ଦେଶ ବିଦେଶ ମନୋରଞ୍ଜନ ସ୍ପେଶାଲ ରିପୋର୍ଟ

ବିଗ୍‌ବସ୍‌-୧୪ର ବିଜୟିନୀ ହେଲେ ରୁବିନା, ଘରକୁ ନେଇଗଲେ ମୋଟା ଅଙ୍କର ଟଙ୍କା

ମୁମ୍ବାଇ: ଦେଶର ବଡ଼ ରିୟାଲିଟି ସୋ ବିଗ୍‌ବସ୍ ସିଜିନ୍‌-୧୪ର ଫଳାଫଳ ବାହାରି ସାରିଛି। ରବିବାର ରାତିରେ ଦୀର୍ଘ ୩ ଘଣ୍ଟା ଧରି ସୋ’କୁ ହୋଷ୍ଟ୍‌ କରିବା ପରେ ସଲ୍‌ମାନ ଖାନ୍‌ ତାହାର ଫଳାଫଳ ପ୍ରକାଶ କରିଥିଲେ। ଏଥର ସିଜିନ୍‌ର ବିଜୟିନୀ ହୋଇଛନ୍ତି ଟେଲି ଅଭିନେତ୍ରୀ ରୁବିନା ଦିଲାଏକ୍‌।

ଏହି ସୋ’କୁ ଜିତିବା ପରେ ରୁବିନା ଏକ ଇନ୍‌ଷ୍ଟା ପୋଷ୍ଟ୍‌ କରି ତାଙ୍କ ପ୍ରଶଂସକମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ ବିଶ୍ବାସ ରଖନ୍ତି ଯେ କେବଳ ପ୍ରଶଂସକମାନଙ୍କ ଭଲପାଇବା ଓ ସମର୍ଥନ ପାଇଁ ସେ ଏହି ସୋ’ ଜିତି ପାରିଛନ୍ତି।

ଏହି ସୋ’ରେ ରୁବିନାଙ୍କ ପରେ ଦ୍ବିତୀୟ ସ୍ଥାନ ଅଧିକାର କରି ରନ୍‌ର୍ସ ଅପ୍‌ ସାଜିଛନ୍ତି ରାହୁଲ୍‌ ବୈଦ୍ୟ। ଶ୍ରେଷ୍ଠ ପାଞ୍ଚ ଜଣଙ୍କ ମଧ୍ୟରେ ଥିବା ଅନ୍ୟ ପ୍ରତିଦ୍ବନ୍ଦ୍ବୀମାନେ ହେଉଛନ୍ତି ରାକ୍ଷୀ ସାୱନ୍ତ, ଆଲି ଗୋନି, ଏବଂ ନିକି ତମ୍ବୋଲି।

ଏହି ସୋ’କୁ ଜିତିବା ପରେ ଖୁବ୍ ଶୀଘ୍ର ସେ ଏକ ଇନ୍‌ଷ୍ଟାଗ୍ରାମ୍‌ ଲାଇଭ୍‌ ସେସନ୍‌ ଆରମ୍ଭ କରିବେ ବୋଲି ମଧ୍ୟ ପ୍ରଶଂସକମାନଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି।

ରୁବିନା ବିଗ୍‌ବସ୍‌ ଜିତିବା ପରେ ଟ୍ରଫି ସହ ୩୬ ଲକ୍ଷ ଟଙ୍କାର ପୁରସ୍କାର ଜିତିଛନ୍ତି।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ