ରାଜ୍ୟ

ବାହାନଗା ଟ୍ରେନ୍ ଟ୍ରାଜେଡି: ଦୁର୍ଘଟଣାସ୍ଥଳରେ ତଦନ୍ତ ଆରମ୍ଭ କଲା ସିବିଆଇ ଟିମ୍

ବାଲେଶ୍ବର: ବାହାନଗାରେ ଘଟିଥିବା ଭୟାବହ ଟ୍ରେନ ଦୁର୍ଘଟଣାର ତଦନ୍ତ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଟିମ୍ ଗତକାଲି ବାଲେଶ୍ବରରେ ପହଞ୍ଚିଛନ୍ତି ସିବିଆଇ ଟିମ୍ ବାହାନଗାରେ ଘଟିଥିବା ଭୟାବହ ଟ୍ରେନ ଦୁର୍ଘଟଣାର ତଦନ୍ତ ଲାଗି  ଦୁର୍ଘଟଣାସ୍ଥଳକୁ ଆସିଛି। ପ୍ରାଥମିକ ପର୍ଯ୍ୟାୟରେ ଏହି ଟିମ୍ ଷ୍ଟେସନ ମାଷ୍ଟରଙ୍କୁ ପଚରାଉଚରା କରିପାରେ। କେଉଁ ପରିସ୍ଥିତିରେ ଏପରି ଏକ ବଡ଼ ଦୁର୍ଘଟଣା ଘଟିଲା? ଏହି ଦୁର୍ଘଟଣା ପଛରେ କୌଣସି ଅପରାଧିକ ଷଡଯନ୍ତ୍ର ରହିଛି କି? ସିବିଆଇ ଅଧିକାରୀମାନେ ଏସବୁର ଯାଞ୍ଚ କରିବେ। ପ୍ରାଥମିକ ଅନୁସନ୍ଧାନ ପରେ ସିବିଆଇ ମାମଲା ରୁଜୁ କରିବ ବୋଲି ଜଣାପଡ଼ିଛି ।ସୂଚନାଯୋଗ୍ୟ,  କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଦ୍ବାରା କରାଯିବ ବୋଲି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ସୂଚନା ଦେବା ପରେ ସିବିଆଇ ଟିମ୍  ତଦନ୍ତ ଭାର ହାତକୁ ନେଇଛି।ଏଣେ ଗତକାଲି ବାହାନଗା ବଜାର ରେଳ ଷ୍ଟେସନରେ ହୋଇଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣାରେ ଯେଉଁ କର୍ମଚାରୀଙ୍କ କାର୍ଯ୍ୟ ସନ୍ଦେହ ଘେରରେ ଅଛି ସେମାନଙ୍କୁ କମିସନ୍ ଅଫ୍ ରେଲ୍‌ ସେଫ୍ଟି (ସିଆର୍‌ଏସ୍‌)ର ତଦନ୍ତ ପରିସରଭୁକ୍ତ କରାଯାଇଛି। ଏଥିରେ ବାଲେଶ୍ବର ରେଳ ଷ୍ଟେସନରୁ ବାହାନଗା ବଜାର ରେଳ ଷ୍ଟେସନ ପର୍ଯ୍ୟନ୍ତ ରେଳ ଲାଇନ୍ ମରାମତି ଦାୟିତ୍ବରେ ଥିବା ସଂସ୍ଥାର ସୁପରଭାଇଜରଙ୍କ ଠାରୁ ଆରମ୍ଭ କରି ସିଗ୍‌ନାଲ୍‌ ଇଞ୍ଜିନିୟର, ଷ୍ଟେସନ ମାଷ୍ଟର, ଆସିଷ୍ଟାଣ୍ଟ ‌ଷ୍ଟେସନ ମାଷ୍ଟରଙ୍କ ସମେତ ପ୍ରାୟ ୧୦ରୁ ଅଧିକ କର୍ମଚାରୀଙ୍କୁ ଖଡଗପୁରସ୍ଥିତ ଡିଭିଜନ କାର୍ଯ୍ୟାଳୟରେ ଜଣ ଜଣ କରି ଜେରା କରାଯାଉଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।