ରାଜ୍ୟ ସ୍ପେଶାଲ ରିପୋର୍ଟ

ବାଲେଶ୍ବର ଉପକୂଳରେ ଡଲ୍‌ଫିନ୍‌: ଅନୁକୂଳ ପରିବେଶ ହେଲେ ସଂଖ୍ୟା ବଢ଼ିବ

ବାଲେଶ୍ବର: ଡଲ୍‌ଫିନ୍‌କୁ ସାମାଜିକ ଓ ବିଚକ୍ଷଣ ପ୍ରାଣୀ ଭାବେ ବିଚାର କରାଯାଏ। ଯାହାକୁ ଦେଖିବା ପାଇଁ ସଭିଁଙ୍କ ମନରେ ରହିଥାଏ ଆଗ୍ରହ। ଓଡ଼ିଶା ଉପକୂଳର ଏକାଧିକ ଅଞ୍ଚଳରେ ଡଲ୍‌ଫିନ୍‌ଙ୍କ ଉପସ୍ଥିତି ରାଜ୍ୟ ପର୍ଯ୍ୟଟନ ଶିଳ୍ପ ଇତିହାସକୁ ସମୃଦ୍ଧ କରି ଆସିଥିବା ବେଳେ ଏବେ ବାଲେଶ୍ବରକୁ ନେଇ ସେଥିରେ ଆଉ ଏକ ନୂଆ ଅଧ୍ୟାୟ ଯୋଡ଼ି ହୋଇଯାଇଛି। ବାଲେଶ୍ବର ଜିଲ୍ଲା ଅଧୀନରେ ରହିଛି ଚାନ୍ଦିପୁର, ଜଳେଶ୍ୱର ଓ ନୀଳଗିରି ଫରେଷ୍ଟ ରେଞ୍ଜ। ଏହି ରେଞ୍ଜ ଅନ୍ତର୍ଗତ ସମୁଦ୍ର ଉପକୂଳ ତାଳସାରୀ-ଚୌମୁଖ ସୁବର୍ଣ୍ଣରେଖା ମୁହାଣ, ବଳରାମଗଡ଼ି-କାଂଶବାଂଶ ନଦୀ ମୁହାଣ, ବଳରାମଗଡ଼ି-ଚୌମୁଖ ମୁହାଣ ଏବଂ ସାହୁପଡ଼ା-ଖଣ୍ଡରପଡ଼ା ଅଞ୍ଚଳରେ କିଛି ବର୍ଷ ହେଲା ଡଲ୍‌ଫିନ୍‌ ଦେଖାଯାଉଛନ୍ତି। ୨୦୧୫ରେ ତାଳସାରୀ-ଚୌମୁଖ ସୁବର୍ଣ୍ଣରେଖା ମୁହାଣରେ ୫ଟି, ୨୦୧୮ରେ ତାଳସାରୀ-ଚୌମୁଖ ସୁବର୍ଣ୍ଣରେଖା ମୁହାଣ ମଧ୍ୟରେ ୪ଟି, ୨୦୧୯ରେ ତାଳସାରୀ-ଚୌମୁଖ ସୁବର୍ଣ୍ଣରେଖା ମୁହାଣ ମଧ୍ୟରେ ୫ଟି ଏବଂ ୨୦୨୦ରେ ତାଳସାରୀ-ଚୌମୁଖ ସୁବର୍ଣ୍ଣରେଖା ମୁହାଣ ମଧ୍ୟରେ ଗୋଟିଏ ଡଲ୍‌ଫିନ୍‌ ଦେଖିବାକୁ ମିଳିଥିଲା। ୨୦୨୧ରେ ତାଳସାରୀ-ଚୌମୁଖ ସୁବର୍ଣ୍ଣରେଖା ମୁହାଣ ମଧ୍ୟରେ ‌୨ଟି ଡଲ୍‌ଫିନ୍‌ ଦେଖାଯାଇଥିବା ବେଳେ କଙ୍କଡ଼ାପାଳ ମୁହାଣ ନିକଟରୁ ଗୋଟିଏ ଡଲ୍‌ଫିନ୍‌ ଉଦ୍ଧାର ହୋଇଥିଲା।

ସେହିପରି ଚାନ୍ଦିପୁର ସମୁଦ୍ର ବେଳାଭୂମିରୁ ଡଲ୍‌ଫିନ୍‌ର ମୃତଦେହ ମିଳିଥିଲା। ଗତ ଜାନୁଆରି ମାସ ୧୮ ତାରିଖ ଦିନ ବସ୍ତା ବ୍ଲକ୍‌ ଜଳକା ନଦୀରୁ ଗୋଟିଏ ଡଲ୍‌ଫିନ୍‌କୁ ଉଦ୍ଧାର କରାଯାଇଥିଲା। ତାକୁ ଏକ ପୋଖରୀରେ ରଖାଯାଇଥିବା ବେଳେ ସମୁଦ୍ରରେ ଛାଡ଼ିବା ବେଳେ ମୃତ୍ୟୁ ଘଟିଥିଲା। କେବଳ ସେତିକି ନୁହେଁ, ଗତ ୧୦ ତାରିଖରୁ ବନ ବିଭାଗର ଏକ ଟିମ୍‌ ପକ୍ଷୀ ଗଣନା କରୁଥିବା ବେଳେ ସଦସ୍ୟ ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ବାବଧାରକ ଅଶ୍ବିନୀ କୁମାର ଦାସ ଓ ସାଥୀ ସୁବର୍ଣ୍ଣରେଖା ନଦୀ ମୁହାଣରେ ୫ଟି ଡଲିଫିନ୍‌ ଦେଖିଥିଲେ। ସେମାନେ ଉଠାଇଥିବା ଡଲ୍‌ଫିନ୍‌ମାନଙ୍କ ଫଟୋ ମଧ୍ୟ ଗଣମାଧ୍ୟମକୁ ପ୍ରଦାନ କରିଥିଲେ। ଏହାର କେଇଟା ଦିନ ପରେ ଜାନୁଆରି ୨୦ ତାରିଖରୁ ବାଲେଶ୍ବରର ୩ଟି ରେଞ୍ଜ ଅଧୀନ ସମୁଦ୍ର ଉପକୂଳରେ ଡଲ୍‌ଫିନ୍‌ ଗଣନା ଆରମ୍ଭ ହୋଇ ୨୨ ତାରିଖ ଦିନ ସରିଥିଲା। ହେଲେ, ଗୋଟିଏ ବି ଡଲ୍‌ଫିନ୍‌ ଠାବ ହୋଇ ପାରି ନଥିଲା। ତେବେ କୋହଲା ପାଗ ସହ ବର୍ଷା ଲାଗି ରହିଥିବାରୁ ଉକ୍ତ ସମୟରେ ଡଲ୍‌ଫିନ୍ ଦେଖାଯାଇ ନଥିବା ବାଲେଶ୍ବର ଏସିଏଫ୍‌ ଦିଗନ୍ତ ଶୋଭନ ଚାନ୍ଦ ‘ସମ୍ବାଦ’କୁ ସୂଚନା ଦେଇଛନ୍ତି।
ଏନେଇ ପରିବେଶବିତ୍‌ ମନୋରଂଜନ ଦାସ କହିଛନ୍ତି, ଡଲ୍‌ଫିନ୍‌କୁ ନେଇ ବାଲେଶ୍ବର ପର୍ଯ୍ୟଟନର ବିକାଶ ସମ୍ଭାବନା ସୃଷ୍ଟି ହୋଇଛି।ସମୂଦ୍ର ଉପକୂଳରେ କିପରି ଡଲ୍‌ଫିନ୍‌ଙ୍କ ପାଇଁ ଅନୁକୂଳ ପରିବେଶ ପ୍ରସ୍ତୁତ କରାଯାଇ ପାରିବ, ସେନେଇ ସରକାର ସ୍ବତନ୍ତ୍ର ଯୋଜନା ହାତକୁ ନେବା ଦରକାର ବୋଲି ସେ କହିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।