ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ବାୟୁରେ ବ୍ୟାପୁଛି ଓମିକ୍ରନ, ରିସର୍ଚ୍ଚରୁ ପଦାକୁ ଆସିଲା ନୂଆ ତଥ୍ୟ

ନୂଆଦିଲ୍ଲୀ: ଓମିକ୍ରନ ବର୍ତ୍ତମାନ ସମଗ୍ର ବିଶ୍ୱର ଚିନ୍ତା ବଢ଼ାଇ ଦେଇଛି । ତେବେ ଏହି ଭୟଙ୍କର ଭାରିଆଣ୍ଟିକୁ ନେଇ ଆବଶ୍ୟକ ତଥ୍ୟ ପଦାକୁ ଆସିନଥିବା ବେଳେ ବୈଜ୍ଞାନିକମାନେ ଏ ଦିଗରେ ପ୍ରୟାସ ଜାରି ରଖିଛନ୍ତି । ତେବେ ଏଭଳି ସ୍ଥିତିରେ ଏହି ଭାରିଆଣ୍ଟର ସଂକ୍ରମଣ ବଢ଼ୁଥିବାରୁ ଏହା ସମସ୍ତଙ୍କର ମୁଣ୍ଡବ୍ୟଥାର କାରଣ ପାଲଟିଛି । ଦେଶର ବିଭିନ୍ନ ରାଜ୍ୟରେ ଦିନକୁ ଦିନ ନୂଆ ନୂଆ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଓମିକ୍ରନ ଭାରିଆଣ୍ଟ ବାୟୁରେ ବ୍ୟାପୁଥିବା ନେଇ ଏକ ରିସର୍ଚ୍ଚରୁ ସ୍ପଷ୍ଟ ହୋଇଛି ।

ହଂକଂରେ ଓମିକ୍ରନ ଭାରିଆଣ୍ଟ ବାୟୁରେ ବ୍ୟାପିବା ସହ ଲୋକଙ୍କୁ ସଂକ୍ରମିତ କରୁଥିବା ନେଇ ଏକ ରିପୋର୍ଟ ଆସିଛି । ଏମର୍ଜିଂ ଇନଫେକ୍ସିୟସ ଡିଜିଜ୍ (ଇଆଇଡି)ର ଏକ ରିପୋର୍ଟ ମୁତାବକ, ହଂକଂର ଏକ ହୋଟେଲ ରୁମରେ କ୍ୱାରେଣ୍ଟାଇନରେ ରହୁଥିବା କିଛି ରୋଗୀ ଓମିକ୍ରନରେ ସଂକ୍ରମିତ ହୋଇଛନ୍ତି । ଏହା ପରେ ଭାରିଆଣ୍ଟ ବାୟୁରେ ବ୍ୟାପୁଥିବା ନେଇ ବିଶେଷଜ୍ଞମାନେ ମତ ରଖିଛନ୍ତି । ହଂକଂରେ ଗତ ମାସ ୧୩ ତାରିଖରେ ପ୍ରଥମ ପଜିଟିଭ୍ ଚିହ୍ନଟ ହୋଇଥିଲା, ମାତ୍ର ତା’ଠାରେ କୌଣସି ଲକ୍ଷଣ ନଥିଲା । ଉକ୍ତ ହୋଟେଲରେ ଅନ୍ୟ ରୁମରେ ଥିବା ଜଣେ ରୋଗୀ ୧୭ ତରିଖରେ ପଜିଟିଭ ହୋଇଥିଲା । ତେବେ ଦୁଇଜଣ ଯୋଗୀ କୋଭିଡ୍ ଟିକା ପୂର୍ବରୁ ନେଇସାରିଥିଲେ । ସିସିଟିଭି ଫୁଟେଜରୁ ଜଣାପଡ଼ିଥିଲା ଯେ, ରୋଗୀ ଦୁଇଜଣ କେହି ଅନ୍ୟ ରୁମକୁ ଯାଇନଥିଲେ । କେବଳ ଖାଇବା ଓ କରୋନା ଯାଞ୍ଚ ପାଇଁ ସେମାନଙ୍କର ରୁମ୍ ଖୋଲୁଥିଲା । ତେବେ କରିଡରରେ ଏୟାରବର୍ଣ୍ଣ ଟ୍ରାନ୍ସମିଶନ କାରଣରୁ ଭାଇରସ୍ ବ୍ୟାପିଥିବା ଏହାପରେ ସ୍ପଷ୍ଟ ହୋଇଯାଇଥିଲା ।

NewsLaxmi7

About Author

You may also like

ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।