ସୋରୋ ୩୧/୦୭ : ନିଖୋଜ ଥିବା ମହିଳାଙ୍କର ବାଲି ବସ୍ତାରେ ହାତ ଗୋଡ଼ ବନ୍ଧା ଅବସ୍ଥାରେ ମୃତଦେହକୁ ଉଦ୍ଧାର କଲେ ଗ୍ରାମବାସୀ । ସିମୁଳିଆ ଥାନା ପାହିତୋରଣା ପଞ୍ଚାୟତ ଦୋରା ଗ୍ରାମରେ ଘଟିଛି ଘଟଣା । ମୃତ ମହିଳା ହେଲେ କୁନୁ ଲତା ନାୟକ । କୁନୁ ନିଖୋଜ ଠାରୁ ସ୍ୱାମୀ ଧନେଶ୍ୱର ନାୟକ ଫେରାର ଥିବା ନେଇ ପୋଲିସ ପକ୍ଷରୁ ସୂଚନା ।
ଭଦ୍ରକ ଜିଲ୍ଲା ଘଣ୍ଟେଶ୍ୱର ଅଂଚଳର ଧନେଶ୍ୱର ସିମୁଳିଆ ଥାନା ବାଲିମେଧ ଗାଁରୁ ୧୭ ବର୍ଷ ତଳେ ପ୍ରେମ ବିବାହ କରି ଦୋରା ଗ୍ରାମରେ ସ୍ୱାମୀ ସ୍ତ୍ରୀ ଓ ଦୁଇ ପୁଅ ସହିତ ରହି ଆସୁଥିଲେ । କୁନୁଙ୍କ ଶବ ଉଦ୍ଧାର ପରେ ତାଙ୍କ ଭାଇ ସିମୁଳିଆ ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ଘଟଣାର ତଦନ୍ତ କରୁଛି ।