ଅପରାଧ ରାଜ୍ୟ

ବାହାନଗା ରେଳ ଦୁର୍ଘଟଣା: ୭ କର୍ମଚାରୀ ନିଲମ୍ବିତ

ବାଲେଶ୍ବର/ବାହାନଗା: ବାହାନଗା ରେଳ ଦୁର୍ଘଟଣା ମାମଲାରେ ଆଉ ୪ ଜଣ ରେଳ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି। ଏହାକୁ ମିଶାଇ ମୋଟ ୭ ଜଣ କର୍ମଚାରୀ ନିଲମ୍ବିତ ହୋଇଥିବା ବୁଧବାର ବାଲେଶ୍ବର ଗସ୍ତରେ ଆସିଥିବା ଦକ୍ଷିଣ ପୂର୍ବ ରେଳବାଇର ମହାପ୍ରବନ୍ଧକ (ଜିଏମ୍‌) ଅନୀଲ କୁମାର ମିଶ୍ର ସୂଚନା ଦେଇଛନ୍ତି। ନିଲମ୍ବିତ ହୋଇଥିବା କର୍ମଚାରୀଙ୍କ ମଧ୍ୟରେ ସିବିଆଇ ଦ୍ବାରା ଗିରଫ ହୋଇଥିବା ସିନିୟର ସେକ୍ସନ୍‌ ଇଞ୍ଜିନିୟର ଅରୁଣ ମହାନ୍ତ, ଜୁନିୟର ସେକ୍ସନ୍‌ ଇଞ୍ଜିନିୟର ମହମ୍ମଦ ଅମୀର ଖାନ୍ ଓ ଟେକ୍ନିସିଆନ ପପୁ କୁମାର ରହିଥିବା ବେଳେ ଅନ୍ୟ ୪ ଜଣଙ୍କ ମଧ୍ୟରେ ଷ୍ଟେସନ୍‌ ମାଷ୍ଟର, ଟ୍ରାଫିକ ଇନ୍ସପେକ୍ଟର, ଟେକ୍ନିସିଆନ୍‌ ଓ ମେଣ୍ଟେନର ରହିଛନ୍ତି। ଏହି କର୍ମଚାରୀମାନେ ନିଜ ନିଜ ସ୍ତରରେ ଆଲର୍ଟ ରହିଥିଲେ ହୁଏତ ଏତେ ବଡ଼ ଦୁର୍ଘଟଣାକୁ ଟାଳି ଦିଆଯାଇପାରିଥାନ୍ତା। ରେଳ ବିଭାଗ ନିଜ ଆଡୁ ଘଟଣାର ତଦନ୍ତ କରିବା ବେଳେ ଉପରୋକ୍ତ କର୍ମଚାରୀମାନଙ୍କର ଅବହେଳା ସାମ୍‌ନାକୁ ଆସିଥିଲା। ତେବେ ତଦନ୍ତ ପ୍ରକ୍ରିୟା​ ଶେଷ ହୋଇନାହିଁ। ସିବିଆଇ ଅପରାଧିକ ଷଡ଼ଯନ୍ତ୍ର ଦିଗ ପ୍ରତି ତଦନ୍ତ ଜାରି ରଖିଛି। ଯେଉଁମାନେ ବି ତଦନ୍ତ ପ୍ରକ୍ରିୟା ପରିସରକୁ ଆସିବେ ଓ ଏହି ଦୁର୍ଘଟଣା ପଛରେ ସେମାନଙ୍କ ଅବହେଳା, ଦାୟିତ୍ବହୀନତା ସାମ୍‌ନାକୁ ଆସିବ; ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ମହାପ୍ରବନ୍ଧକ ଶ୍ରୀ ମିଶ୍ର।

ଶ୍ରୀ ମିଶ୍ରଙ୍କ ସହ ଦକ୍ଷିଣପୂର୍ବ ରେଳବାଇର ଡିଆର୍‌ଏମ୍‌ କେଆର ଚୌଧୁରୀ ଓ ଅନ୍ୟ ବରିଷ୍ଠ ଅଧିକାରୀ ଆଜି ଖଡ଼ଗପୁର ରେଳ ଡିଭିଜନ୍‌ ଅଧୀନରେ ଥିବା ବାଲେଶ୍ବରରୁ ଭଦ୍ରକ ପର୍ଯ୍ୟନ୍ତ ବିଭିନ୍ନ ଷ୍ଟେସନ୍‌ର ରେଳ ଭିତ୍ତିଭୂମି ଓ ନିର୍ମାଣାଧୀନ ପ୍ରକଳ୍ପଗୁଡ଼ିକର କାର୍ଯ୍ୟ ଅନୁଧ୍ୟାନ କରିଥିଲେ। ସକାଳେ ଏହି ଟିମ୍‌ ଭଦ୍ରକ ଆଡ଼ୁ ରେଳ ଭିତ୍ତିଭୂମିର ଅନୁଧ୍ୟାନ କରିସାରିବା ପରେ ବାହାନଗା ବଜାର ରେଳ ଷ୍ଟେସନ ଓ ଟ୍ରେନ୍‌ ଦୁର୍ଘଟଣାସ୍ଥଳରେ ପହଞ୍ଚି ସେଠାରେ ଚାଲିଥିବା ନିର୍ମାଣକାର୍ଯ୍ୟର ସମୀକ୍ଷା କରିଥିଲେ। ପରେ ବାଲେଶ୍ବର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ଉପସ୍ଥିତିରେ ଗୋପୀନାଥପୁର ନୂତନ ରେଳ ଷ୍ଟେସନ ପ୍ରକଳ୍ପ ଅନୁଧ୍ୟାନ କରିଥିଲେ। ଗୋପୀନାଥପୁର ରେଳ ଷ୍ଟେସନର କାମ ସରିଥିବା ବେଳେ ରେଳବାଇ ବୋର୍ଡକୁ ଟ୍ରେନ୍‌ ଚଳାଚଳ ପାଇଁ ଅନୁମତି ମଗାଯାଇଛି। ଖୁବ୍‌ଶୀଘ୍ର ଏହି ଟ୍ରାକ୍‌ରେ ​ଯାତ୍ରୀବାହୀ ଟ୍ରେନ୍‌ ଗଡ଼ିବ ବୋଲି ଜିଏମ୍‌ ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି।

ସୂଚନାଥାଉକି, ବାହାନଗା ଟ୍ରେନ୍ ଦୁର୍ଘଟଣାରେ ୨୯୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଦୁର୍ଘଟଣା ପରେ ସିବିଆଇ ଗିରଫ କରିଥିବା ୩ ଜଣ ରେଳ କର୍ମଚାରୀଙ୍କୁ ପାଞ୍ଚଦିନିଆ ରିମାଣ୍ଡରେ ନେଇଥିବା ବେଳେ ଗତକାଲି ଆଉ ୪ ଦିନ ପାଇଁ ରିମାଣ୍ଡରେ ନେଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।