ପୁରୀ ୦୧/୦୪ : ଆଜି ଏପ୍ରିଲ ୧ ଉତ୍କଳ ଦିବସ । ଏହି ଉପଲକ୍ଷେ ଆନ୍ତର୍ଜାତିୟ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ପୁରୀ ଲାଇଟ ହାଉସ ନିକଟସ୍ଥ ବେଳାଭୂମିରେ ଏକ ସୁନ୍ଦର ବାଲୁକା କଳା ନିର୍ମାଣ କରିଛନ୍ତି ।
ବନ୍ଦେ ଉତ୍କଳ ଜନନୀ ଥିମକୁ ଆଧାର କରି ଓଡିଶାର ପ୍ରତିଷ୍ଠା ଦିବସରେ ଓଡିଶାର କଳା, ସଂସ୍କୃତି ନୈପୁଣ୍ୟ ଏବଂ ବୀରତ୍ୱର ଗାଥା ବାଲୁକା କଳା ମାଧ୍ୟମରେ ବଖାଣୁଛନ୍ତି ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ । ଏହି ବାଲୁକା କଳାରେ ମାନସ କୋଣାର୍କ ମନ୍ଦିରକୁ ସ୍ଥାନ ଦେବା ସହ ଓଡିଶାର ପ୍ରସିଦ୍ଧ ଓଡିଶୀ ନୃତ୍ୟକୁ ଅତି ସୁନ୍ଦର ଭାବରେ ଦର୍ଶାଇଛନ୍ତି । ଏହି ବାଲୁକା କଳାଟିର ଉଚ୍ଚତା ୮ ଫୁଟ ଏବଂ ଓସାର ୨୦ ଫୁଟ ରହିଛି ।
ଏଥିରେ ୨୦ ଟନ ବାଲି ବ୍ୟବହାର କରାଯାଇଥିବା ବେଳେ ଏହି ବାଲୁକା କଳା ନିର୍ମାଣ କରିବାକୁ ମାନସ ସାହୁଙ୍କୁ ୧୨ ଘଣ୍ଟା ସମୟ ଲାଗିଥିଲା । ସାରା ଓଡିଶାବାସୀ ଏବଂ ସମସ୍ତ ଓଡ଼ିଆ ମାନଙ୍କୁ ବାଲୁକା କଳା ମାଧ୍ୟ୍ୟମରେ ମାନସ ସାହୁ ବନ୍ଦେ ଉତ୍କଳ ଜନନୀ ଏବଂ ଉତ୍କଳ ଦିବସର ଅଭିନନ୍ଦନ ଜଣାଇଛନ୍ତି।