ଅପରାଧ ରାଜ୍ୟ

ବାଲିଘାଟ ପାଇଁ ଗୁଳି, ଜେସିବି ପୋଡ଼ି

ନିଶ୍ଚିନ୍ତକୋଇଲି : ବାଲିଘାଟକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଉଗ୍ରରୂପ ନେଇଛି। ଶନିବାର ବିଳମ୍ବିତ ରାତିରେ ଏକ ଗୋଷ୍ଠୀର କିଛି ଯୁବକ ଫାଙ୍କା ଗୁଳି ଚଳାଇ ୩୫ ହଜାର ଟଙ୍କା ଲୁଟିନେଇଛନ୍ତି। ଏପରିକି ବାଲି ଉତ୍ତୋଳନ ପାଇଁ ସେଠାରେ ଥିବା ଜେସିବିରେ ଦୁର୍ବୃତ୍ତମାନେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଇଛନ୍ତି। ଘଟଣାଟି ଘଟିଛି ନେମାଳ ଥାନା ଅନ୍ତର୍ଗତ ନଗସପୁର ଚିତ୍ରୋତ୍ପଳା ବାଲି ଘାଟରେ। ଏନେଇ ଥାନାରେ ଅଭିଯୋଗ ହୋଇଛି। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି।

ସୂଚନା ଅନୁସାରେ, ନଗସପୁର ଚିତ୍ରୋତ୍ପଳା ନଈର ଏକାଧିକ ସ୍ଥାନରେ ବାଲିଘାଟ ରହିଛି। ଏହି ବାଲିଘାଟରୁ ବାଲି ଚାଲାଣକୁ କେନ୍ଦ୍ରକରି ଗତ କିଛି ଦିନ ହେଲା ଦୁଇ ବାଲି ମାଫିଆ ଗୋଷ୍ଠୀ ମଧ୍ୟରେ ବିବାଦ ଲାଗିରହିଥିଲା। ଗତକାଲି ରାତିରେ ଏହା ଉଗ୍ରରୂପ ଧାରଣ କରିଥିଲା। ଏହି ବାଲିଘାଟରେ ୩ଜଣ କର୍ମଚାରୀ ଉପସ୍ଥିତ ରହି ବାଲି ଚାଲାଣ କରୁଥିବା ବେଳେ ଅପର ଗୋଷ୍ଠୀର ୩/୪ ଜଣ ଯୁବକ ସେଠାରେ ପହଞ୍ଚି ଫାଙ୍କା ଗୁଳିଚାଳନା କରିଥିଲେ। ଗୁଳି ଶଦ୍ଦ ଶୁଣି ଉପସ୍ଥିତ କର୍ମଚାରୀମାନେ ଜୀବନ ବିକଳରେ ଦୌଡ଼ି ପଳାଇଥିଲେ। ପରେ ଦୁର୍ବୃତ୍ତମାନେ ପ୍ରାୟ ୩୫ ହଜାର ଟଙ୍କା ଲୁଟି ନେବା ସହ ବାଲି ଉତ୍ତୋଳନ କରୁଥିବା ଏକ ଜେସିବି ମେସିନ୍‌ରେ ପେଟ୍ରୋଲ୍‌ ଢାଳି ନିଆଁ ଲଗାଇ ଦେଇଥିଲେ। ସୂଚନା ପାଇ ନିଶ୍ଚିନ୍ତକୋଇଲି ଦମକଳବାହିନୀର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। କୌଣସି ସୂତ୍ରରୁ ଖବର ପାଇ ନେମାଳ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ କରିଥିଲେ।

ଏନେଇ ଦେଉଳି ଗ୍ରାମର ହିମାଂଶୁ ଶେଖର ଜେନା ନେମାଳ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତି କରି ନେମାଳ ଥାନାରେ ଏକ ମାମଲା (କେସ୍ ନଂ ୮୩/୨୦୨୩) ରୁଜୁ ହୋଇଥିବା ଥାନା ଭାରପ୍ରାପ୍ତ ଅଧିକାରୀ ଗୌରାଙ୍ଗ ବିଶ୍ବାଳଙ୍କ ସୂତ୍ରରୁ ଜଣାଯାଇଛି। ଅପରପକ୍ଷରେ ଏହି ଘଟଣା ପରେ ପୁଲିସ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଥିବା ସାଲେପୁର ଏସ୍‌ଡିପିଓ ବିମଳ କୁମାର ବାରିକ ସୂଚନା ଦେଇଛନ୍ତି। ତେବେ ଥାନାରେ ଗୁଳିଚାଳନା ନେଇ ଅଭିଯୋଗ ହୋଇଥିଲା ବେ‌ଳେ ଏସ୍‌ଡିପିଓ ଶ୍ରୀ ବାରିକ ଏହାକୁ ଅସ୍ବୀକାର କରୁଛନ୍ତି। କେଉଁ କାରଣରୁ ଏହି ଘଟଣା ଘଟିଛି ତାହା ପୁଲିସ ସ୍ପଷ୍ଟ କରିନାହିଁ। ଜେସିବି ଲଗାଇ ବାଲି ଉଠାଣକୁ ବାରଣ ଥିବା ବେଳେ ପୁଲିସ ପ୍ରଶାସନ ଓ ନିଶ୍ଚିନ୍ତକୋଇଲି ତହସିଲ ପ୍ରଶାସନ ଜ୍ଞାତସାରରେ ସରକାରୀ ନୀତି ନିୟମକୁ ଉଲ୍ଲଂଘନ କରି ବାଲି ମାଫିଆମାନେ ଦିନରାତି ଅବାଧରେ ବାଲି ଚାଲାଣ କରୁଥିବା ଅଭିଯୋଗ ହେଉଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।