ରାଜ୍ୟ ସ୍ପେଶାଲ ରିପୋର୍ଟ

ବାସହୀନଙ୍କୁ ଆବାସ ଯୋଗାଇ ଦେବା ପ୍ରସଙ୍ଗ: କୋରାପୁଟ ଓ କେନ୍ଦୁଝର ଜିଲ୍ଲାପାଳଙ୍କଠାରୁ ରିପୋର୍ଟ ତଲବ କଲେ ଏନ୍‌ଏଚ୍‌ଆର୍‌ସି

ନୂଆଦିଲ୍ଲୀ: ବାସହୀନଙ୍କୁ ଆବାସ ଯୋଗାଇ ଦେବା ପ୍ରସଙ୍ଗରେ କୋରାପୁଟ ଓ କେନ୍ଦୁଝର ଜିଲ୍ଲାପାଳଙ୍କ ଠାରୁ ରିପୋର୍ଟ ତଲବ କରିଛନ୍ତି ଜାତୀୟ ମାନବ ଅଧିକାର କମିସନ୍‌(ଏନ୍‌ଏଚ୍‌ଆର୍‌ସି)। ଚାରି ସପ୍ତାହ ଭିତରେ ରପୋର୍ଟ ଦାଖଲ କରିବ‌ା ପାଇଁ କମିସନ୍‌ ନିର୍ଦ୍ଦେଶ ଦେଇଛନ୍ତି। ମାନବାଧିକାର କର୍ମୀ ତଥା ଆଇନଜୀବୀ ରାଧାକାନ୍ତ ତ୍ରିପାଠୀ ଏନ୍‌ଏଚ୍‌ଆର୍‌ସିରେ ପିଟିସନ ଦାଖଲ କରି ଅଭିଯୋଗ କରିଥିଲେ ଯେ ସ୍ବାଧୀନତାର ୭୫ ବର୍ଷ ପରେ ରାଜ୍ୟ ସରକାରଙ୍କ ଅବହେଳା ଓ ନିଷ୍କ୍ରିୟତା ଯୋଗୁଁ ଶତାଧିକ ସଂଖ୍ୟାରେ ଗରିବ ଆଦିବାସୀଙ୍କୁ ରହିବା ପାଇଁ ଉପଯୁକ୍ତ ବାସସ୍ଥାନ ଯୋଗାଇ ଦିଆଯାଇନାହିଁ।

ଆବେଦନକାରୀ ଗଂଜାମ, କୋରାପୁଟ ଓ କେନ୍ଦୁଝର ଜିଲ୍ଲାର ସମସ୍ୟାକୁ ନେଇ ପିଟିସନରେ ବିଶେଷ ଭାବେ ଉଲ୍ଲେଖ କରିଥିଲେ। ମାମଲାକୁ ଏନ୍‌ଏଚ୍‌ଆର୍‌ସିଙ୍କ ପକ୍ଷରୁ ଗମ୍ଭୀରତା ସହ ବିଚାର କରାଯାଇଥିଲା। ଚଳିତ ମାସ ୪ ତାରିଖରେ ଏନ୍‌ଏଚ୍‌ଆର୍‌ସି ଭର୍ଚୁଆଲରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଆବାସ ଯୋଗାଇଦେବା ପାତରଅନ୍ତର ନୀତି ସମ୍ବନ୍ଧିତ ୪୦ଟି ମାମଲାର ଶୁଣାଣି କରିଥିଲେ। ଭର୍ଚୁଆଲ ଶୁଣାଣିରେ ରାଜ୍ୟ ସରକାରଙ୍କ ଉନ୍ନୟନ କମିସନର ଅନୁ ଗର୍ଗ, ପଂଚାୟତିରାଜ ବିଭାଗ ପ୍ରମୁଖ ସଚିବ ସୁଶୀଲ କୁମାର ଲୋହାନୀ, କୋରାପୁଟ ଜିଲ୍ଲାପାଳ ଅବଦଲ ଏମ ଅଖତାର, ଗଂଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, କେନ୍ଦୁଝର ଜିଲ୍ଲାପାଳ ଆଶିଷ ଥାକରେ ଓ ଆବେଦନକାରୀ ଶ୍ରୀ ତ୍ରିପାଠୀ ଉପସ୍ଥିତ ଥିଲେ। ଶୁଣାଣି ସମୟରେ ଗଂଜାମ ଜିଲ୍ଲାପାଳଙ୍କ ଦ୍ବାରା ହିତାଧିକାରୀଙ୍କୁ ପକ୍କା ଆବାସ ଯୋଗାଇ ଦିଆଯାଇଥିବା ତଥ୍ୟ ଉପସ୍ଥାପନ କରାଯିବା ପରେ ଏନ୍‌ଏଚ୍‌ଆର୍‌ସି ମାମଲାକୁ ବନ୍ଦ କରିଦେଇଥିଲେ। କୋରାପୁଟ ପ୍ରସଙ୍ଗରେ ଆବାସ ଯୋଗାଇ ଦିଆଯାଇଥିବାର ସ୍ଥିତି ସଂପର୍କରେ କୋରାପୁଟ ଜିଲ୍ଲାପାଳ ଅବଗତ କରାଇଥିଲେ। ଅଭିଯୋଗଗୁଡ଼ିକର ତର୍ଜମା କରିବା ପାଇଁ କମିସନ୍‌ କୋରାପୁଟ ଜିଲ୍ଲାପାଳଙ୍କୁ ପରାମର୍ଶ ଦେଇଥିଲେ। ହିତାଧିକାରୀଙ୍କୁ ଆବାସ ଯୋଗାଇବା ପ୍ରସଙ୍ଗରେ ବିସ୍ତୃତ ରିପୋର୍ଟ ଦାଖଲ କରିବା ପାଇଁ କେନ୍ଦୁଝର ଜିଲ୍ଲାପାଳଙ୍କୁ କମିସନ୍‌ ନିର୍ଦ୍ଦେଶ ଦେଇଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।