ଅପରାଧ ରାଜ୍ୟ

ବାସୁଦେବପୁରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଟ୍ରକ ଚାଳକର ପ୍ରାଣହାନି

ବାସୁଦେବପୁର: ଆଜି ସକାଳେ ବାସୁଦେବପୁର- ଧାମରା ରାସ୍ତାର ପାରାପୋଖରୀ ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଟ୍ରକ ଚାଳକର ମୃତ୍ୟୁ ହୋଇଛି। ମୃତ ଚାଳକ ଜଣକ ସ୍ଥାନୀୟ ପାରାପୋଖରୀ ଗ୍ରାମର ଦୟାନିଧି ମହୁନ୍ତଙ୍କ ପୁଅ ବାପି(୩୫) ବୋଲି ଜଣାପଡ଼ିଛି। ଧାମରା ବନ୍ଦରକୁ ଆଇରନ ବୋଝେଇ ଏକ ଟ୍ରକ ଚାପାରେ ବାପିର ମୃତ୍ୟୁ ହୋଇଥିବା ସେଠାରେ ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନାରୁ ଜଣା ପଡ଼ିଛି।

ତେବେ ଘଟଣା ଘଟାଇ ଟ୍ରକଟି ଚମ୍ପଟ ମାରିଥିବା ବେଳେ ସ୍ଥାନୀୟ ଅଞ୍ଚଳବାସୀ ଓ ବାପିର ସମ୍ପର୍କୀୟମାନେ କ୍ଷତିପୂରଣ ଦାବି ଓ ପ୍ରଶାସନର ଖମଖିଆଲ ନୀତିକୁ ବିରୋଧ କରି ରାସ୍ତା ଅବରୋଧ କରିଛନ୍ତି। ଘଟଣାରେ ଖବର ପାଇ ସ୍ଥାନୀୟ କଶିଆ ସାମୁଦ୍ରିକ ପୁଲିସ ପରିସ୍ଥିତି ଉପରେ ନଜର ରଖିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।