ଅପରାଧ ରାଜ୍ୟ

ବିକାଶ ସ୍କୁଲରେ ଛାତ୍ର ମୃତ୍ୟୁ ଘଟଣା : ପ୍ରତିବାଦରେ ସ୍କୁଲ ସମ୍ମୁଖରେ ଅଭିଭାବକଙ୍କ ରାସ୍ତାରୋକ

ବରଗଡ ୨୫।୭: ବିକାଶ ସ୍କୁଲରେ ଛାତ୍ର ମୃତ୍ୟୁ ଘଟଣାର ପ୍ରତିବାଦ । ସ୍କୁଲ ସମ୍ମୁଖରେ ଅଭିଭାବକଙ୍କ ରାସ୍ତାରୋକ । ମୃତ ଛାତ୍ର ପ୍ରଥମ ଶ୍ରେଣୀର ଆଦିତ୍ୟରାଜ ସାହୁ ।

ସୂଚନାଯୋଗ୍ୟ ଯେ, ଗତ ୨୦ ତାରିଖରେ ସ୍କୁଲରେ ଖେଳ ପିରିୟଡରେ ଖେଳୁଥିବା ସମୟରେ ପଡିଯାଇ ଆଦିତ୍ୟ ସାହୁଙ୍କ ମୁଣ୍ଡ ଫାଟିଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ୨୨ ତାରିଖରେ ଆଦିତ୍ୟଙ୍କର ମୃତ୍ୟୁ ହୋଇଥିଲା । ଏନେଇ ବରଗଡ଼ ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ପ୍ରଧାନପାଲି ନିବାସୀ ଆଦିତ୍ୟଙ୍କ ବାପା ଉମେଶ ଚନ୍ଦ୍ର ସାହୁ ଓ ମା’ ନିବେଦିତା ସାହୁ । ଘଟଣାର ସତ୍ୟାସତ୍ୟ ଉନ୍ମୋଚନ ସହ ସମ୍ପୃକ୍ତ ଖେଳ ଶିକ୍ଷୟିତ୍ରୀ ଓ ସ୍କୁଲ ଅଧ୍ୟକ୍ଷାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଥିବା ବେଳେ ଭବିଷ୍ୟତରେ କୌଣସି ଏଭଳି ଘଟଣାର ପୁନରାବୃତ୍ତି ନଘଟୁ ବୋଲି ଅଭିଭାବକମାନେ ଦାବି କରିଛନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।