ଖେଳ ଦେଶ ବିଦେଶ

ବିଗିଡିଲା ଭୁବନେଶ୍ୱର କୁମାରଙ୍କ ଲାଇନ୍ ଲେନ୍ଥ୍ : ପ୍ରଥମ ଓଭରରେ ବ୍ୟୟ କଲେ ୧୭ ରନ୍

ମୁମ୍ବାଇ,୧୨/୦୪: ଆଇପିଏଲର ୨୧ତମ ମୁକାବିଲାରେ ମୁହାଁମୁହିଁ ହୋଇଥିଲେ ସନରାଇଜର୍ସ ହାଇଦ୍ରାବାଦ ଓ ଗୁଜୁରାଟ ଟାଇଟନ୍ସ । ଡିଓ୍ୱାଇ ପାଟିଲ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମୁକାବିଲାରେ ହାଇଦ୍ରାବାଦ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଉଥିଲେ । ଏହାସହ ମ୍ୟାଚକୁ ୮ ଓ୍ୱିକେଟରେ ମଧ୍ୟ ହାଇଦ୍ରାବାଜ ଜିତି ନେଇଥିଲା ।

ସନରାଇଜର୍ସ ତରଫରୁ ବୋଲିଂ କରୁଥିବା ଦ୍ରୁତ ବୋଲର ଭୁବନେଶ୍ୱର କୁମାର ମ୍ୟାଚରେ ଏପରି କିଛି କରିଥିଲେ ଯାହା ସମସ୍ତଙ୍କୁ ଚକିତ କରିଥିଲା । ଅନୁଭବୀ ବୋଲର ହୋଇ ମଧ୍ୟ ମିନା ଲାଇନ ଲେନଥରେ ସେ ବୋଲିଂ କରିଥିଲେ । ଏପରିକି ଗୋଟିଏ ଓଭରରେ ସେ ୧୭ ରନ୍ ବ୍ୟୟ କରିଥିଲେ । ଏହି ୧୭ ରନରୁ ୧୧ ରନ୍ ଓ୍ୱାଇଡ୍ ମାଧ୍ୟମରେ ଆସିଥିଲା ।

ଭୁବନେଶ୍ୱର କୁମାରଙ୍କ ଏହି ଓଭରର ପ୍ରଥମ ବଲରେ ଚଉକା ଲଗାଇଥିଲେ ମାଥ୍ୟୁ ଓ୍ୱେଡ୍ । ପରେ ଦ୍ୱିତୀୟ ବଲ ଓ୍ୱାଇଡ ପକାଇଥିଲେ । ଯାହା କିପର ପଛରେ ବାଉଣ୍ଡରୀ ଲାଇନକୁ ଚାଲି ଯାଇଥିଲା । ସେହିପରି ତୃତୀୟ ବଲ ଓ୍ୱାଇଡ୍ ଥିଲା । ଏପରିକି ପଞ୍ଚମ ବଲ ବି କିପରକୁ ଅତିକ୍ରମ କରି ବାଉଣ୍ଡରୀ ଲାଇନ ଚାଲି ଯାଇଥିଲା । ଏପରି ଭାବେ ୧୧ ରନ୍ ବ୍ୟୟ କରିଥିଲେ ସେ ।

୧୭ ରନ୍ ସହ ଏକ ଅଲୋଡା ରେକର୍ଡ ପ୍ରତିଷ୍ଠା କରିଛନ୍ତି ଭୁବନେଶ୍ୱର । ଆଇପିଏଲ ଇତିହାସରେ ଏହା ସଂଯୁକ୍ତ ଓଭରରେ ସବୁଠାରୁ ମହଙ୍ଗା ଅଟେ । ୨୦୧୫ରେ ଆଫ୍ରିକାର ଡେଲ ଷ୍ଟେନ୍ ବାଙ୍ଗାଲୋର ବିପକ୍ଷରେ ୧୭ ରନ୍ ବ୍ୟୟ କରିଥିଲେ । ତେବେ ଭୁବନେଶ୍ୱରଙ୍କ ନାଁରେ କେବଳ ୧୬ ରନ୍ ରହିଥିଲା । କାରଣ ଗୋଟିଏ ରନ୍ ଲେଗ ବାଇରେ ମିଳିଥିଲା ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ