ରାଜ୍ୟ ସ୍ପେଶାଲ ରିପୋର୍ଟ

ବାଲେଶ୍ବରରେ ଟ୍ରାଇର ଡ୍ରାଇଭ୍‌ ଟେଷ୍ଟ୍‌, ନିୟନ୍ତ୍ରଣରେ କଲ୍‌ ଡ୍ରପ୍

ଭୁବନେଶ୍ବର : ଟେଲିକମ୍ ସେବାର ମାନ ଯାଞ୍ଚ କରିବା ଲାଗି ଭାରତୀୟ ଟେଲିକମ୍ ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ପକ୍ଷରୁ ଓଡ଼ିଶାର ବାଲେଶ୍ବର ସମେତ ଦେଶର ୨୦ଟି ସ୍ଥାନରେ ଡ୍ରାଇଭ୍‌ ଟେଷ୍ଟ୍‌ କରାଯାଇଥିଲା। ଚଳିତ ବର୍ଷ ଜାନୁଆରିରେ କରାଯାଇଥିବା ଏହି ପରୀକ୍ଷଣର ରିପୋର୍ଟ ଜାରି କରାଯାଇଛି। ବାଲେଶ୍ବରରେ ସମସ୍ତ ଚାରି ଟେଲିକମ୍ କଂପାନି ଜିଓ, ଏୟାରଟେଲ୍, ବିଏସ୍‌ଏନ୍‌ଏଲ୍‌ ଓ ଭୋଡାଫୋନ୍‌ ଆଇଡିଆର କଲ୍‌ ଡ୍ରପ୍ ନିର୍ଧାରିତ ସୀମା ୨% ଭିତରେ ରହିଛି।

ହାଇଦ୍ରାବାଦ ସ୍ଥିତ ଟ୍ରାଇ ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ଏହି ପରୀକ୍ଷଣ କରାଯାଇଥିଲା। ସେଥିରେ ବାରିପଦା, ଜଳେଶ୍ବର, ବାଲେଶ୍ବର, ଭଦ୍ରକ, ସୋର, ଚନ୍ଦନେଶ୍ବର ଓ ଚାନ୍ଦିପୁର ଆଦି ସ୍ଥାନର ବିଭିନ୍ନ ଅଞ୍ଚଳରେ ପୂର୍ବାହ୍ନ ୯ଟାରୁ ରାତି ୮ଟା ପର୍ଯ୍ୟନ୍ତ ୨୦୨୩ ଜାନୁଆରି ୨୩ରୁ ୨୫ ଓ ୨୭ରେ ଏହି ପରୀକ୍ଷା କରାଯାଇଛି। ଚାରି ଦିନ ବ୍ୟାପୀ ଚାଲିଥବା ଏହି ପରୀକ୍ଷାରେ ୪୩୦ କ‌ିଲୋମିଟର ସଡ଼କ ଓ ୬ଟି ହଟ୍‌ସ୍ପଟ୍‌କୁ ସାମିଲ କରାଯାଇଥିଲା। ଟେଲିକମ୍ ସେବାର ମାନ ଜାଣିବା ଲାଗି ପ୍ରତି କଂପାନିର ନେଟ୍‌ୱର୍କରେ ପ୍ରାୟ ୩୯୦ କଲ୍ କରାଯାଇଥିଲା। ଚାରି ଟେଲିକମ୍ କଂପାନିର ୨ଜି, ୩ଜି ଓ ଏଲ୍‌ଟିଇ ନେଟ୍‌ୱର୍କରେ ଏହି ପରୀକ୍ଷଣ ହୋଇଥିଲା।

ବାଲେଶ୍ବର ସହରର ଆଇଟିଆଇ ଛକ, ରେମୁଣା ଗୋଲେଇ, ଏଫ୍‌ଏମ୍ ଗୋଲେଇ, ଷ୍ଟେସନ ଛକ, ସରକାରୀ ଆଇଟିଆଇ; ବାରିପଦାର ବେତନଟୀ ଛକ, ବମ୍ବେ ଛକ, ବଡ଼ ବଜାର, ଜଗନ୍ନାଥ ମନ୍ଦିର ରାସ୍ତା; ଜଳେଶ୍ବରର ବସ୍‌ଷ୍ଟାଣ୍ଡ୍‌, ଚନ୍ଦନେଶ୍ବର ଓ ଦିଘା, ସୋରର ସୋର ବଜାର ଓ କୁପାରି ରାସ୍ତା ଏବଂ ଭଦ୍ରକର ପଠାଣମହଲା, ଆରଡ଼ି ରାସ୍ତା ଓ ବନ୍ତ୍‌ ଛକରେ ଏହି ପରୀକ୍ଷଣ କରାଯାଇଥିଲା।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।