ମୁମ୍ବାଇ ୧୩/୦୨ : ବଲିଉଡରୁ ଗତ କିଛି ଦିନ ହେଲା ଖୁସି ଖବର ଆସୁଛି। କିଛି ଦିନ ପୂର୍ବରୁ ଅନୁଷ୍କା ଶର୍ମା ମା ହେବାଠାରୁ ବରୁଣ ଧୱନଙ୍କ ବିବାହ ଯାଏଁ ଅନେକ ଖୁସି ଖବର ସାମ୍ନାକୁ ଆସିଛି। ବର୍ତ୍ତମାନ ଅଭିନେତ୍ରୀ ଦିୟା ମିର୍ଜାଙ୍କୁ ନେଇ ଖୁସି ଖବର ଆସିଛି।

ଦିୟା ମିର୍ଜା କଥିତ ଭାବେ ବ୍ୟବସାୟୀ ବୈଭବ ରେଖିଙ୍କୁ ବିବାହ କରିବାକୁ ଯାଉଛନ୍ତି। ଆଗାମୀ ୧୫ ତାରିଖ ଅର୍ଥାତ ଫେବୃଆରୀ ୧୫ ତାରିଖରେ ବୈଭବଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହେବେ।

ଏକ ରିପୋର୍ଟ ଅନୁଯାୟୀ, ଆଗାମୀ ୧୫ ତାରିଖରେ ମୁମ୍ବାଇରେ ଦିୟା ଓ ବୈଭବଙ୍କର ବାହାଘର ହେବ। ବିବାହ ସମାରୋହରେ କେବଳ ପରିବାର ଓ ନିକଟ ବନ୍ଧୁ ସାମିଲ ହେବେ। ଏହା ଏକ ପ୍ରକାର ପ୍ରାଇଭେଟ ଇଭେଣ୍ଟ। ବୈଭବ ରେଖି ମୁମ୍ବାଇର ଜଣେ ବ୍ୟବସାୟୀ ଓ ବାନ୍ଦ୍ରା ପାଲି ହିଲ ଅଞ୍ଚଳରେ ରୁହନ୍ତି।

ଏହା ପୂର୍ବରୁ ସାହିଲ ସଂଘାଙ୍କ ସହ ଦିୟାଙ୍କ ବାହାଘର ହୋଇଥିଲା। ୧୧ ବର୍ଷ ପରେ ୨୦୧୯ ରେ ଉଭୟେ ପରସ୍ପରଠୁ ଅଲଗା ହୋଇଯାଇଥିଲେ। ଏନେନି ଉଭୟ ସୋସିଆଲ ମିଡ଼ିଆରେ ଘୋଷଣା କରିଥିଲେ।

ଅଲଗା ହେବାପରେ ସେମାନେ ଭଲ ଅଛନ୍ତି ବୋଲି ମଧ୍ୟ କହିଥିଲେ। ଉଭୟ ଏକ ଜଏଣ୍ଟ ଷ୍ଟେଟମେଣ୍ଟରେ ଦସ୍ତଖତ କରି ଏ ସମ୍ପର୍କରେ ଘୋଷଣା କରିଥିଲେ। ସେନା ଓ ସମ୍ମାନର ସହ ସେମାନେ ପରସ୍ପର ଠାରୁ ଅଲଗା ହେଉଛନ୍ତି ବୋଲି ଏଥିରେ କହିଥିଲେ।

