ରାଶିଫଳ

ବାର୍ଷିକ ରାଶିଫଳ ୨୦୨୨


ମେଷ -ମେଷରାଶି ପାଇଁ ଏ ବର୍ଷ ବହୁତ ଶୁଭ ଅଟେ ! ଏହି ରାଶିର ବ୍ୟକ୍ତି ବିଶେଷ ସଷ୍ଟବାଦୀ,ପରୋପକାରୀ ଅଟନ୍ତି କୌଣସି କାର୍ଯ୍ୟକୁ ସେ ଆଗକୁ ଆଗକୁ ନେଇଥାନ୍ତି! ସେ କ୍ଷଣ ରାଗି, ତୁରୁତୁରୁଆ ଭାବେ କାର୍ଯ୍ୟକୁ କରିଥାନ୍ତି ଏହି ରାଶିର ବ୍ୟକ୍ତିମାନେ ୨୦୨୨ ମସିହା ରେ ଆପଣ ଚେଷ୍ଟା ଜାରି ରଖନ୍ତୁ କାର୍ଯ୍ୟ ସଫଳ ହେବ! ସ୍ୱାସ୍ଥ୍ୟ ଏ ବର୍ଷ ଆପଣଙ୍କର ବହୁତ ଭଲ ରହିବ ଏହିବର୍ଷ କାର୍ଯ୍ୟ କ୍ଷେତ୍ରରେ ଉନ୍ନତି ଆସିବ ସରକାରୀ ଚାକିରି ମଧ୍ୟ ପାଇବାର ସମ୍ଭାବନା ଅଛି ପାରିବାରିକ ସ୍ଥିତି ବହୁତ ଭଲ ରହିବ! ଆୟ ଉତ୍ତମ ରହିବ ! ଯେଉଁ ମାନଙ୍କର ବିବାହ ହୋଇ ପାରୁନଥିଲା ଏ ବର୍ଷ ବିବାହ ଯୋଗ ମଧ୍ୟ ରହିଛି!ସନ୍ତାନଙ୍କର ଉନ୍ନତି ନିିଶ୍ଚିନ୍ତ ହେବ ! ଜମି, ଭୂମି,ଯାନ ,ବାହାନ ଆଦି କ୍ରୟ କରିବେ! ଏହା ଜାନୁଆରୀ ରୁ ସେଷ୍ଟେମ୍ବର ପର୍ଯ୍ୟନ୍ତ ଆପଣଙ୍କର ଭଲ ସମୟ ଅଛି! ଆପଣ ଗଣେଷଙ୍କୁ ପୁଜାକରନ୍ତୁ ସମୟ ଭଲରେ କଟିବ !

ବୃଷ-ବୃଷ ରାଶିର ବ୍ୟକ୍ତି ବିଶେଷ ମାନଙ୍କ ପାଇଁ ଏ ବର୍ଷକ ବହୁତ ଭଲ ସମୟ ଅଛି! ପୂର୍ବରୁ ବହୁତ ଅସୁବିଧା ମଧ୍ୟରେ ଗତି କରିଥିଲେ ତାହାର ଏହି ବର୍ଷ ଅନ୍ତ ଘଟିବ ୨୦୨୧ ମସିହାରେ ବ୍ୟବସାୟ କ୍ଷତି ଘଟିଥିଲା ତାହା ଏହି ବର୍ଷ ୨୦୨୨ ରେ ଆପଣଙ୍କର ଆୟ ଯଥେଷ୍ଟ ଉନ୍ନତି ହେବ! ସ୍ୱାସ୍ଥ୍ୟ ଭଲ ରହିବ! ଜମି,ଭୂମି,ଯାନ,ବାହାନ ଆଦି ଭୋଗ ହେବ ଅପ୍ରେଲ ରୁ ଅଗଷ୍ଟ ମଧ୍ୟରେ ଚାକିରି ଆଦି ପାଇପାରିବେ କଳା,ସାହିତ୍ୟ,ସଂଗୀତ ଆଦିରେ ଆପଣ ପୁରସ୍କୃତ ହୋଇପାରନ୍ତି ବର୍ଷର ଶେଷ ତିନି ମାସ ଟିକେ ସତର୍କ ରହିବେ! ସନ୍ତାନମାନଙ୍କର ଉନ୍ନତି ହେବ ! ଏହିରାଶିର ବ୍ୟକ୍ତିମାନେ ସାମାଜିକ କ୍ଷେତ୍ରରେ ସର୍ବଦା ଆଗରେ ରହିଥାନ୍ତି! ନିର୍ବାଚନରେ ସଫଳ ହେବାର ସୁଯୋଗ ନିଶ୍ଚିନ୍ତ ମିଳିବ ବିବାହ ଯୋଗ ମଧ୍ୟ ରହିଅଛି! ମହାଲକ୍ଷ୍ମୀଙ୍କୁ ପୂଜା କରନ୍ତୁ ବର୍ଷଟି ଶୁଭଫଳ ପ୍ରଦାନ କରିବେ!

ମିଥୁନ୍- ମିଥୁନ ରାଶିର ବ୍ୟକ୍ତି ଏ ବର୍ଷ ଅତ୍ୟନ୍ତ ଶୁଭ ଅଟେ! ଏହି ରାଶିର ବ୍ୟକ୍ତି ମାନେ ପରୋପକାରୀ! ଅନ୍ୟକୁ ସାହାଯ୍ୟ କରି ନିଜେ ଅସୁବିଧାରେ ପଡିଥାନ୍ତି ଏହି ବର୍ଷ ଆପଣ ବିଦେଶ ଯାତ୍ରା କରିବେ! ୨୦୨୧ରେ ଆପଣଙ୍କର ମିଶ୍ରିତ ଫଳ ପାଇଛନ୍ତି! କିନ୍ତୁ ଏହି ବର୍ଷ ଆପଣଙ୍କର ସ୍ୱାସ୍ଥ୍ୟ ରେ ଅବନତି ଦେଖାଦେବ! ପାରିବାରିକ ସଂପର୍କ ଉତ୍ତମ ରହିବ! କର୍ମକ୍ଷେତ୍ରରେ ଏହି ବର୍ଷ ପଦଉନ୍ନତି ଘଟିବ । ଆର୍ଥିକ ସ୍ଥିତି ଉତ୍ତମ ରହିବ! ମାଙ୍ଗଳିକ କାର୍ଯ୍ୟ କରିପାରିବେ ସନ୍ତାନ ମାନଙ୍କ ସ୍ୱାସ୍ଥ୍ୟକୁ ନେଇ ଟିକେ ଚିନ୍ତିତ ରହିବେ ବାଣିଜ୍ୟ ବ୍ୟବସାୟ ଆପଣ ଅପ୍ରେଲ୍ ମାସରେ ଆରମ୍ଭ କଲେ ଶୁଭ ହେବ! ମହାଦେବଙ୍କୁ ପୂଜାକରନ୍ତୁ ବର୍ଷଟି ଶୁଭହେବ!

କର୍କଟ- କର୍କଟ ରାଶିର ବ୍ୟକ୍ତି ବିଶେଷ ମାନଙ୍କ ପାଇଁ ୨୦୨୨ ମସିହା ମିଶ୍ରିତ ଫଳ ପ୍ରଦାନ କରିବ! ଏହି ରାଶିର ବ୍ୟକ୍ତି ମାନେ ପରିବାର ପ୍ରିୟ ହୋଇଥାନ୍ତି ! ଲୋକ ଚିହ୍ନିବାରେ ଏମାନେ ଭୂଲ କରନ୍ତି ନାହିଁ ! ଏହି ରାଶିର ବ୍ୟକ୍ତିମାନେ ସାଧାରଣତ ନିଜର ଲୋକଙ୍କୁ ବହୁତ ଭଲ ପାଇଥାନ୍ତି! ଏହି ବର୍ଷ ଆପଣଙ୍କ ଆର୍ଥିକ ସ୍ଥିତି ସୁଦୃଢ ରହିବ! ଏହି ବର୍ଷ ଆପଣଙ୍କର ସ୍ୱାସ୍ଥ୍ୟ ବିଶେଷ ଭଲ ରହିବ ନାହିଁ ! ଆପଣଙ୍କର କର୍ମକ୍ଷେତ୍ରରେ ବଦଳି ହେବାର ବହୁତ ସମ୍ଭାବନା ରହିଛି! ମାର୍ଚ୍ଚ ରୁ ଅଗଷ୍ଟ ମଧ୍ୟରେ ଏହି କାର୍ଯ୍ୟ ହୋଇପାରେ ପାରିବାରିକ କଳହ ହେବାଦ୍ୱାରା ଆପଣ ଘର ତ୍ୟାଗ କରିବା ସ୍ଥିତି ଉପୁଜିପାରେ ! ସନ୍ତାନମାନଙ୍କର ସୁଫଳ ମିଳିବ ! ମାଙ୍ଗଳିକ କାର୍ଯ୍ୟ ସ୍ଥିରିକୃତ ହୋଇପାରେ ରାଜନିତିକ ସ୍ଥିତି ମଧ୍ୟ ସୁଦୃଢ ହେବ! ଜମି,ଯାନବାହାନ ଆଦି ଭୋଗ ହୋଇପାରେ! ପ୍ରତ୍ୟେକକାର୍ଯ୍ୟ ୧୦୦ଥର ଭାବିଚିନ୍ତି କରିବେ ! ଆପଣ ଗଣେଷଙ୍କ ପୂଜା କରନ୍ତୁ ବର୍ଷଟି ଭଲରେ କଟିବ!

ସିଂହ-ସିଂହ ରାଶିର ବ୍ୟକ୍ତି ବିଶେଷ ମାନଙ୍କ ପାଇଁ ୨୦୨୨ ମସିହା ଅତ୍ୟନ୍ତ ଶୁଭ ଅଟେ! ଏହିରାଶି ରାଜକୀୟ ରାଶିଅଟେ ଏହି ରାଶିର ବ୍ୟକ୍ତିମାନେ ଖର୍ଚ୍ଚି ଅଟନ୍ତି ୨୦୨୧ ମସିହାରେ ଆପଣଙ୍କର ସ୍ଥିତି ଏତେଟା ଭଲ ନଥିଲା! ପ୍ରତ୍ୟେକ କ୍ଷେତ୍ରରେ ଶୁଭପ୍ରଦହେବ! ଗତ ନଭେମ୍ବର ପରଠାରୁ ସ୍ଥିତି ସୁଧାର ଆସିଛି ! ମାତା ପିତାଙ୍କର ସ୍ୱାସ୍ଥ୍ୟ ଅବନତି ହେବ ! ଜାନୁଆରୀରୁ ମାର୍ଚ୍ଚ ପର୍ଯ୍ୟନ୍ତ ଟିକେ ଜଟିଳ ସମୟ ରହିବ! ପ୍ରାୟତଃ ମାର୍ଚ୍ଚ-୧୫ ପରେ ସମୟ ଭଲ ରହିବ! ଦୂରଯାତ୍ରାର ସମ୍ଭାବନା ରହିଛି ,ଚାକିରି କ୍ଷେତ୍ରରେ ଉନ୍ନତି ହେବ ବିବାହ କାର୍ଯ୍ୟ ଏହି ବର୍ଷ ସଫଳ ହେବ! ପାରିବାରିକ କ୍ଷେତ୍ର ସୁଦୃଢ ହେବ! ନିର୍ବାଚନରେ ବିଜୟ ଲାଭ ହେବ ଖର୍ଚ୍ଚ ଅଣାୟତ ହୋଇପାରେ ସ୍ୱାମୀ-ସ୍ତ୍ରୀ ଙ୍କ ମଧ୍ୟରେ ସଂପର୍କ ଟିକେ ଭଲ ରହିବ ନାହିଁ ! ନୂତନ ବ୍ୟବସାୟ କରିବେ ପାର୍ଟନରସିପ୍ ରେ ବ୍ୟବସାୟ କରିବେ ନାହିଁ! ଅପ୍ରେଲ୍ରୁ ଜୁନ୍ ମଧ୍ୟରେ ଅକସ୍ମାକ ଧନଲାଭର ଯୋଗ ରହିଛି ସନ୍ତାନ ମାନଙ୍କ ଉନ୍ନତି ହେବ ତରବରିଆ ଭାବେ ନିଷ୍ପତ୍ତି ନେବେ ନାହିଁ ! ଭଗବାନ ସୂର୍ଯ୍ୟଙ୍କୁ ଜଳ ପ୍ରଦାନ କରନ୍ତୁ ବର୍ଷଟି ଶୁଭଫଳ ରହିବ!

କନ୍ୟା- କନ୍ୟା ରାଶିର ବ୍ୟକ୍ତିମାନେ ୨୦୨୨ ମସିହା ମିଶ୍ରିତ ଫଳ ପ୍ରଦାନ କରିବ ୨୦୨୨ ମସିହା ରେ ଅପ୍ରେଲ୍ ରୁ ଅକ୍ଟୋବର ମାସ ପର୍ଯ୍ୟନ୍ତ ସମୟ ଭଲ ରହିବ!ଏହି ରାଶିର ବ୍ୟକ୍ତିମାନେ ବ୍ୟବସାୟୀ ହୋଇଥାନ୍ତି! ଭୂମି, ଯାନବାହାନ ଆଦି କ୍ରୟ କରିପାରନ୍ତି ! ସ୍ୱାସ୍ଥ୍ୟର କିଛି ସମସ୍ୟା ହେଇପାରେ ! ବିବାହ ଆଦିର ଯୋଗ ରହିଛି ! ଦୂରଯାତ୍ରାର ସମ୍ଭାବନା ରହିଅଛି! ଭାତୃ ସଂର୍ପକରେ ସମସ୍ୟା ଦେଖାଦେବ ଯାନ ବାହାନରେ ସତର୍କତା ଅବଲମ୍ବନ କରିବେ! ଆଗକୁ କିଛି ଯୋଜନା ମଧ୍ୟ କରିପାରନ୍ତି! ଆପଣ ମା ଦୁର୍ଗାଙ୍କୁ ପୂଜା କରନ୍ତୁ ବର୍ଷଟି ଶୁଭଫଳ ପ୍ରଦାନ କରିବ !

ତୁଳା-ତୁଳାରାଶି ବ୍ୟକ୍ତିମାନଙ୍କ ପାଇଁ ୨୦୨୨ ମସିହା ମିଶ୍ରିତ ଫଳ ପ୍ରଦାନକରିବ! ଏହି ରାଶିର ବ୍ୟକ୍ତିମାନେ ଚତୁର ଅଟନ୍ତି! ଏମାନେ ସବୁବେଳେ ଭାବି ଚିନ୍ତି କାମ କରନ୍ତି ଏମାନେ ଭ୍ରମଣ ପ୍ରିୟ ଅଟନ୍ତି! ୨୦୨୧ ମସିହାଟି ସମସ୍ୟା ଦେଖାଦେବ ଭୂମି,ଯାନବାହାନ, ଆଦି କ୍ରୟ କରିବାର ସମ୍ଭାବନା ଅଛି! ବିବାହ କାର୍ଯ୍ୟ ସଂପନ୍ନ ହେବା! ସନ୍ତାନ ମାନଙ୍କ ପାଇଁ ସମୟ ଭଲ ରହିଛି! ବ୍ୟବସାୟ ରେ ଉନ୍ନତି ହେବ! ବିଦ୍ୟାର୍ଥୀଙ୍କ ପାଇଁ ସମୟ ଏତେ ଭଲ ନାହିଁ! ଶୁଭଫଳ ପାଇଁ ମହାଦେବଙ୍କୁ ପୂଜାକରନ୍ତୁ ବର୍ଷଟି ଭଲରେ କଟିବ!

ବିଛା- ବିଛା ରାଶିର ବ୍ୟକ୍ତି ବିଶେଷମାନଙ୍କ ପାଇଁ ୨୦୨୨ ମସିହା ଏହି ରାଶିର ବ୍ୟକ୍ତିମାନେ ପରିବାରବାଦୀ , ସ୍ପଷ୍ଟବାଦୀ,ହୋଇଆନ୍ତି! ଏହି ବର୍ଷ ଆପଣ ଭୂମି,ଯାନବାହାନ ଆଦିକ୍ରୟ କରିପାରନ୍ତି!
ବ୍ୟବସାୟ କ୍ଷେତ୍ରରେ ଯଥେଷ୍ଟେ ଉନ୍ନତି ହେବ! ଚାକିରିକ୍ଷେତ୍ରରେ ଉନ୍ନତି ହେବ ଫେବୃୟାରୀ ରୁ ଅକ୍ଟୋବର ମାସ ପର୍ଯ୍ୟନ୍ତ ସମୟ ଅନୁକୂଳ ରହିବ! ଆଥିିକ କ୍ଷେତ୍ର ଉନ୍ନତି ହେବ! ପାରିବାରିକ କ୍ଷେତ୍ରରେ ଉନ୍ନତି ହେବ ପ୍ରତିଷ୍ଠା ପ୍ରାପ୍ତି କରିବେ ! ସ୍ୱାସ୍ଥ୍ୟପ୍ରତି ଯତ୍ନବାନ ହୁଅନ୍ତୁ! ଦୁର୍ଘଟଣାର ଯୋଗ ରହିଛି! ହନୁମାନଙ୍କୁ ପୂଜା କରନ୍ତୁ ବର୍ଷଟି ଶୁଭଫଳ ପ୍ରଦାନ କରିବ!

ଧନୁ- ଧନୁ ରାଶିର ବ୍ୟକ୍ତି ବିଶେଷମାନଙ୍କ ପାଇଁ ୨୦୨୨ ମସିହା ଅତ୍ୟନ୍ତ ଶୁଭ ରହିବ! ଆପଣ ଏହି ବର୍ଷ ଆପଣ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ହାସଲ କରିବେ ! ଭୂମି,ଯାନ ବାହାନ ଆଦି କ୍ରୟ କରିପାରନ୍ତି ସନ୍ତାନମାନଙ୍କର ଉନ୍ନତିହେବ ! ଏହି ନୂତନ ବର୍ଷରେ ଆପଣ ଭୂମି,ବାହାନ ଆଦି କ୍ରୟ କରିପାରନ୍ତି! ପରିବାର ମଧ୍ୟରେ ସଂପର୍କ ମଧୁର ରହିବ ବିବାହ ଆଦି କାର୍ଯ୍ୟ ସଂପନ୍ନ ହେବ! ସ୍ୱାସ୍ଥ୍ୟରେ ଟିକେ ଅବନତି ଘଟିବ ଆର୍ଥିକ ସ୍ଥିତି ସୃଦୃଢ ରହିବ! ଏମାନେ ସ୍ପଷ୍ଟବାଦୀ ଅଟନ୍ତି ଚାକିରି କ୍ଷେତ୍ରରେ ଉନ୍ନତି ହେବ! ଦୁଃଖର ସମୟ ଅନ୍ତ ଘଟିବ ୨୦୨୨ମସିହା ମାର୍ଚ୍ଚ ଠାରୁ ଡିସେମ୍ବର୍ ପର୍ଯ୍ୟନ୍ତ ଶୁଭଫଳ ପାଇଁ ଆପଣ ୨/୩ଟି ସୁତ୍ରରୁ ଅର୍ଥ ଉପାର୍ଜନ କରିବୋ ଶୁଭଫଳ ପାଇଁ ଆପଣ ଭଗବାନ ମହାଦବଙ୍କୁ ପୁଜାକରନ୍ତୁ ବର୍ଷଟି ଶୁଭରେ କଟିବ!

ମକର- ମକର ରାଶିର ବ୍ୟକ୍ତି ବିଶେଷ ପାଇଁ ଆପଣଙ୍କର ୨୦୨୨ ମସିହା ଶୁଭ ଅଟେ! ଆପଣ ପରୋପକାରୀ ଅଟନ୍ତି ନିଜର ମନର ଭାବନା କୁ ପରିପ୍ରକାଶ କରିପାରନ୍ତି ! ପରିବାର ପ୍ରିୟ ଦୂରଯାତ୍ରା ଏହି ବର୍ଷ ପାଇଁ ଯୋଗ ରହୁଛି! ୨୦୨୨ ମସିହାରେ ଫେବୃୟାରୀ ରୁ ଅକ୍ଟୋବର ପର୍ଯ୍ୟନ୍ତ ଅତ୍ୟନ୍ତ ଶୁଭ ଅଟେ! ସରକାରୀ ଚାକିରି ର ମଧ୍ୟ ଯୋଗ ଅଛି! ବିଦ୍ୟାର୍ଥୀଙ୍କ ବର୍ଷଟି ଅତ୍ୟନ୍ତ ଶୁଭ ଅଟେ! ପରିବାର ସଂପର୍କ ସୃଦୃଢ ରହିବ ଆର୍ଥିକ ସ୍ଥିତି ସୃଦୃଢ ରହିବ ଏହି ବର୍ଷ ଆପଣଙ୍କର ଏକ୍ସ୍‌୍ରାମାରିଟାଲ୍ ସମ୍ପର୍କ ଗଢିଉଠିବ ଫଳରେ ସ୍ୱାମୀ ସ୍ତ୍ରୀ ଙ୍କ ସଂପର୍କ ରେ ତିକ୍ତତା ଆସିବ ଟିକେ ଜଗିରଖି ଚଳନ୍ତୁ! ବର୍ଷଟି ଆପଣ ଜଗନ୍ନାଥଙ୍କ ପୂଜାକରନ୍ତୁ ଶୁଭରେ କଟିବ !

କୁମ୍ଭ-କୁମ୍ଭ ରାଶିର ବ୍ୟକ୍ତି ମାନେ ଜ୍ଞାନୀ ଗୁଣି ଅଟନ୍ତି ! ଭ୍ରମଣ କରିବା ପାଇଁ ଭଲ ପାଆନ୍ତି ସନ୍ତାନ ମାନଙ୍କର ଫଳ ମଧ୍ୟମ ରହିବ! ଆର୍ଥିକ ସ୍ଥିତି ମଧ୍ୟମ ରହିବ ଜୁଲାଇରୁ ଡିସେମ୍ବର୍ ମଧ୍ୟରେ ଦୂରଯାତ୍ରା କଲେ ଶାରୀରୀକ କଷ୍ଟ ଅନୁଭବ କରିବେ ! ପାରିବାରିକ ସମସ୍ୟା ଦେଖାଦେବ ଜମି,ଯାନ ବାହାନ କ୍ରୟ କରିବାର ସମ୍ଭାବନା ରହିଛି! ଜଗିରଖି ଚଳିବେ ବ୍ୟବସାୟ ମଧ୍ୟମ ଧରଣର ରହିବ ୨୦୨୨ ମସିହାଟି ଆପଣଙ୍କ ପାଇଁ ମଧ୍ୟମ ଫଳ ପ୍ରଦାନ କରିବ ! ଶୁଭଫଳ ପ୍ରଦାନ ପାଇଁ ଆପଣ ଭଗବାନ ହନୁମାନଙ୍କୁ ପୂଜା କରନ୍ତୁ !

ମୀନ-ମୀନ ରାଶିର ବ୍ୟକ୍ତି ବିଶେଷ ମାନଙ୍କ ପାଇଁ ୨୦୨୨ ମସିହା ଆପଣଙ୍କ ପାଇଁ ମଧ୍ୟମ ଫଳ ପ୍ରଦାନ କରିବ! ଏହି ରାଶିର ବ୍ୟକ୍ତିମାନେ ତ୍ୟାଗି ପରୋପକାରୀ ଅଟନ୍ତି! ସହଜେ କାହାକୁ ବିଶ୍ୱାସ କରନ୍ତି ନାହିଁ! ୨୦୨୨ମସିହାରେ ଆପଣ ବ୍ୟବସାୟ ଶୁଭ ଫଳ ପ୍ରଦାନ କରିବ ସନ୍ତାନ ମାନଙ୍କର ଉନ୍ନତି ହେବ! ଆର୍ଥିକ ସ୍ଥିତି ସୃଦୃଢ ହେବ ସ୍ୱାସ୍ଥ୍ୟ ଟିକେ ଖରାପ ରହିବ କର୍ମ କ୍ଷେତ୍ରରେ ଉନ୍ନତି କରିବେ! ରାଜାନିତିରେ ପ୍ରବେଶ କରିଥାନ୍ତି ଶୁଭ ସମୟ ୨୦୨୨ ଅପ୍ରେଲ୍ ମାସ ଅକ୍ଟୋବର ମାସ ପର୍ଯ୍ୟନ୍ତ ଶୁଭଫଳ ପ୍ରଦାନ କରିବେ ପାରିବାରିକ ସ୍ଥିତି ମଧ୍ୟମ ରହିବା ନୂତନ ବ୍ୟବସାୟ ଆରମ୍ଭ କରିପାରିବେ ଭୂମି,ଯାନ ବାହାନ କ୍ରୟ କରିପାରନ୍ତି!! ସରକାରୀ କର୍ମର ଯୋଗ ରହିଛି ଆପଣ ମହାଦେବଙ୍କୁ ପୂଜା କରନ୍ତୁ ବର୍ଷଟି ଶୁଭ ଫଳ ପ୍ରଦାନ କରେବ !

NewsLaxmi7

About Author

You may also like

ରାଶିଫଳ

ଜାଣନ୍ତୁ ଆଜିର ରାଶିଫଳ

ମେଷ: ସଫଳତା ହାସଲ କରିବା ଲାଗି ତତ୍ପର ରହିବେ। ଆପଣଙ୍କ ଯାତ୍ରା ଲାଭଦାୟକ ସାବ୍ୟସ୍ତ ହେବ। ଗବେଷଣାରୁ ନୂଆ ତଥ୍ୟ ପାଇବେ। ବୃଷ: ମନ୍ଦିରକୁ ଠାକୁର ଦର୍ଶନ
ରାଶିଫଳ

ଜାଣନ୍ତୁ ଆଜିର ରାଶିଫଳ

ମେଷ: ସଫଳତା ହାସଲ କରିବା ଲାଗି ତତ୍ପର ରହିବେ। ଆପଣଙ୍କ ଯାତ୍ରା ଲାଭଦାୟକ ସାବ୍ୟସ୍ତ ହେବ। ଗବେଷଣାରୁ ନୂଆ ତଥ୍ୟ ପାଇବେ। ବୃଷ: ମନ୍ଦିରକୁ ଠାକୁର ଦର୍ଶନ