ଅପରାଧ ରାଜ୍ୟ

ବାଲି ପାଇଁ ବଢ଼ୁଛି ଦୁର୍ଘଟଣା: ବିନା ପାଲରେ ବାଲି, ‌ଗୋଡ଼ି ବୋହିଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ବର : ଜାତୀୟ ଓ ରାଜ୍ୟ ରାଜପଥରେ ଜମା ହେଉଥିବା ବାଲି ଲୋକଙ୍କ ଜୀବନ ନେଉଛି। ଓଡ଼ିଶାରେ ଗତ ବର୍ଷକ ମଧ୍ୟରେ ୫୦୨୬ଜଣ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ମୃତକଙ୍କ ମଧ୍ୟରୁ ବାଇକ୍‌ ଆରୋହୀ ଓ ଚାଳକଙ୍କ ସଂଖ୍ୟା ୨୧୬୨ ଅର୍ଥାତ୍‌ ୪୩ ପ୍ରତିଶତ। ଏଥିମଧ୍ୟରୁ ଅଧିକାଂଶ ଦୁର୍ଘଟଣା ବାଲି ଯୋଗୁଁ ହୋଇଛି। ତେଣୁ, ରାଜପଥରେ ଯେପରି ବାଲି ଗଦା ନ ହେବ, ସେଥିପ୍ରତି ଅଣ୍ଟା ଭିଡ଼ିଛି ପରିବହନ ବିଭାଗ। ଏଣିକି ବିନା ପାଲରେ ରାଜପଥରେ ବାଲି, ଗୋଡ଼ି କିମ୍ବା ମେଣ୍ଟାଲ ବୋହିଲେ, ଗାଡ଼ି ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଭାଗ ଚେତାବନୀ ଦେଇଛି। ଏହି ନିୟମକୁ କଡ଼ାକଡ଼ି ଲାଗୁ ପାଇଁ ପରିବହନ ବିଭାଗ ପ୍ରମୁଖ ସଚିବ ଉଷା ପାଢ଼ୀ ସମସ୍ତ ଆଞ୍ଚଳିକ ପରିବହନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରତି ମାସରେ ଥରେ ଏହାର ସମୀକ୍ଷା କରିବା ସହ କେତେ ଗାଡ଼ିକୁ ଜରିମାନା କରାଯାଇଛି, କେତେ ଟଙ୍କା ଆଦାୟ ହୋଇଛି; ସମସ୍ତ ତଥ୍ୟ ପରିବହନ କମିସନରଙ୍କୁ ଦେବାକୁ କୁହାଯାଇଛି।

ଉଦ୍‌ବେଗର ବିଷୟ ଯେ ଏହି ନିୟମ ପୂର୍ବରୁ ବାରମ୍ବାର କଡ଼ାକଡ଼ି କରାଯାଇଥିଲେ ହେଁ ଆଖିଦୃଶିଆ ପଦକ୍ଷେପ ନିଆଯାଇ ନଥିବାରୁ କେହି ମାନୁନାହାନ୍ତି। ଯାଞ୍ଚ ଦାୟିତ୍ବରେ ଥିବା ଅଧିକାରୀଙ୍କ ଢିଲାପଣ ଯୋଗୁଁ ସମସ୍ୟା ବଢ଼ିବାରେ ଲାଗିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।