା କପୁରର ପରବର୍ତ୍ତୀ ନାଗିନ୍ କିଏ ହେବ? ତାହା ମଧ୍ୟ ବିଗ୍‌ବସ୍‌ ଶୋ ନାଗିନ୍ -୬ ଘୋଷଣା କରାଯାଇଥିଲା । ତେଜସ୍ୱୀ ପ୍ରକାଶ ଏକତା କପୁରଙ୍କ ଶୋରେ ନାଗିନ୍‌ ହେବେ ଅର୍ଥାତ୍‌ ଲିଡ୍‌ ରୋଲରେ ଆସିବେ । କେବଳ ଏତିକି ହିଁ ନୁହେଁ ଶୋ’ରୁ ଆସିବା ପରେ କରଣ କୁନ୍ଦ୍ରାଙ୍କ ସହ ବିବାହ ଖବର ଚର୍ଚ୍ଚା ଚାଲିଛି। ଏନେଇ ତେଜସ୍ୱୀଙ୍କ ପିତା ମଧ୍ୟ ଏକ ସାକ୍ଷାତକାରରେ କହିଛନ୍ତି ଯେ ଯଦି ଉଭୟେ ସହମତ ହୁଅନ୍ତି, ତେବେ ସେ ଯଥାଶୀଘ୍ର ସେମାନଙ୍କ ବିବାହ କରାଇବେ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ