ଅପରାଧ ରାଜ୍ୟ

ବାହୁଙ୍ଗୀ ବଦଳରେ ବୋଲବମ୍ ଭକ୍ତଙ୍କ ହାତରେ ମଦ ବୋତଲ

ପୁରୀ ୧୮।୭: ଶ୍ରାବଣ ମାସର ପ୍ରଥମ ସୋମବାର । ଶୈଠପୀଠରେ ଲାଗିଛି କାଉଡିଆଙ୍କ ଭିଡ । ଭକ୍ତି ଓ ନିଷ୍ଠାର ସହ ଶିବ ଲିଙ୍ଗରେ ପାଣି ଢାଳୁଛନ୍ତି ଶ୍ରଦ୍ଧାଳୁ । ତେବେ ପୁରୀରେ ଦେଖିବାକୁ ମିଳିଛି ଅଦ୍ଭୁତ ଦୃଶ୍ୟ । ବୋଲବମ୍ ଭକ୍ତ ମଦ ଦୋକାନରେ ଦେଖିବାକୁ ମିଳିଛି ।

ଜଣେ ବୋଲବମ୍ ଭକ୍ତ ପୁରୀ କୁମ୍ଭାରପଡା ଛକ ନିକଟରେ ଥିବା ମଦ ଦୋକାନରୁ ମଦ କିଣୁଥିବା ଦେଖିବାକୁ ମିଳିଛି ‌। ହାତରେ ମଦ ବୋତଲ ଧରି ବୋଲବମ୍ ଭକ୍ତ ଜଣକ ରାସ୍ତା ପାର୍ ହେବା ପରେ ତାଙ୍କ ସହ ଆଉ କିଛି ବୋଲବମ୍ ଭକ୍ତ ଥିବା ଦେଖିବାକୁ ମିଳିଛି । ବିଶ୍ବାସ ରହିଛି, ଶ୍ରାବଣ ମାସରେ ଯେଉଁ ବୋଲବମ୍‌ମାନସିକଧାରୀମାନେ ଏହି ବ୍ରତ ପାଳନ କରିଥାନ୍ତି ସେମାନେ ସମ୍ପୂର୍ଣ୍ଣ ନିଷ୍ଠାର ସହ ରହିଥାନ୍ତି । କିନ୍ତୁ ଏହି ବୋଲବମ୍ ଭକ୍ତମାନ ନିଷ୍ଠାରେ ରହିବା ତ ଦୂରର କଥା ମଦ ଦୋକାନରୁ ମଦ କିଣି ମଦ୍ୟପାନ କରୁଥିବା ଏହାକୁ ଲୋକେ ନାପସନ୍ଦ କରିଛନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।