ରାଜ୍ୟ ସ୍ପେଶାଲ ରିପୋର୍ଟ

ବାଲେଶ୍ବରରେ ସତ୍‌ସଙ୍ଗ ମନ୍ଦିର ଉଦ୍‌ଘାଟିତ: ଶ୍ରୀଶ୍ରୀଠାକୁର ଅନୁକୂଳଚନ୍ଦ୍ରଙ୍କ ୧୩୫ତମ ଶୁଭ ଆବିର୍ଭାବ ମହୋତ୍ସବ ପାଳିତ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ବାଲେଶ୍ବର: ବାଲେଶ୍ବର ସହରର ଓଟିରୋଡ଼ ସତ୍‌ସଙ୍ଗ ବିହାରସ୍ଥିତ ପରମ ପ୍ରେମମୟ ଶ୍ରୀଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କର ୧୩୫ତମ ଶୁଭ ଆବିର୍ଭାବ ମହୋତ୍ସବ ଏବଂ ଭବ୍ୟ ସତ୍‌ସଙ୍ଗ ମନ୍ଦିରର ଶୁଭ ଉଦ୍‌ଘାଟନ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି ମହୋତ୍ସବରେ ବାଲେଶ୍ବର ଜିଲ୍ଲା ସମେତ ରାଜ୍ୟ ତଥା ରାଜ୍ୟ ବାହାରୁ ୩୦ ହଜାରରୁ ଅଧିକ ସତ୍‌ସଙ୍ଗୀ ଏବଂ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା।

ରବିବାର ବ୍ରାହ୍ମ ମୁହୂର୍ତ୍ତରୁ ବେଦ ମାଙ୍ଗଳିକୀ, ନହବତ୍, ଉଷା କୀର୍ତ୍ତନ ଏବଂ ସମବେତ ପ୍ରାର୍ଥନା ପରେ ଗ୍ରନ୍ଥପାଠ, ସ୍ବସ୍ତି ମହାଯଜ୍ଞ ଓ ନଗର କୀର୍ତ୍ତନ ପରିକ୍ରମା ହୋଇଥିଲା। ଏହାପରେ ନବନିର୍ମିତ ଭବ୍ୟ ସତ୍‌ସଙ୍ଗ ମନ୍ଦିରର ଶୁଭ ଉଦ୍‌ଘାଟନ କରାଯାଇଥିଲା। ସମବେତ ହୋଇଥିବା ହଜାରହଜାର ସତ୍‌ସଙ୍ଗୀ ଓ ଶ୍ରଦ୍ଧାଳୁଙ୍କ ମୁଖରୁ ବନ୍ଦେ ପୁରୁଷୋତ୍ତମମ୍ ଉଚ୍ଚାରଣ ଏବଂ ପାରମ୍ପରିକ ବାଦ୍ୟଯନ୍ତ୍ରର ଧ୍ବନି ସମଗ୍ର ପରିବେଶକୁ ଭକ୍ତିମୟ କରିଥିଲା। ମୁଖ୍ୟ ଅତିଥି ଭାବେ ପରମ ପ୍ରେମମୟ ଶ୍ରୀଶ୍ରୀ ଠାକୁର ଅନୁକୂଳଚନ୍ଦ୍ରଙ୍କର ପ୍ରପୌତ୍ର ଅନିନ୍ଦ୍ୟଦ୍ୟୁତି ଚକ୍ରବର୍ତ୍ତୀ (ବିଙ୍କିଦା) ମୁଖ୍ୟଅତିଥି ଭାବେ ଯୋଗଦେଇ ସତ୍‌ସଙ୍ଗ ମନ୍ଦିରର ଶୁଭ ଉଦ୍‌ଘା‌ଟନ କରିବା ସହ ଶ୍ରୀଶ୍ରୀ ଠାକୁର, ଶ୍ରୀଶ୍ରୀ ବଡ଼ମା, ଶ୍ରୀଶ୍ରୀ ବଡ଼ଦା ଏବଂ ଶ୍ରୀଶ୍ରୀ ଦାଦାଙ୍କ ଦିବ୍ୟ ମୂର୍ତ୍ତିରେ ପୁଷ୍ପମାଲ୍ୟ, ବସ୍ତ୍ର ଏବଂ ପ୍ରସାଦ ଅର୍ପଣ କରିଥିଲେ। ଏହାପରେ ସତ୍‌ସଙ୍ଗ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ସତ୍‌ସଙ୍ଗ ସାଧାରଣ ସଭାରେ ପରମ ପୂଜ୍ୟପାଦ ଶ୍ରୀଶ୍ରୀ ଅନିନ୍ଦ୍ୟଦ୍ୟୁତି ଯୋଗଦେଇ ମାନବ ନିଜ ଜୀବନକୁ ସରସସୁନ୍ଦର କରି ଗଢ଼ି ତୋଳିବା ପାଇଁ ଯେପରି ସଦ୍‌ଗୁଣ ଏବଂ ଆଦର୍ଶ ସବୁ ଗ୍ରହଣ କରିବାର ଆବଶ୍ୟକତା ରହିଛି, ଠିକ୍‌ ସେହିପରି ସତ୍‌ସଙ୍ଗର ମଧ୍ୟ ଯଥେଷ୍ଟ ଆବଶ୍ୟକତା ରହିଥିବା ସେ ମତବ୍ୟକ୍ତ କରିଥିଲେ। ପ୍ରତ୍ୟୁଷରେ ଅନୁଷ୍ଠିତ ସଭାରେ ଗିରୀଶ ଚନ୍ଦ୍ର ଦାଶ ବିଶିଷ୍ଟ ଅତିଥି ଭାବେ ଯୋଗଦେଇ ଶ୍ରୀଶ୍ରୀ ଠାକୁରଙ୍କ ଅମୃତବାଣୀ ଏବଂ ସତ୍‌ସଙ୍ଗ ଉପରେ ଆଲୋଚନା କରିଥିଲେ। ସଭା ପରେ ଭଜନ, କୋରସ୍‌ ଏବଂ ପାଲା ପରିବେଷଣ କରାଯାଇଥିଲା ଏବଂ ସନ୍ଧ୍ୟାରେ ସମବେତ ସାନ୍ଧ୍ୟ ପ୍ରାର୍ଥନା, ଆତସବାଜି ଏବଂ ବିଚିତ୍ରାନୁଷ୍ଠାନ ପରେ ମହୋତ୍ସବ ଉଦ୍‌ଯାପିତ ହୋଇଥିଲା।

ସତ୍‌ସଙ୍ଗ ବିହାରର ତତ୍ତ୍ବାବଧାରକ ସୁରେନ୍ଦ୍ର ପ୍ରସାଦ ପଟ୍ଟନାୟକ, ସଭାପତି ଡା ଅଜିତ କୁମାର ଦାସ, ବାସୁଦେବ ବିହାରୀ, ଅଭିନ୍ନ କୁମାର ପଟ୍ଟନାୟକ, ମୁରଲୀଧର ପାତ୍ର, ଭାସ୍କର ଚନ୍ଦ୍ର ବାରିକ୍, ସମୀରଣ ଦେ, ପଦ୍ମଲୋଚନ ପ୍ରଧାନ, ସୁଧାଂଶୁ ଶେଖର ରାଉତ, ଅମରେନ୍ଦ୍ରଲାଲ ଦତ୍ତ, କେଦାରନାଥ ମହାନ୍ତି, ଡ. ହେମନ୍ତ କୁମାର ନାୟକ, ଅଭୟ କୁମାର ପରିଡ଼ା, ଉମାକାନ୍ତ ସାହୁ, ଆର୍ତ୍ତତ୍ରାଣ ଦାସ, ଆଶିଷ କୁମାର ଘୋଷ, ପ୍ରଭାତ କୁମାର ନାୟକ, ବସନ୍ତ କୁମାର ନାୟକ, ବିଜୟ କୁମାର ମହାପାତ୍ର, ପ୍ରତୁଲ୍ୟ କୁମାର ଦାସ, ପ୍ରହ୍ଲାଦ ଚନ୍ଦ୍ର ଦାସ, ପ୍ରଶାନ୍ତ କୁମାର ପରିଡ଼ା, ମୁରାରୀମୋହନ ସେନ, ନରେଶ କୁମାର ଜେନା, ଅମିତାଭ ସାହୁ, ଶରତ ଚନ୍ଦ୍ର ମହାଭୋଇ, ମହେନ୍ଦ୍ର ପ୍ରସାଦ ବାରିକ୍, କାଶୀନାଥ ନାୟକ, ଖଗେଶ୍ବର ନାୟକ, ରବୀନ୍ଦ୍ର କୁମାର ବେହେରା, ଆନନ୍ଦ କୁମାର ସାହୁ, ରାଜେନ୍ଦ୍ର କୁମାର ମହାପାତ୍ର, ଗଙ୍ଗାଧର ବାରିକ, ସୁବ୍ରତ କୁମାର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ଏହି ଦିବସବ୍ୟାପୀ କାର୍ଯ୍ୟକ୍ରମର ପରିଚାଳନାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।