ରାଜ୍ୟ ସ୍ପେଶାଲ ରିପୋର୍ଟ

ବାସ୍ତବ ରୂପ ନେଇପାରିନି ୧୪ ବର୍ଷ ହେଲା ମୁଖ୍ୟମନ୍ତ୍ରୀଙ୍କ ସ୍ବପ୍ନର କଲେଜ

ଶେରଗଡ଼ : ‘ଏ କଲେଜ ହେଉଛି ମୋର ସ୍ବପ୍ନର କଲେଜ। ଏହାର ବିକାଶକୁ ପ୍ରାଥମିକତା ଦିଆଯିବ।’ ୨୦୦୯ ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ନିର୍ବାଚନମଣ୍ଡଳୀ ଅଧୀନ ଶେରଗଡ଼ ଉଦୟ ପ୍ରତାପ ବିଜ୍ଞାନ ମହାବିଦ୍ୟାଳୟର ରୌପ୍ୟ ଜୟନ୍ତୀ ସମାରୋହରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଏହି ପ୍ରତିଶ୍ରୁତି ଦେଇଥିଲେ। ହେଲେ ଏହା ମଧ୍ୟରେ ୧୪ ବର୍ଷ ବିତିବାକୁ ଯାଉଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ସ୍ବପ୍ନ ବାସ୍ତବ ରୂପ ନେଇପାରିନି। ରାଜ୍ୟରେ ଶିକ୍ଷା‌ କ୍ଷେତ୍ରରେ କିନ୍ତୁ ଏହା ଭିତରେ ଅନେକ ସଂସ୍କାର ଅଣାଯାଇଛି। କିଛି ମହାବିଦ୍ୟାଳୟକୁ ବିଶ୍ବବିଦ୍ୟାଳୟର ମାନ୍ୟତା ବି ମିଳି ସାରିଲାଣି। କିନ୍ତୁ ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀରେ ଥିବା ଶେରଗଡ଼ ଉଦୟ ପ୍ରତାପ ବିଜ୍ଞାନ ମହାବିଦ୍ୟାଳୟର ଚିତ୍ର ଆଗରୁ ଯାହା ଥିଲା ତାହା ହିଁ ରହିଛି। ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି ମଧ୍ୟ କାର୍ଯ୍ୟକାରୀ ହୋଇପାରୁନି।

ସବୁଠାରୁ ଉଦ୍‌ବେଗର ବିଷୟ, ଏହି ମହାବିଦ୍ୟାଳ‌ୟରେ ଆଜି ସୁଦ୍ଧା ଯୁକ୍ତତିନି ବିଜ୍ଞାନ ପାଠ୍ୟକ୍ରମ ଖୋଲି ନଥିବାରୁ ଛାତ୍ରଛାତ୍ରୀଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି। ଯୁକ୍ତ ଦୁଇ ବିଜ୍ଞାନରେ ଉତ୍ତୀର୍ଣ୍ଣ ହେଉଥିବା ଛାତ୍ରଛାତ୍ରୀ ଅନିଚ୍ଛା ସତ୍ତ୍ବେ ଯୁକ୍ତ ତିନି କଳାରେ ନାମ ଲେଖାଉଛନ୍ତି। କିଛି ଛାତ୍ରଛାତ୍ରୀ ଅନ୍ୟ ସହରର ଘରୋଇ କଲେଜରେ ପଢ଼ି ଖର୍ଚ୍ଚାନ୍ତ ହେଉଛନ୍ତି। କେବଳ ଏତିକି ନୁହେଁ, କିଛି ପିଲା ଅଧାରୁ ପାଠପଢ଼ା ବନ୍ଦ କରି ଉଚ୍ଚଶିକ୍ଷାରୁ ବଞ୍ଚିତ ହେଉଥିବାର ଅନେକ ନଜିର୍ ରହିଛି।

ସେହିପରି ଯୁକ୍ତ ଦୁଇ କଲେଜରେ ୨ଟି ଓଡ଼ିଆ ଅଧ୍ୟାପକ ସମେତ ଜଣେ ଲେଖାଏଁ ରାଜନୀତିବିଜ୍ଞାନ, ଅର୍ଥନୀତି ଓ ଗଣିତ ବିଭାଗ ଅଧ୍ୟାପକ ପଦବି ଖାଲି ପଡ଼ିଛି। ୫ ଜଣ ଅଧ୍ୟାପକଙ୍କ ଅବସର ଗ୍ରହଣ ପରେ ନୂଆ ନିଯୁକ୍ତି ଦିଗରେ ପଦକ୍ଷେପ ନିଆଯାଇନି। ଫଳରେ ୫୦୦ରୁ ଅଧିକ ଛାତ୍ରଛାତ୍ରୀଙ୍କ ପାଠପଢ଼ାରେ ବ୍ୟାଘାତ ସୃଷ୍ଟି ହେଉଛି। କେବଳ ଇଂରାଜୀ ବିଭାଗରେ ନିୟମିତ ଅଧ୍ୟାପକ ଥିବା ବେଳ‌େ ବର୍ତ୍ତମାନ ସେ ଅଧ୍ୟକ୍ଷ ଦାୟିତ୍ବ ତୁଲାଉଛନ୍ତି। ସ୍ଥାୟୀ ଅଧ୍ୟାପକ ପଦବି ଖାଲି ଥିବା ଯୋଗୁଁ କଲେଜ ପରିଚାଳନା ସମିତି ପକ୍ଷରୁ ୫ ଜଣଙ୍କୁ ଠିକା ନିଯୁକ୍ତି ଦିଆଯାଇଛି। କେବଳ ଶିକ୍ଷକ ନୁହଁନ୍ତି ନିୟମିତ ବ୍ୟବଧାନରେ ଅଣଶିକ୍ଷକ କର୍ମଚାରୀ ପଦବି ମଧ୍ୟ ଖାଲି ହେବାରେ ଲାଗିଛି।

ଏଭଳି ଅବ୍ୟବସ୍ଥା ଲାଗି ରହିଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ଯୁଗ୍ମସଚିବ ଶୁଭ୍ରାଂଶୁ ମିଶ୍ର ଆଜି କଲେଜ ପରିଦର୍ଶନ କରି ବିଭିନ୍ନ ସମସ୍ୟା ନେଇ ଆଲୋଚନା କରି ଫେରିଛନ୍ତି। ତେବ‌େ ଯୁଦ୍ଧକାଳୀନ ଭିତ୍ତ‌ିରେ ଏହାର ସମାଧାନ ଦିଗରେ ପଦକ୍ଷେପ ନେବାକୁ ଦାବି ହୋଇଛି। ସେହିପରି ଅଧିକ ‌ଶ୍ରେଣୀଗୃହ ନିର୍ମାଣର ଆବଶ୍ୟକତା ରହିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।