ଅପରାଧ ରାଜ୍ୟ

ବାଲିଗାଡ଼ି ଧରିବା ବେଳେ ଉତ୍ତେଜନା: ଏନ୍‌ଫୋର୍ସମେଣ୍ଟ ଟିମ୍‌-ଗ୍ରାମବାସୀ ମୁହାଁମୁହିଁ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ଜଳେଶ୍ୱର: ଆଜି ଅପରାହ୍ନରେ ବାଲେଶ୍ୱର ଜିଲ୍ଲା ରାଇବଣିଆ ଥାନା ଶ୍ରୀରାମପୁର ପଞ୍ଚାୟତ ନରଣପୁର ଗାଁ’କୁ ଜଳେଶ୍ୱର ତହସିଲର ଏନ୍‌ଫୋର୍ସମେଣ୍ଟ ଟିମ୍‌ ଚୋରା ବାଲି
ଚାଲାଣ ନେଇ ଧରପଗଡ଼ କରିବାକୁ ଯାଇଥିଲା। ତେବେ ଏନ୍‌ଫୋର୍ସମେଣ୍ଟ ଟିମ୍‌ ଦେଖି ଗୋଟିଏ ବାଲି ବୋଝେଇ ଟ୍ରାକ୍ଟରକୁ ଏହାର ଚାଳକ ବାଗ ସାଙ୍ଗିଆଧାରୀ ବ୍ୟକ୍ତିଙ୍କ ବାଡ଼ିରେ ପୂରାଇ ଦେବା ସହ ଗାଡ଼ି ଛାଡ଼ି ଚମ୍ପଟ ମାରିଥିଲେ। ଏହି ସମୟରେ ଏନ୍‌ଫୋର୍ସମେଣ୍ଟ ଟିମ୍‌ର ଦୁଇ ଆର୍‌ଆଇ ସାଗର ବାସ୍କେ ଓ ନିରଞ୍ଜନ ସିଂ ଟ୍ରାକ୍ଟରକୁ ସିଜ୍‌ କରାଯାଉଛି ବୋଲି ସଂପୃକ୍ତ ଘରର ଲୋକଙ୍କୁ ଜଣାଇଥିଲେ। ତେବେ ଆର୍‌ଆଇ ଶ୍ରୀ ବାସ୍କେ ଉକ୍ତ ଟ୍ରାକ୍ଟରକୁ ଚଳାଇ ନେଉଥିବା ବେଳେ କେତେକ ମହିଳା ବିରୋଧ କରିଥିଲେ। ଯାହାକୁ ନେଇ କଥା କଟାକଟି ହୋଇଥିଲା।

ଏହି ସମୟରେ ଗ୍ରାମବାସୀ ଦୁଇ ଆର୍‌ଆଇଙ୍କୁ ଠେଲାପେଲା କରି ଫୋନ୍‌ ଛଡ଼ାଇ ନେଇଥିବା ଅଭିଯୋଗ ହୋଇଛି। ଠେଲାପେଲାରେ ଆର୍‌ଆଇ ଦ୍ବୟ ଆହତ ହୋଇଥିବା ଏନ୍‌ଫୋର୍ସମେଣ୍ଟ ଟିମ୍‌ ପକ୍ଷରୁ ଅଭିଯୋଗ କରାଯାଇଛି। ଅନ୍ୟପକ୍ଷରେ ଏନ୍‌ଫୋର୍ସମେଣ୍ଟ ଟିମ୍‌ର ଅଭିଯୋଗକୁ ଗ୍ରାମବାସୀଙ୍କ ପକ୍ଷରୁ ଭିତ୍ତିହୀନ ବୋଲି କୁହାଯିବା ସହ ଏନ୍‌ଫୋର୍ସମେଣ୍ଟ ଟିମ୍‌ ମାଡ଼ରେ ଅବନୀ ଜେନା ନାମକ ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି ବୋଲି ଅଭିଯୋଗ କରାଯାଇଛି। ଘଟଣା ସମ୍ପର୍କରେ ଖବର ପାଇ ଜଳେଶ୍ୱର ତହସିଲଦାର ମିହିର କୁମାର ବେହେରା, ଜଳେଶ୍ୱର ଏସ୍‌ଡିପିଓ ଦିଲ୍ଲୀପ କୁମାର ସାହୁ, ରାଇବଣିଆ ଆଇଆଇସି ଗୋବିନ୍ଦ ବେହେରା, ଜଳେଶ୍ୱର ଆଡିସନାଲ୍‌ ଆଇଆଇସି ଶିବପ୍ରସାଦ ଭଦ୍ରା ଫୋର୍ସ ସହ ନରଣପୁର ଗାଁ’ରେ ପହଞ୍ଚିଛନ୍ତି। ତଦନ୍ତ ପରେ ରାଇବଣିଆ ପୁଲିସ ଜଣକୁ ଅଟକ ରଖିଛି। ତେବେ ରିପୋର୍ଟ ଲେଖା ହେବା ଯାଏ ପୁଲିସ ନିକଟରେ କୌଣସି ଅଭିଯୋଗ ହୋଇ ନଥିବା ବେଳେ ନରଣପୁର ଗାଁ’ରେ ଉତ୍ତେଜନା ଲାଗିରହିଛି।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।