ଅପରାଧ ରାଜ୍ୟ

ବାହାଘର ପରେ ଲକ୍ଷେ ଟଙ୍କା ଯୌତୁକ ମାଗୁଥିଲେ, ମୁଁ ଦେଇ ନପାରିବାରୁ ମୋ ଝିଅକୁ ମାରିଦେଲେ-ସରୋଜିନୀଙ୍କ ବାପା

ମାହାଙ୍ଗା ୩୦।୦୬ : ଭଲ ପାଇ ବାହା ହୋଇଥିଲେ, ହେଲେ ବର୍ଷକ ମଧ୍ୟରେ ଚାଲିଗଲା ନବବଧୂର ଜୀବନ । ବେକରେ ରଶି ଲଗାଇ ଆତ୍ମହତ୍ୟାକରିଦେଲେ ନବବଧୂ ସରୋଜିନୀ ବାରିକ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଖବର ଅନୁଯାୟୀ, କଟକ ଜିଲ୍ଲା ମାହାଙ୍ଗା ଥାନା ମୂଳବସନ୍ତ ପଞ୍ଚାୟତ ହଂସଦିଆ ଗାଁର ଶ୍ୟାମସୁନ୍ଦର ବାରିକଙ୍କ ଝିଅ ସରୋଜିନୀ ବାରିକ, ଯାଜପୁର ଜିଲ୍ଲା ବରି ବ୍ଲକ ସାବୁଆ ଗାଁର ଗଣେଶ୍ୱର ବାରିକଙ୍କ ପୁଅ ଗତିରଞ୍ଜନ ବାରିକଙ୍କ ସହ ବିବାହ କରିଥିଲେ । ପ୍ରେମ କରି ବର୍ଷକ ତଳେ ଉଭୟ ବିବାହ କରିଥିଲେ । ହେଲେ ଗୁରୁବାର ଦିନ ସରୋଜିନୀ ନିଜ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ଶାଶୁ ଘର ଲୋକେ ସରୋଜିନୀକୁ ଉଦ୍ଧାର କରି ମାହାଙ୍ଗା ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ ।

ସେପଟେ ଶାଶୁ ଘର ଲୋକେ ସରୋଜିନୀ ଆତ୍ମହତ୍ୟା କରିଛି ବୋଲି କହୁଥିବା ବେଳେ ମୃତ ସରୋଜିନୀର ବାପା ବରି ଥାନାରେ ଏତଲା ଦେଇଛନ୍ତି । ଏତଲା ଲେଖିଛନ୍ତି ଯେ, ଝିଅ ବିବାହ ପରେ ତାର ଶାଶୁ ଘର ଲୋକେ ଯୌତୁକ ପାଇଁ ଏକ ଲକ୍ଷ ଟଙ୍କା ମାଗୁଥିଲେ । ମୁଁ ଦେଇ ନପାରିବାରୁ ସେମାନେ ମୋ ଝିଅକୁ ହତ୍ୟା କରିଛନ୍ତି। ମାହାଙ୍ଗା ପୋଲିସ ଶବ ଜବତ କରି ବରି ଥାନାକୁ ଜଣାଇଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।