ଅପରାଧ ରାଜ୍ୟ

ବାଲିବେପାରୀଙ୍କ କବ୍‌ଜାରେ ବୈତରଣୀ ନଦୀଶଯ୍ୟା

ଯାଜପୁର : ଯାଜପୁର ଜିଲ୍ଲାରେ ନଦୀନାଳକୁ ବାଲି ବେପାରୀମାନେ ନିଜ କବ୍‌ଜାକୁ ନେଇଯାଇଛନ୍ତି। ଜିଲ୍ଲା ପ୍ରଶାସନ ବିକାଶ ଆଳରେ ପରିବେଶ ଓ ପରିସ୍ଥିତିକୁ ଲକ୍ଷ୍ୟ ନକରି ଆଖିବୁଜା ବାଲିଘାଟ ନିଲାମ ଦେଇଥିବାବେଳେ ଅନେକ ଚୋରା ବାଲିଘାଟ ଚାଲିଛି। ‌ଆଉ ୨ ସପ୍ତାହ ପରେ ମୌସୁମୀ ଆସିବ ବୋଲି ପାଣିପାଗ ବିଶେଷଜ୍ଞମାନେ ଆଗୁଆ ସୂଚନା ଦେଇସାରିଛନ୍ତି। ଅଥଚ ବାଲି ମାଫିଆ ନଦୀନାଳ ବନ୍ଧବାଡ଼ କାଟି ଶହଶହ ଗାଡ଼ିରେ ଦିନରାତି ବାଲି ବୋହି ନେବାରେ ଲାଗିଛନ୍ତି। ୫ କିଲୋମିଟର ଭିତରେ ୮ଟି ବାଲିଘାଟ ରହିଥିବାବେଳେ ୧୦ ପଞ୍ଚାୟତବାସୀଙ୍କ ପାଇଁ ଏହା ବିପଦ ସୃଷ୍ଟି କରିଛି।

ବ୍ୟାସନଗର ତହସିଲ ଅଧୀନ କୋରେଇ ବ୍ଲକ୍ ଅଞ୍ଚଳରେ ବୈତରଣୀ ନଦୀର ଦକ୍ଷିଣ ପାର୍ଶ୍ବ ସାଆଁଳା ଠାରୁ ମୂଳାପାଳ ପର୍ଯ୍ୟନ୍ତ ଏହି ୮ଟି ବାଲିଘାଟ ରହିଛି। ସାଆଁଳା(କଣ୍ଟାବଣିଆ)-୨ ବାଲିଘାଟ ଠାରୁ ଆରମ୍ଭ କରି ମୁକୁନ୍ଦପୁର-୨, ନିଶଙ୍ଖପୁର, ଗହ୍ମାରିଆ, ନୟ‌ାହାଟପାଟଣା, ଶାଳବା, ଧନତ୍ରୀ, ରଣପାଳ ପ୍ରଭୃତି ବାଲିଘାଟରୁ ଶହଶହ ହାଇୱା, ଟ୍ରକ୍‌ ଓ ଟ୍ରାକ୍ଟର ଦୈନଦିନ ଲକ୍ଷଲକ୍ଷ ଘନମିଟର ବାଲି ଚାଲାଣ କରୁଛନ୍ତି। ଏଠାରୁ ନଦୀର ବାମ ପାର୍ଶ୍ବରେ ଥିବା କେନ୍ଦୁଝର ଜିଲ୍ଲା ସମେତ ଭଦ୍ରକ, ବାଲେଶ୍ବର ଓ ପଶ୍ଚିମବଙ୍ଗକୁ ମଧ୍ୟ ଏଠାରୁ ବାଲିଚାଲାଣ ହେଉଛି। ବାଲିଘାଟରେ ମେସିନ ଲଗାଇବାର ନିୟମ ନଥିବା ବେଳେ ପ୍ରାୟ ସମସ୍ତ ବାଲିଘାଟରେ ଏକାଧିକ ମେସିନ ଦିନରାତି ବାଲି ଖୋଳି ଚାଲିଛନ୍ତି। ଅନ୍ୟପଟେ, ଆସନ୍ନ ବନ୍ୟାକୁ ନେଇ ୧୦ଟି ପଂଚାୟତର ଲୋକେ ବନ୍ୟା ଆଶଙ୍କାରେ ରହିଛନ୍ତି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।