ଦେଶ ବିଦେଶ ମନୋରଞ୍ଜନ ସ୍ୱାସ୍ଥ୍ୟ

ବିଗ୍‌ବସ୍ ସିଜିନ୍ ୮ର ବିଜେତା ଅଭିନେତା ଗୌତମ ଗୁଲାଟୀ କରୋନା ପଜିଟିଭ୍

ମୁମ୍ବାଇ ୩୧।୧୨: କରୋନା ମହାମାରୀ ସଂକ୍ରମଣ ଥମିବାର ନାଁ ନେଉନି । ସାଧାରଣ ଲୋକଙ୍କଠାରୁ ରାଜନେତା, ଅଭିନେତା ସମସ୍ତ କରୋନା ସଂକ୍ରମିତ ହେବାରେ ଲାଗିଛନ୍ତି । ବିଗ୍ ବସ୍ ସିଜିନ୍ ୮ର ବିଜେତା ଅଭିନେତା ଗୌତମ ଗୁଲାଟୀ କରୋନା ସଂକ୍ରମିତ ହୋଇଛନ୍ତି । ଗୌତମ ଗୁଲାଟୀଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଛି । ସୋସିଆଲ ମିଡିଆରେ ସେ ଏନେଇ ସୂଚନା ଦେଇଛନ୍ତି ।

ବିଗ୍ ବସ୍ ବିଜେତା ତଥା ଅଭିନେତା ଗୌତମ ଗୁଲାଟୀ ଏବେ ଲଣ୍ଡନରେ ଅଛନ୍ତି । ସେ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଫଟୋ ସେୟାର କରି ଏ ନେଇ ସୂଚନା ପ୍ରଦାନ କରିଛନ୍ତି । ଯେମିତି ତାଙ୍କ ଫ୍ୟାନ୍ସଙ୍କୁ ଏହି ସୂଚନା ମିଳିବା ପରେ ଫ୍ୟାନ୍ସ ତାଙ୍କ ସ୍ବାସ୍ଥ୍ୟକୁ ନେଇ ଚିନ୍ତା ବ୍ୟକ୍ତ କରିବା ସହ ଶୀଘ୍ର ଠିକ୍ ହେବାକୁ ପ୍ରାର୍ଥନା କରିଛନ୍ତି ।

ହସ୍ପିଟାଲରୁ ଗୌତମ ଏକ ଫଟୋ ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ସେୟାର କରିଛନ୍ତି । ଯେଉଁ ଫଟୋରେ ସେ ଲେଖିଛନ୍ତି ସମସ୍ତେ ସୁରକ୍ଷିତ ରୁହନ୍ତୁ । କେବଳ ଫ୍ୟାନ୍ସ ନୁହନ୍ତି ସେଲିବ୍ରିଟିମାନେ ମଧ୍ୟ ତାଙ୍କ ଇନଷ୍ଟାଗ୍ରାମ ପୋଷ୍ଟରେ କମେଣ୍ଟ କରି ତାଙ୍କର ସୁସ୍ଥ କାମନା କରିଛନ୍ତି ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ