ପୁରୀ : ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ କୋଭିଡ୍ ସଂକ୍ରମିତ ହୋଇଛନ୍ତି। ଟ୍ବିଟର ମାଧ୍ୟମରେ ସେ ଏହି ସୂଚନା ଦେଇଛନ୍ତି। ସଂପ୍ରତି ସେ ନିଜ ଘରେ ସଙ୍ଗରୋଧର ରହିଥିବା ବେଳେ କରୋନାକୁ ହାଲ୍କା ଭାବେ ନନେବାକୁ ନିବେଦନ କରିଛନ୍ତି। ଏଥିସହ ମାସ୍କ ପିନ୍ଧିବା ନେଇ ପ୍ରସ୍ତୁତ କରିଥିବା ଏକ ବାଲୁକା କଳା ସେ ପ୍ରସ୍ତୁତ କରିଛନ୍ତି। କୋଭିଡ୍ର ଭୟାବହତା ସମ୍ପର୍କରେ ନିଜର ମତ ରଖିବା ସହ ସବୁବେଳେ ମାସ୍କ ପିନ୍ଧିବା ପାଇଁ ସଚେତନ କରିଛନ୍ତି।