ରାଜ୍ୟ

ବାସନ୍ଦ ପାଇଁ ପଡ଼ିରହିଲା ମହିଳାଙ୍କ ଶବ: ଶାଶୂ, ଶ୍ବଶୁର ବି ଛୁଇଁଲେନି

ବଲାଙ୍ଗୀର/ଦେଓଗାଁ: ଜାତି ସମାନ, ହେଲେ ଉପଜାତି ଭିନ୍ନ। ଏଥିପାଇଁ ୩ବର୍ଷ ଧରି ଏକ ଦମ୍ପତି ବାସନ୍ଦ ଭଳି ସାମାଜିକ କଟକଣା ଭୋଗୁଥିବା ବେଳେ ପତ୍ନୀଙ୍କର ମୃତ୍ୟୁ ହୋଇଯାଇଛି। ହେ‌ଲେ, ସାଇପଡ଼ିଶା କି ସମ୍ପର୍କୀୟ ଆହା ପଦେ କହିବା ଦୂରେଥାଉ ଶବ ବି ଛୁଇଁ ନଥିଲେ। ଫଳରେ, ୬ ଘଣ୍ଟାଧରି ଶବ ପଡ଼ି ରହିଥିଲା। ଶେଷରେ ସ୍ୱେଚ୍ଛାସେବୀ ସଂଗଠନ ସହାୟତାରେ ଶବ ସତ୍କାର କରାଯାଇଛି। ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକ୍‌ କରୁଆଁଝର ଗାଁରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି।

କରୁଆଁଝର ଗାଁର ଅନୀଲ ପ୍ରଧାନ। ୩ ବର୍ଷ ତଳେ ଅନୀଲ ଓ ବୀରମହାରାଜପୁର ଅନ୍ତର୍ଗତ ଅମରପାଲି ଗାଁର ସୀମାଞ୍ଜଳିଙ୍କ ବାହାଘର ହୋଇଥିଲା। ଧୁମ୍‌ଧାମରେ ବାହାଘର ହୋଇଥିବା ବେଳେ ଜାତିଭାଇ ଓ ସଂପର୍କୀୟ ସମସ୍ତେ ଯୋଗ ଦେଇଥିଲେ। କିନ୍ତୁ, ପରେ ସମାନ ଜାତି ହୋଇଥିଲେ ବି ଉପଜାତି ସମାନ ନଥିବାରୁ ଅନୀଲ ଓ ତାଙ୍କ ପରିବାରକୁ ଜାତିଭାଇ ବାସନ୍ଦ କରି ଦେଇଥିଲେ। ଅନୀଲଙ୍କ ବାପା, ମା’ଙ୍କୁ ବାସନ୍ଦ କରାଯାଇଥିବାରୁ ସେମାନେ ୯ ହଜାର ଟଙ୍କା ଜରିମାନା ଦେଇଥିଲେ। ଅନୀଲଙ୍କ ବାପା କମଲ ଲୋଚନ ପ୍ରଧାନ ଭୋଜିଦେଇ, ମୁଣ୍ଡିଆ ମାରି ଜାତିରେ ମିଶିଥିଲେ। ଯାହାକି କୁଲତା ସମାଜ ସଭାପତି ଲେକ୍ରୁ ସାହୁ ବି ସ୍ୱୀକାର କରିଛନ୍ତି।

ଆଜି ଏକ ଦୁଃଖଦ ପରିସ୍ଥିତି‌‌ରେ ସୀମାଞ୍ଜଳିଙ୍କ ମୃତ୍ୟୁ ହୋଇଯାଇଥିଲା। ହେଲେ, ମୃତ ବୋହୂକୁ ଛୁଇଁ ପୁଣିଥରେ କାଳେ ବାସନ୍ଦ ହେବାକୁ ପଡ଼ିବ, ସେହି ଭୟରେ ଶବ ଛୁଇଁ ନଥିଲେ ଅନୀଲଙ୍କ ବାପାମା’। ପୁଅକୁ ବି ପଦୁଟିଏ ସାନ୍ତ୍ବନା ଦେଇନଥିଲେ। ଫଳରେ, ଗାଁରେ ସୀମାଞ୍ଜଳିଙ୍କ ଶବ ପାଖାପାଖି ୬ ଘଣ୍ଟା କାଳ ପଡ଼ିରହିଥିଲା। ବଲାଙ୍ଗୀର ସ୍ୱେଚ୍ଛାସେବୀ ସଂଗଠନର କର୍ମକର୍ତ୍ତା ଖବର ପାଇ କରୁଆଁଝର ପହଞ୍ଚିଥିଲେ। ଗାଁ ଲୋକଙ୍କୁ ଶବ ସତ୍କାର ପାଇଁ ବୁଝାସୁଝା କରିଥିଲେ। କିନ୍ତୁ, ଗାଁ ଲୋକ କିଛି ବୁଝି ନଥିଲେ। ପରେ ମୃତ ସୀମାଞ୍ଜଳିଙ୍କ ଶବକୁ ବଲାଙ୍ଗୀର ଆଣି ସତ୍କାର କରାଯାଇଥିଲା। ଏହାସହ ସୀମାଞ୍ଜଳିଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ। ସୀମାଞ୍ଜଳିଙ୍କ ପରିବାର ଲୋକ ଆସି ସ୍ୱେଚ୍ଛାସେବୀ ସଂଗଠନ ସହାୟତାରେ ଶବସଂସ୍କାର କରିଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।