ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

ବାଲେଶ୍ବରରେ ୧୦ ହଜାର ଡେଇଁଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଜାଣନ୍ତୁ କେଉଁ ଜିଲ୍ଲାରେ କେତେ ସଂକ୍ରମିତ?

ଭୁବନେଶ୍ବର: ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଧୀରେ ଧୀରେ କମିବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟ‌ରେ ରାଜ୍ୟରେ ନୂଆ ୧୫୪୦ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୮୮୬ ଜଣ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୬୫୪ ଜଣ ସ୍ଥାନୀୟ ସଂକ୍ରମିତ ବୋଲି ଜାଣିବାକୁ ମିଳିଛି। ଏହା ଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୮୫ ହଜାର ୪୮୨କୁ ବୃଦ୍ଧି ପାଇଛି। ୩୦ଟି ଜିଲ୍ଲା ଓ ଷ୍ଟେଟ୍ ପୁଲରୁ ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ତେବେ ଆସନ୍ତୁ ଏଯାବତ୍ କେଉଁ ଜିଲ୍ଲାରେ କେତେ ସଂକ୍ରମିତ ଜାଣିବା

ଅନୁଗୁଳ ଜିଲ୍ଲାରୁ ଏଯାବତ୍‌ ୭,୮୪୧, ସଂକ୍ରମିତ ହୋଇଥିବା ବେଳେ ବାଲେଶ୍ବରରୁ ୧୦,୦୫୨, ବରଗଡ଼ରୁ ୮,୪୯୮, ଭଦ୍ରକରୁ ୬,୬୨୫, ବଲାଙ୍ଗୀରରୁ ୬,୫୩୯, ବୌଦ୍ଧରୁ ୨,୫୨୪, କଟକରୁ ୨୫,୫୪୬, ଦେବଗଡ଼ରୁ ୧,୦୨୦ ଢେଙ୍କାନାଳରୁ ୪,୯୮୯, ଗଜପତିରୁ ୩,୮୩୨, ଗଞ୍ଜ‌ାମରୁ ୨୧,୧୦୩, ଜଗତ୍‌ସିଂହପୁରରୁ ୭,୩୦୬, ଯାଜପୁରରୁ ୧୦,୭୦୨, ଝାରସୁଗୁଡ଼ାରୁ ୬,୨୫୭, କଳାହାଣ୍ଡିରୁ ୫,୦୦୪, କନ୍ଧମାଳରୁ ୫,୫୯୯, କେନ୍ଦ୍ରାପଡ଼ାରୁ ୭,୪୦୧, କେନ୍ଦୁଝରରୁ ୬,୧୪୫, ଖୋର୍ଦ୍ଧାରୁ ୪୮,୦୬୫ କୋରାପୁଟରୁ ୭,୨୭୬, ମାଲକାନଗିରିରୁ ୪,୭୭୮, ମୟୂରଭଞ୍ଜରୁ ୧୧,୧୦୯, ନବରଙ୍ଗପୁରରୁ ୫,୧୮୧, ନୟାଗଡ଼ରୁ ୫,୮୮୯, ନୂଆପଡ଼ାରୁ ୫,୪୩୪, ପୁରୀରୁ ୧୨,୩୨୮, ରାୟଗଡ଼ରୁ ୮,୦୪୫, ସମ୍ବଲପୁରରୁ ୭,୮୮୯, ସୁବର୍ଣ୍ଣପୁରରୁ ୪,୩୭୩, ସୁନ୍ଦରଗଡ଼ରୁ ୧୦,୭୫୮, ଷ୍ଟେଟ୍‌ପୁଲ୍‌ରୁ ୭,୩୭୪ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ