ରାଜ୍ୟ ସ୍ପେଶାଲ ରିପୋର୍ଟ

ବିଏମ୍‌ସିକୁ ଶକ୍ତ ଧକ୍କା: ହୋଲଡିଂ ଟିକସ ବୃଦ୍ଧି ନିଷ୍ପତ୍ତି ହାଇକୋର୍ଟରେ ରଦ୍ଦ, ଗୃହ ମାଲିକ ଆଶ୍ବସ୍ତ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

କଟକ/ଭୁବନେଶ୍ବର : ଭୁବନେଶ୍ବରରେ ହୋଲ୍ଡିଂ ଟ୍ୟାକ୍ସ ବୃଦ୍ଧି ନେଇ  ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ଯାଇଥିବା ଭୁବନେଶ୍ବର ମହାନଗର ନିଗମ (ବିଏମ୍‌ସି)କୁ ଶକ୍ତ ଧକ୍କା ଲାଗିଛି। ଏହି ନିଷ୍ପତ୍ତିକୁ ହାଇକୋର୍ଟ ରଦ୍ଦ କରିଛନ୍ତି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ୍‌.ମୁରଲୀଧର ଓ ଜଷ୍ଟିସ ଏମ.ଏସ୍‌.ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ଆଜି ମାମଲାର ଶୁଣାଣି କରି ବର୍ଦ୍ଧିତ ଦରରେ ବିଏମ୍‌ସି ହୋଲ୍ଡିଂ ଟ୍ୟାକ୍ସ ଆଦାୟ କରିପାରିବ ନାହିଁ ବୋଲି ରାୟ ଦେଇଛନ୍ତି। ହୋଲଡିଂ ଟିକସ ପ୍ରସଂଗରେ ୨୦୨୧ ଏପ୍ରିଲ ୨୨ରେ ହାଇକୋର୍ଟଙ୍କ ରାୟକୁ ଚାଲେଞ୍ଜ କରି ବିଏମ୍‌ସି ସୁପ୍ରି‌ମକୋର୍ଟରେ ଦାୟର କରିଥିବା ଏସ୍‌ଏଲ୍‌ପି ଗତ ବର୍ଷ ନଭେମ୍ବର ୭ ତାରିଖରେ ଖାରଜ ହୋଇଛି। ଉଭୟ କୋର୍ଟରେ ବିଏମ୍‌ସି ହାରିବା ପରେ ଭୁବନେଶ୍ବରବାସୀ ଆଶ୍ବସ୍ତ ହୋଇଛନ୍ତି। ପୂର୍ବରୁ ବିଏମ୍‌ସି ଜୋରଜବରଦସ୍ତ ଅନେକ ଲୋକଙ୍କ ଠାରୁ ବର୍ଦ୍ଧିତ ଦରରେ ହୋଲ୍ଡିଂ ଟ୍ୟାକ୍ସ ଆଦାୟ କରିଥିଲା। ସେ ସବୁ ପରବର୍ତ୍ତୀ ବିଲ୍‌ରେ ଆଡ୍‌ଜଷ୍ଟ କରାଯିବ ନା ଫେରାଯିବ ସେ ନେଇ ବିଏମ୍‌ସି ନିଷ୍ପତ୍ତି ନେବ।

ସୂଚନା ମୁତାବକ, ୧୯୯୮ ମସିହା ବେଞ୍ଚ ମାର୍କ ଭାଲ୍ୟୁଏସନ ମୁତାବକ ବିଏମ୍‌ସି ଅଞ୍ଚଳରେ ହୋଲ୍ଡିଂ ଟ୍ୟାକ୍ସ ଆଦାୟ ହେଉଥିଲା। ୨୦୧୦ ମସିହାରେ ବିଏମ୍‌ସି ଏହି ଟିକସ ୧୦ରୁ ୧୫ ଗୁଣ ବଢ଼ାଇ ଦେଇଥିଲା। ଏହାକୁ ବିରୋଧ‌ କରି କନଫେଡେରେସନ୍ ଅଫ ସିଟିଜେନ୍ସ ଆସୋସିଏସନ୍ ସାଧାରଣ ସଂପାଦକ ଶୁଭ୍ରାଂଶୁ ରଥ ଓ ପୂର୍ବତନ ସାଂସଦ ମୀରା ଦାସ ହାଇକୋର୍ଟରେ ମାମଲା ଦାୟର କରିଥିଲେ। ପ୍ରାରମ୍ଭିକ ଶୁଣାଣି କରି ହାଇକୋର୍ଟ ଏହି ପ୍ରସଂଗରେ ଅନ୍ତରୀଣ ରହିତାଦେଶ କାରି କରିଥିଲେ। ୨୦୧୯ ନଭେମ୍ବର ୧୧ରେ ହାଇକୋର୍ଟରେ ମାମଲାର ଶୁଣାଣି କରି ଏହି ପ୍ରସଂଗରେ ସାନି ନିଷ୍ପତ୍ତି ନେବାକୁ ବିଏମସିକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ବିଏମସି ପକ୍ଷରୁ ନୂଆ ପୌର ଆଇନର ତର୍ଜମା କରାଯାଇ ହୋଲଡିଂ ଟିକସ ବୃଦ୍ଧି ନିଷ୍ପତ୍ତିକୁ ୨୦୧୯ ଅକ୍ଟୋବରରେ କାଏମ ରଖାଯାଇଥିଲା।

Live Law

ଏହି ପ୍ରସଂଗ ନେଇ ପୁଣି ଆସୋସିଏସନ ତରଫରୁ ୨୦୨୦ରେ ହାଇକୋର୍ଟରେ ମାମଲା ଦାୟର କରାଯାଇଥିଲା। ହୋଲଡିଂ ଟିକସ ବୃଦ୍ଧି ନିଷ୍ପତ୍ତି ଉପରେ ହାଇକୋର୍ଟ ୨୦୨୦ ଜୁନ ୧୦ରେ ଅନ୍ତରୀଣ ରହିତାଦେଶ ଜାରି କରିଥିଲେ। ହାଇକୋର୍ଟରେ ମାମଲା ବିଚାରାଧୀନ ଥିବା ବେଳେ ୨୦୧୨ ମସିହାରେ କଲ୍ୟାଣୀ ମାଟର୍‌ନିଟି ହସ୍‌ପିଟାଲ ପ୍ରାଇଭେଟ୍‌ ଲିମିଟେଡ୍‌ ମଧ୍ୟ ଏହି ବର୍ଦ୍ଧିତ ଦରକୁ ବିରୋଧ କରି ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା। ହାଇକୋର୍ଟଙ୍କ ରାୟ ସମ୍ପୃକ୍ତ ସଂସ୍ଥା ସପକ୍ଷରେ ଯିବାରୁ ବିଏମ୍‌ସି ଏହି ରାୟ ବିରୋଧରେ ସୁପ୍ରିମକୋର୍ଟରେ ସ୍ପେଶାଲ ଲିଭ୍‌ ପିଟିସନ(ଏସ୍‌ଏଲ୍‌ପି) ଫାଇଲ୍‌ କରିଥିଲା। ସୁପ୍ରିମକୋର୍ଟରେ ବିଏମ୍‌ସିର ଆବେଦନ ଖାରଜ ହୋଇଥିଲା। ଆବେଦନକାରୀଙ୍କ ତରଫରୁ ହାଇକୋର୍ଟରେ ଚାଲିଥିବା ମାମଲାର ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟ ପରିଚାଳନା କରୁଥିବା ବେଳେ ଆଇନଜୀବୀ ସୌମିକ ସ୍ପନ୍ଦନ ତ୍ରିପାଠୀ ଓ ଅନିନ୍ଦ୍ୟ ବେବର୍ତ୍ତା ପଟ୍ଟନାୟକ ସହାୟତା କରୁଥିଲେ।

ସୂଚନା ମୁତାବକ, ଯେଉଁ ଘର ପାଇଁ ୧୭୨ଟଙ୍କା ହୋଲ୍ଡିଂ ଟ୍ୟାକ୍ସ ଦେବାକୁ ପଡ଼ୁଥିଲା ବର୍ଦ୍ଧିତ ଦରରେ ତାହା ୪୪୪ଟଙ୍କା ୪୬ ପିଇସା ହୋଇଥିଲା। ନୂଆ ଦରରେ‌ ଅବ୍ୟବହୃତ ଜମି ପାଇଁ ମଧ୍ୟ ହୋଲ୍ଡିଂ ଟିକସ ଧାର୍ଯ୍ୟ ହୋଇଥିଲା। ଏହାକୁ ନେଇ ପ୍ରବଳ ବିରୋଧ ହୋଇଥିଲା। କିନ୍ତୁ ବିଏମ୍‌ସି ମାମଲା ରୁଜୁ କରିବ ବୋଲି ଧମକ ଦେବାରୁ ୧୦ ହଜାରରୁ ଊର୍ଦ୍ଧ୍ବ ଲୋକ ବର୍ଦ୍ଧିତ ଦରରେ ହୋଲ୍ଡିଂ ଟିକସ ଦେଇ ଆସୁଥିଲେ। ପରେ ଏହି ଟିକସ ଆଦାୟ ବ୍ୟବସ୍ଥା କେବଳ ଅନ୍‌ଲାଇନ୍‌ରେ ଆରମ୍ଭ ହୋଇଥିଲା। ବର୍ଦ୍ଧିତ ଦରରେ ବିଏମ୍‌ସି ସମସ୍ତଙ୍କର ହୋଲ୍ଡିଂ ଟ୍ୟାକ୍ସ ହିସାବ କରି ଅନ୍‌ଲାଇନ୍‌ରେ ଉପଲବ୍ଧ କରାଇଥିଲା। ହାଇକୋର୍ଟ ରହିତାଦେଶ ଜାରି କରିବା ପରେ ବିଏମ୍‌ସି ପୁଣି ପୁରୁଣା ଦର ଅନ୍‌ଲାଇନ୍‌ରେ ଚଢ଼ାଇଥିଲା। କିନ୍ତୁ ବର୍ଦ୍ଧିତ ଦର ଦେଇଥିବା ଲୋକଙ୍କୁ ବଳକା ଅର୍ଥ ବିଏମ୍‌ସ ଫେରାଇନଥିଲା। ଯାହାକୁ ନେଇ ବିବାଦ ଲାଗି ରହିଥିଲା। ଏବେ ପ୍ରକାଶ ପାଇଥିବା ଚୂଡ଼ାନ୍ତ ରାୟରେ ବିଏମ୍‌ସିକୁ ଶକ୍ତ ଝଟ୍‌କା ଲାଗିଛି। ବଳକା ଅର୍ଥକୁ ଫେରାଇବାକୁ ଦାବି ହୋଇଛି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।