ନୂଆଦିଲ୍ଳୀ ୦୬।୦୬ : ୯୦ ଦଶକର ଶ୍ରେଷ୍ଠ ଅଭିନେତ୍ରୀମାନଙ୍କ ମଧ୍ୟରୁ କରିସ୍ମା କପୁର ଅନ୍ୟତମ ଜଣେ । ପରଫେକ୍ଟ ଫିଗରର ସହ ଡ୍ୟାନ୍ସ, ଅଭିନୟର ଯାଦୁରେ କୋଟି କୋଟି ଦର୍ଶକଙ୍କ ହୃଦୟରେ ରାଜ୍ କରନ୍ତି। ଦୁଇଟି ସନ୍ତାନର ମାଆ ହେବା ସତ୍ତ୍ବେ ନିଜର ସୌନ୍ଦର୍ଯ୍ୟ ଏବଂ ଫିଟନେସ୍ ଯୋଗୁଁ ଖୁବ୍ ଚର୍ଚ୍ଚାରେ ଥାଆନ୍ତି । କରିସ୍ମା ସୋସିଆଲ୍ ମିଡିଆରେ ଖୁବ୍ ଆକ୍ଟିଭ୍ ରୁହନ୍ତି । ସବୁବେଳେ ପର୍ସନାଲ୍ ଏବଂ ପ୍ରୋଫେସନାଲ୍କୁ ନେଇ ଅପଡେଟ୍ ଦିଅନ୍ତି । ନିକଟରେ ସେ ଏଭଳି କିଛି ଫଟୋ ସେୟାର କରିଛନ୍ତି । ଯାହାକୁ ଦେଖିଲା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଛନ୍ତି। ବର୍ତ୍ତମାନ ଏହି ପୋଷ୍ଟ ଖୁବ୍ ଭାଇରାଲ୍ ହେବାରେ ଲାଗିଛି ।

କହିବାକୁ ଗଲେ କିଛି ଦିନ ପୂର୍ବେ ସୋସିଆଲ ମିଡିଆରେ କରିସ୍ମା କପୁର ବିବାହର ସୂଚନା ଦେଇଥିଲେ। ଯେତେବେଳେ ପ୍ରଶଂସକ ପ୍ରଶ୍ନ ପଚାରିଥିଲେ – ସେ ପୁଣି ବିବାହ କରିବେ କି? ବିବାହର ପ୍ରଶ୍ନର ଉତ୍ତର ଦେବାବେଳେ କରିସ୍ମା କପୁର ଏକ ଦ୍ୱନ୍ଦ୍ୱପୂର୍ଣ୍ଣ ଇମୋଜି ସେୟାର କରି ଲେଖିଥିଲେ କି ‘ନିର୍ଭର କରେ’ । ତାହା ଖୁବ୍ ଭାଇରାଲ୍ ହୋଇଥିଲା ।

