ଧର୍ମ ରାଜ୍ୟ ସ୍ପେଶାଲ ରିପୋର୍ଟ

ବାଲିହରଚଣ୍ତୀଙ୍କ ପୀଠରେ ଷୋଳ ପୂଜା: ମହାଲକ୍ଷ୍ମୀଙ୍କ ବେଶରେ ଦର୍ଶନ ଦେଲେ ମା’

ବ୍ରହ୍ମଗିରି : ମା’ବାଲିହରଚଣ୍ତୀଙ୍କ ପୀଠରେ ଗତକାଲିଠାରୁ ଷୋଳ ପୂଜା ନୀତି ଆରମ୍ଭ ହୋଇଛି। ଗତକାଲି ସକାଳେ ମା’ କାଳୀଙ୍କ ବେଶରେ ଦର୍ଶନ ଦେଇଥିବା ବେଳେ ସନ୍ଧ୍ୟାରେ ମା’ ଭୁବନେଶ୍ବରୀଙ୍କ ବେଶରେ ଦର୍ଶନ ଦେଇଥିଲେ। ଦ୍ବାରପାଳ ପୂଜା, ସୂର୍ଯ୍ୟପୂଜା, ରୋଷହୋମ ନୀତି, ଗୋପାଳ ବଲ୍ଲଭ ଏବଂ ସହସ୍ର କୁମ୍ଭ ବରଣ ନୀତି ବଢ଼ିଥିଲା। ପ‌ବିତ୍ର ତୀର୍ଥରୁ ଜଳ ସଂଗ୍ରହ କରାଯାଇ ମା’ଙ୍କ ପୀଠକୁ ଅଣାଯାଇଥିଲା। ପବିତ୍ର ଜଳରେ ଚନ୍ଦନ, କେଶର, କର୍ପୂର, ଜାଇଫଳ, ଯାଇପତ୍ରୀ, ଅଗୁର, କୁଙ୍କୁମ ପ୍ରଭୃତି ସୁବାସିତ ଦ୍ରବ୍ୟମାନ ମିଶାଯାଇ ମା’ଙ୍କୁ ୧୦୮ ଗରା ଜଳରେ ମହାସ୍ନାନ କରାଯାଇଥିଲା।

ମହାସ୍ନାନ ନୀତି ପରେ ବନକ ଲାଗି ହୋଇ ସୂର୍ଯ୍ୟାଗ୍ନି ଦ୍ବାରା ଅଖଣ୍ତ ଦୀପ ସ୍ଥାପନ ହୋଇ ପୁରୋହିତଙ୍କ ଦ୍ବାରା ଚଣ୍ତୀ ପୂଜାପାଠ ସମ୍ପନ୍ନ ହୋଇଛି। ଷୋଡ଼ଶ ଉପଚାରରେ ପୂଜାର୍ଚ୍ଚନା ହୋଇ ବାଳଧୂପ ନୀତି ବଢ଼ିଥିବା ବେଳେ ସକାଳ ଧୂପ ଏବଂ ଦ୍ବିପ୍ରହର ଧୂପ ନୀତି ସମ୍ପନ୍ନ ହୋଇଥିଲା। ସଂଧ୍ୟା ଆଳତି, ମଇଲମ, ବେଶ ଓ ସନ୍ଧ୍ୟାଧୂପ ନୀତି ଶେଷ ହେବା ପରେ ମନ୍ଦିର ଶୋଧ କରାଯାଇ ବଡ଼ସିଂହାର ବେଶ ଓ ଧୂପ ନୀତି ବଢ଼ିବା ପରେ ମା’ ଙ୍କୁ ଶ୍ରୀମହାପ୍ରସାଦ ସମର୍ପଣ କରାଯାଇଥିଲା। ଷୋଳ ପୂଜାରେ ମା’ଙ୍କ ୩୨ଟି ବେଶ କରାଯିବ ବୋଲି ସେବାୟତ ନିଯୋଗ ପକ୍ଷରୁ ସୂଚନା ମିଳିଛି। ଆଜି ଷୋଳ ପୂଜାର ଦ୍ବିତୀୟ ଦିନରେ ମା’ବାଲିହରଚଣ୍ତୀ ଦୁଇଟି ବେଶରେ ଦର୍ଶନ ଦେଇଛନ୍ତି। ସକାଳ ନୀତି ସମାପ୍ତ ହେବା ପରେ ମା’ କମଳାଙ୍କ ବେଶରେ ଦର୍ଶନ ଦେଇଥିଲେ। ସଂଧ୍ୟାରେ ମା’ ମହାଲକ୍ଷ୍ମୀଙ୍କ ବେଶରେ ଦର୍ଶନ ଦେଇଥିଲେ। ସଂଧ୍ୟା ଧୂପ ପରେ ମନ୍ଦିର ଶୋଧ କରାଯାଇ ବଡ଼ସିଂହାର ବେଶ ଓ ଧୂପ ନୀତି ବଢ଼ି ଶ୍ରୀମହାପ୍ରସାଦ ସମର୍ପଣ କରାଯାଇ ପହଡ଼ ନୀତି ସମ୍ପନ୍ନ ହୋଇଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ