କଳା ଓ ସଂସ୍କୃତି ଧର୍ମ

ବାର୍ଷିକ ଅମରନାଥ ଯାତ୍ରା ସମ୍ପନ୍ନ, କରୋନା ଭାଇରସ ମହାମାରୀ ଲାଗି ପାଳିତ ହୋଇଥିଲା ସାଂକେତିକ ଯାତ୍ରା

ଜମ୍ମୁ ୨୨।୮: ବାବା ଅମରନାଥଙ୍କ ବାର୍ଷିକ ଯାତ୍ରା ରବିବାର ଶ୍ରାବଣ ପୂର୍ଣ୍ଣିମାରେ ଉଦଯାପିତ ହୋଇଯାଇଛି। ଶ୍ରୀନଗର ଦଶନାମୀ ଆଖଡ଼ାର ମହନ୍ତ ଦୀପେନ୍ଦ୍ର ଗିରିଙ୍କ ନେତୃତ୍ୱରେ ‘ଛଡି ମୁବାରକ’ ବାବା ବର୍ଫାନୀଙ୍କ ଦର୍ଶନ ସହ ଏହି ବାର୍ଷିକ ଯାତ୍ରା ସମାପନ ହୋଇଛି। କରୋନା ଭାଇରସ ମହାମାରୀ ଲାଗି ଉପୁଜିଥିବା ପରିସ୍ଥିତିରେ ଚଳିତବର୍ଷ ଅମରନାଥ ଯାତ୍ରା ବାତିଲ ହୋଇଥିଲା। ତେବେ ଏହି ଯାତ୍ରା କେବଳ ସାଂକେତିକ ଅନୁଷ୍ଠାନ କରାଯିବା ସହ ଦୈନିକ ବାବାଙ୍କ ଆରତୀର ସିଧା ପ୍ରସାରଣ କରାଯାଉଥିଲା।

ଚଳିତବର୍ଷ ଲଗାତାର ଦ୍ୱିତୀୟ ବର୍ଷ ଶ୍ରଦ୍ଧାଳୁଙ୍କ ଲାଗି ଅମରନାଥ ଯାତ୍ରା ବାତିଲ ହୋଇଛି। ଗତ ଜୁନ ୨୮ ତାରିଖରୁ ଯାତ୍ରା ଆୟୋଜନ ଲାଗି ପ୍ରସ୍ତୁତି ଆରମ୍ଭ ହୋଇଥିଲା। ହେଲେ ଦେଶରେ କରୋନା ଦ୍ୱିତୀୟ ଲହର ଯୋଗୁ ଉପୁଜିଥିବା ପରିସ୍ଥିତି କାରଣରୁ ସାଂକେତିକ ଆୟୋଜନ ପାଇଁ ନିଷ୍ପତ୍ତି ନିଆଯାଇଥିଲା। ତେବେ ଶ୍ରାବଣ ପୂର୍ଣ୍ଣିମା ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଥିବା ଏହି ଯାତ୍ରା ଲାଗି ରବିବାର ହେଲିକପ୍ଟର ଯୋଗେ ଛଡି ମୁବାକକୁ ଅମରନାଥ ଗୁମ୍ଫା ପର୍ଯ୍ୟନ୍ତ ପହଞ୍ଚା ଯାଇଥିଲା।

ପହଲଗାଁବରୁ ଗୁମ୍ଭା ପର୍ଯ୍ୟନ୍ତ ରାସ୍ତାରେ ବରଫ ଜମି ରହିଥିବା ଯୋଗୁ ପଦଯାତ୍ରାରେ ଛଡି ମୁବାରକକୁ ଅମରନାଥ ନେଇ ଯିବାକୁ ପ୍ରଶାସନ ଅନୁମତି ଦେଇ ନଥିଲା। ଏଣୁ ଗତ ବ୍ୟାସ ପୂର୍ଣ୍ଣିମା ଜୁଲାଇ ୨୪ ତାରିଖରେ ଯାତ୍ରା ଲାଗି ପହଲଗାଁବରେ ଭୂମି ପୂଜନ ସମେତ ନବଗ୍ରହ ପୂଜା ଓ ଧ୍ୱଜାରୋହଣ କରାଯାଇଥିଲା। ତେବେ ଶ୍ରାବଣ ପୂର୍ଣ୍ଣିମାରେ ଛଡି ମୁବାରକ ସହ ମହନ୍ତ ଦ୍ୱିପେନ୍ଦ୍ର ଗିରି ସୀମିତ ସାଧୂଙ୍କ ସହ ବୈଦିକ ମନ୍ତ୍ରୋଚାରଣ ପୂର୍ବକ ଅମରନାଥ ଗୁମ୍ଫାରେ ପହଞ୍ଚିବା ସହ ପୂଜର୍ଚ୍ଚନା ପୂର୍ବକ ବାବାଙ୍କ ଦର୍ଶନ କରାଇଛନ୍ତି। ଏହି ଅବସରରେ କରୋନା ପ୍ରସମନ ଲାଗି ମଧ୍ୟ ସାଧୁମାନେ ବାବାଙ୍କ ସହ ପ୍ରାର୍ଥନା କରିଛନ୍ତି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ