ରାଜ୍ୟ ସ୍ପେଶାଲ ରିପୋର୍ଟ

ବିଇଓ ଅଫିସ୍‌ରେ କେଳେଙ୍କାରୀ ଘଟଣା: ଅଭିଯୁକ୍ତର ଆକାଉଣ୍ଟରେ ଆଉ ୨କୋଟି

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ବିଇଓ କାର୍ଯ୍ୟାଳୟ ଆକାଉଣ୍ଟାଣ୍ଟ ଶୁଚିସ୍ମିତା ସୁଆର କେଳେଙ୍କାରୀ ଘଟଣାରେ ଉଭୟ ପୁଲିସ୍‌ ଓ ଭିଜିଲାନ୍ସ ଖୋ‌ଳତାଡ଼ କରୁଛନ୍ତି। ଅଭିଯୁକ୍ତ ଶୁଚିସ୍ମିତା ଆକ୍ସିସ ବ୍ୟାଙ୍କରୁ ନିଜ ବ୍ୟକ୍ତିଗତ ଆକାଉଣ୍ଟକୁ ୨ କୋଟି ଟଙ୍କା ଟ୍ରାନ୍ସଫର ହୋଇଥିବା ଜଣାପଡ଼ିଛି। ପୂର୍ବରୁ ଭାରତୀୟ ଷ୍ଟେଟବ୍ୟାଙ୍କ ଆକାଉଣ୍ଟରୁ ପ୍ରାୟ ୩୯ ଲକ୍ଷରୁ ଅଧିକ ଟଙ୍କା ନିଜ ଆକାଉଣ୍ଟଙ୍କୁ ଟ୍ରାନ୍ସଫର କରିଥିବା ଅଭିଯୋଗ ହୋଇଥିଲା। ଭବାନୀପାଟଣା ବିଇଓ ଏନେଇ ଟାଉନଥାନାରେ ଏତଲା ଦେଇଥିଲେ। ତେବେ, କଳାହାଣ୍ଡି ପୁଲିସ୍‌ ଟିମ୍‌ ରାଜ୍ୟ ବାହାରର ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ଶୁଚିସ୍ମିତାଙ୍କୁ ଧରିବା ପାଇଁ ସକ୍ଷମ ହୋଇନାହାନ୍ତି।

ଅଭିଯୋଗ ଅନୁସାରେ, କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବିଇଓ କାର୍ଯ୍ୟାଳୟ ଆକାଉଣ୍ଟାଣ୍ଟ ଶୁଚିସ୍ମିତା ସୁଆର ୩୯ ଲକ୍ଷରୁ ଅଧିକ ଟଙ୍କା ନିଜର ବ୍ୟକ୍ତିଗତ ଆକାଉଣ୍ଟକୁ ଟ୍ରାନ୍ସଫର କରି ଟଙ୍କା ହଡ଼ପ କରିଥିଲେ। ଏକ୍ସକ୍ୟାଡରମାନଙ୍କ ଦରମା ଓ ଶିକ୍ଷକଙ୍କ ବିଭିନ୍ନ ଅନୁଦାନ ହଡ଼ପ କରିଥିଲେ। ଭବାନୀପାଟଣା ବିଇଓ ଠାକୁର ଚରଣ ସାହୁ ଏନେଇ ଭବାନୀପାଟଣା ଟାଉନ୍‌ ଥାନାରେ ଲିଖିତ ଅଭିଯାଗ କରିଥିଲେ। ଥାନାରେ ମାମଲା ରୁଜୁ ହେବାପୂର୍ବରୁ ଶୁଚିସ୍ମିତା ସୁଆଁର ଚମ୍ପଟ ମାରିଥିଲେ। ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି। ଭବାନୀପାଟଣା ଟାଉନ ଥାନା ପୁଲିସ୍ ବରଗଡ଼ର ୨ ଜଣଙ୍କୁ ଆଣି ଜେରା କରିଥିଲା। ଏହି ତଥ୍ୟକୁ ଆଧାର କରି କଳାହାଣ୍ଡି ପୁଲିସ୍‌ ଟିମ ରାଜ୍ୟ ବାହାରର ବିଭିନ୍ନ ସ୍ଥାନରେ ଶୁଚିସ୍ମିତାଙ୍କୁ ଠାବ କରିବା ପାଇଁ ଚଢ଼ଉ ଜାରି ରଖିଥିବା ଜଣାପଡ଼ିଛି। ଶୁଚିସ୍ମିତା ଧରାପଡ଼ିବା ପରେ ବହୁ ଗୁମର ସାମ୍ନାକୁ ଆସିବ ବୋଲି ସାଧାରଣରେ ଚର୍ଚ୍ଚା ଜୋର୍‌ ଧରିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।