ଦେଶ ବିଦେଶ ସ୍ୱାସ୍ଥ୍ୟ

ବାୟୁ ପ୍ରଦୂଷଣ ପାଇଁ ‘ଚିନ୍ତିତ ବ୍ୟକ୍ତିଙ୍କ’ ପ୍ରତି ସଦ୍‌ଗୁରୁଙ୍କ ବାର୍ତ୍ତା: ପିଲାଏ ବାଣ ଫୁଟାନ୍ତୁ

ନୂଆଦିଲ୍ଲୀ: ଆତସବାଜି ବା ବାଣ ଫୁଟାଇବା ପ୍ରସଙ୍ଗକୁ କେନ୍ଦ୍ର କରି ଦେଶରେ ବିତର୍କ ଚାଲିଥିବା ବେଳେ ଅଧ୍ୟାତ୍ମିକ ନେତା ସଦ୍‌ଗୁରୁ ଜଗ୍ଗି ବାସୁଦେବ କହିଛନ୍ତି, ବାୟୁ ପ୍ରଦୂଷଣ ପାଇଁ ଚିନ୍ତକୁଳ ହୋଇ ପିଲାମାନଙ୍କୁ ବାଣଫୁଟା ଆନନ୍ଦ ଉପଭୋଗରୁ ବଞ୍ଚିତ କରିବା ଗୋଟାଏ କାରଣ ନୁହେଁ।
ଦେଶରେ ଆତସବାଜି ନିଷେଧକୁ ସମର୍ଥନ କରୁଥିବା ଲୋକମାନଙ୍କ ସହ ଆଳାପ କରି ସଦ୍‌ଗୁରୁ ଆହୁରି ମଧ୍ୟ କହିଛନ୍ତି, ପିଲାଙ୍କ ପାଇଁ ତ୍ୟାଗ ସ୍ୱୀକାର କରି ଆପଣ ୩ ଦିନ ପାଇଁ ଚାଲି ଚାଲି ଅଫିସ୍‌କୁ ଯାଆନ୍ତୁ ପଛେ ସେମାନେ ବାଣ ଫୁଟାଇ ମଉଜ କରନ୍ତୁ।

ଟୁଇଟର୍‌ରେ ପୋଷ୍ଟ୍‍ ହୋଇଥିବା ଭିଡିଓରେ ସଦ୍‌ଗୁରୁ କହିଛନ୍ତି, ବେଶ୍‌ କିଛି ବର୍ଷ ହେବ ମୁଁ ବାଣ ଫୁଟାଇ ନାହିଁ। କିନ୍ତୁ, ପିଲାବେଳେ ବାଣଫୁଟାରେ କି ଆନନ୍ଦ ଥିଲା… ସେପ୍ଟେମ୍ବର ମାସରୁ ଆରମ୍ଭ କରି ଦୀପାବଳି ଶେଷ ହେବାର ମାସେ ଦୁଇମାସ ପର୍ଯ୍ୟନ୍ତ ଆମେ ଆତସବାଜି କଥା ଭାବୁଥିଲୁ। ଆଉ କିଛି ବାଣ ରଖି ସେଗୁଡ଼ିକୁ ଦୈନିକ ଫୁଟାଉଥିଲୁ।

ସୂଚନାଯୋଗ୍ୟ, ପଶ୍ଚିମବଙ୍ଗରେ ଆତସବାଜି ଉପରେ ସମ୍ପୂର୍ଣ୍ଣ ନିଷେଧାଜ୍ଞା ଜାରି କରିବା ପାଇଁ କାଲ୍‌କାଟା ହାଇକୋର୍ଟ ଦେଇଥିବା ଆଦେଶକୁ ସୁପ୍ରିମ୍‌ କୋର୍ଟ ଅଗ୍ରାହ୍ୟ କରିଦେଇଛନ୍ତି। ଉତ୍ତମ କିଂବା ମଧ୍ୟମ ଧରଣର ବାୟୁ ମାନ ଥିବା ଅଞ୍ଚଳରେ କ୍ଷତିକାରକ ରାସାୟନିକ ପଦାର୍ଥ ନ ଥିବା ବାଣ (ଗ୍ରିନ୍‌ କ୍ରାକର୍‌) ଫୁଟାଯାଇ ପାରିବ ବୋଲି ସୁପ୍ରିମ୍‌ କୋର୍ଟଙ୍କ ଖଣ୍ଡପୀଠ କହିଛନ୍ତି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ