ଦେଶ ବିଦେଶ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ବାହାର ରାଜ୍ୟରୁ ଭୁବନେଶ୍ବର ଆସୁଥିବା ଯାତ୍ରୀମାନଙ୍କ ସ୍କ୍ରିନିଂ କରାଯାଉଛି: ବିମାନ ବନ୍ଦର ନିର୍ଦେଶକ

ଭୁବନେଶ୍ବର: ବଢ଼ୁଥିବା କରୋନା ସଂକ୍ରମଣକୁ ଆଖି ଆଗରେ ରଖି କି କି ପଦକ୍ଷେପ ନିଆଯାଇଛି ସେନେଇ ଭୁବନେଶ୍ବରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦର ନିର୍ଦେଶକ ଭରୂଡ ଭେଙ୍କଟେଶ୍ବର ରାଓ ସୂଚନା ଦେଇଛନ୍ତି। ସେ କହିଛନ୍ତି, ମହାରାଷ୍ଟ୍ର, କେରଳ, ଆନ୍ଧ୍ରପ୍ରଦେଶ, ତାମିଲନାଡୁ, ପଞ୍ଜାବ, ପଶ୍ଚିମବଙ୍ଗ, ଛତିଶଗଡ଼, କର୍ଣାଟକ, ଦିଲ୍ଲୀ, ତେଲେଙ୍ଗାନା ଓ ମଧ୍ୟପ୍ରଦେଶ ପ୍ରଭୃତି ରାଜ୍ୟରୁ ଆସୁଥିବା ଯାତ୍ରୀଙ୍କ ସ୍କ୍ରିନିଂ କରାଯାଉଛି। ଯାହାର କିଛି ପଜିଟିଭ୍ ଲକ୍ଷଣ ଦେଖାଯିବ, ସେମାନଙ୍କୁ ଆଇସୋଲେସନରେ ରଖାଯିବ। ଗତକାଲି ରାଜ୍ୟ ସରକାରଙ୍କ ପକ୍ଷରୁ ଏ ସମ୍ପର୍କରେ ପତ୍ର ମିଳିବା ପରେ ଆଜିଠାରୁ ଏହି ପ୍ରକ୍ରିୟା ଆରମ୍ଭ ହେଉଛି। ଏହା ପୂର୍ବରୁ ଆରଟିପିସିଆର ଟେଷ୍ଟ ଆରମ୍ଭ ହୋଇଛି ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ବର୍ତ୍ତମାନ ରାଜ୍ୟ ବାହାରୁ ପ୍ରାୟ ଚାରି ହଜାର ଯାତ୍ରୀ ପ୍ରତିଦିନ ଓଡ଼ିଶା ଆସୁଛନ୍ତି। ଭୁବନେଶ୍ୱର ବିମାନ ବନ୍ଦରକୁ ପ୍ରତିଦିନ ପ୍ରାୟ ୩୨ଟି ବିମାନ ଯାତାୟତ କରୁଛି। ଏଥିମଧ୍ୟରୁ ଦିଲ୍ଲୀରୁ ପ୍ରତିଦିନ ୧୦ ଟି, ମୁମ୍ବାଇରୁ ୫ଟି, ହାଇଦ୍ରାବାଦରୁ ତିନି ତଥା ସୁରାଟ, କୋଲକାତା, ଚେନ୍ନାଇ ପ୍ରଭୃତି ଅଞ୍ଚଳରୁ ବିମାନ ଭୁବନେଶ୍ଵର ଯା’ଆସ କରୁଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ