ରାଜ୍ୟ

ବାହାନଗା ରେଳ ଦୁର୍ଘଟଣା: ମାନସିକ ସ୍ଥିରତା ହରାଇଛନ୍ତି ଏନ୍‌ଡିଆର୍‌ଏଫ୍‌ ଯବାନ

ବାଲେଶ୍ବର: ବାଲେଶ୍ବର ବାହାନଗା ରେଳ ଦୁର୍ଘଟଣାରେ ଉଦ୍ଧାର କାର୍ଯ୍ୟ ଅପରେସନ୍‌ ୫୦ ଘଣ୍ଟା ଧରି ଯୁଦ୍ଧକାଳୀନ ଭିତ୍ତିରେ ଚାଲିଥିଲା। ଏଥିରେ ସାମିଲ ହୋଇଥିଲେ ଅଗ୍ନିଶମ, ଓଡ୍ରାଫ୍‌, ଏନ୍‌ଡିଆର୍‌ଏଫ୍‌ ଓ ସେନାର ୫ ଶହ ଅଧିକ ଯବାନ ସାମିଲ ହୋଇଥିଲେ। କି ଦିନ କି ରାତି ଏହି ଯବାନମାନେ ଶହଶହ ‌ଟ୍ରେନ୍‌ ତଳେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଚାପି ହୋଇ ରହିଥିବା ଶହଶହ ମୃତଦେହ, ଖଣ୍ଡ ବିଖଣ୍ଡିତ ଶରୀରର ବିଭିନ୍ନ ଅଙ୍ଗ ଏହି ଯବାନମାନେ ଉଦ୍ଧାର କରିଥିଲେ। ତେବେ ଅପରେସନ୍‌ ସରିଯିବା ପରେ ଏବେ କିଛି ଯବାନଙ୍କ ମନରେ ଅହେତୁକ ଭୟ ତଥା ମାନସିକ ସ୍ଥିତି ଦୁର୍ବଳ ହୋଇପଡ଼ିଥିବା ଜାଣିବାକୁ ମିଳିଛି।

ପାଣି ଦେଖିଲେ ରକ୍ତର ଭ୍ରମ, ଖାଦ୍ୟ ପ୍ରତି ଇଚ୍ଛା ହେଉନି
ଉଦ୍ଧାର କାର୍ଯ୍ୟ ସାରିବା ପରେ ଦିଆଗଲା ମାନସିକ ପରାମର୍ଶ

ବାହାନଗା ‌ରେଳ ଦୁର୍ଘଟଣାରେ ଉଦ୍ଧାର କାର୍ଯ୍ୟ ସାରି ନିଜ କ୍ୟାମ୍ପ ଅଫିସକୁ ଫେରିବା ପରେ ଏନ୍‌ଡିଆର୍‌ଏଫ୍‌ ଡିଜି ଅତୁଲ କରୱାଲ ଭାରତର ସବୁଠାରୁ ବଡ଼ ରେଳ ଦୁର୍ଘଟଣାକୁ କିପରି ମୁକାବିଲା କଲ ସେ ସମ୍ପର୍କରେ ନିୟାଜିତ ହୋଇଥିବା ଏନ୍‌ଡିଆର୍‌ଏଫ୍‌ ଯବାନମାନଙ୍କୁ ଅନୁଭୂତି ବଖାଣିବାକୁ କହିଥିଲେ। ତେବେ ଜଣେ ଯବାନ ବାହାନଗା ରେଳ ଦୁର୍ଘଟଣାରେ ଉଦ୍ଧାର କାର୍ଯ୍ୟ ସାରି ଆସିବା ପରଠୁଁ ପାଣି ପିଇବାକୁ ଇଚ୍ଛା ହେଉନଥିବା କହିଥିଲେ। ଯେତେବେଳେ ତାଙ୍କୁ ଶୋଷ ଲାଗୁଛି, ସେ ପାଣି ଗ୍ଲାସ ମୁହଁ ସାମ୍ନାକୁ ଆଣିବା ପରେ ସେଥିରେ ରକ୍ତର ଭ୍ରମ ସୃଷ୍ଟି ହେଉଥିବା କହିଥିଲେ। ସେହିପରି ଅନ୍ୟ ଜଣେ ଯବାନ ତାଙ୍କ ପ୍ରତିକ୍ରିୟାରେ ବାହାନଗା ଦୁର୍ଘଟଣାରେ ସେ ଯେହେତୁ ଶବ ଉଦ୍ଧାର କାର୍ଯ୍ୟରେ ଲାଗିଥିଲେ, ଏହି ଘଟଣା ଏତେ ଭୟାନକ ଓ ହୃଦୟ ବିଦାରକ ଥିଲା ସେହିଦିନ ଠାରୁ ତାଙ୍କର ଖାଦ୍ୟପଦାର୍ଥ ପ୍ରତି ରୁଚି କମି ଯାଇଥିବା କହିଥିଲେ।

ଏମିତି ଜଣକ ପରେ ଜଣେ ଯବାନ ତାଙ୍କର ଅନୁଭୂତି ବଖାଣିବା ବେଳେ ସେମାନଙ୍କ ମାନସିକ ସ୍ଥିତି ସାମାନ୍ୟ ଦୁର୍ବଳ ହୋଇପଡ଼ିଥିବା ଡିଜି ଶ୍ରୀ କରୱାଲ ଜାଣିପାରିଥିଲେ। ଏହାପରେ ସେ ତୁରନ୍ତ ସମ୍ପୃକ୍ତ ଯବାନମାନଙ୍କ ଉଦ୍ଦେଶ୍ୟରେ ଏକ ମାନସିକ ପରାମର୍ଶ ଶିବିର କାର୍ଯ୍ୟକ୍ରମ ଆୟୋଜନ କରିଥିଲେ। ମାନସିକ ରୋଗ ବିଶେଷଜ୍ଞମାନେ ଉକ୍ତ ଯବାନମାନଙ୍କ ମାନସିକ ସ୍ଥିରତା ଖୁବଶୀଘ୍ର କିପରି ଫେରିଆସିବ ସେନେଇ ପରାମର୍ଶ ଦେଇଛନ୍ତି। ଏଥିସହ ଶ୍ରୀ କରୱାଲ ଆହୁରି ମଧ୍ୟ କହିଛନ୍ତି, ଯେଉଁ ଯବାନମାନଙ୍କୁ ବିପଦସଙ୍କୁଳ ଅବସ୍ଥାରେ ଉଦ୍ଧାର ଓ ରିଲିଫ୍‌ କାର୍ଯ୍ୟରେ ନିୟୋଜିତ କରାଯାଇଥାଏ, ସେଠାରୁ ଫେରିବା ପରେ ସେମାନଙ୍କ ପାଇଁ ମାନସିକ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥାଏ।


ସୂଚନା ଥାଉକି, ବାହାନଗା ରେଳ ଦୁର୍ଘଟଣାରେ ବାଲେଶ୍ବର ସମେତ କଟକ ସ୍ଥିତ ମୁଣ୍ଡଳୀ ହେଡ୍‌କ୍ବାର୍ଟରରୁ ୯ଟି ଏନ୍‌ଡିଆର୍‌ଏଫ୍‌ ଦଳ ଉଦ୍ଧାର କାର୍ଯ୍ୟରେ ଲାଗିଥିଲେ। ଯବାନମାନେ ୧୨୧ ଜଣଙ୍କର ମୃତଦେହ ଓ ୪୪ ଜଣ ଗୁରୁତର ଆହତ ଏବଂ ୯୦୦ରୁ ଅଧିକ ଲୋକଙ୍କୁ ଧ୍ବସ୍ତ ବିଧ୍ବସ୍ତ ଅବସ୍ଥାରେ ଓଲଟିଥିବା ଟ୍ରେନ୍‌ରୁ ଉଦ୍ଧାର କରିଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।