ଅପରାଧ ରାଜ୍ୟ

ବାରିପଦା: ପୋଲ ତଳୁ ଯୁବକଙ୍କ ମୃତ ଦେହ ଉଦ୍ଧାର

ବାରିପଦା: ମୟୂରଭଞ୍ଜ ଜିଲ୍ଲାର ବାରିପଦା ଦେଉଳି ରାସ୍ତାରେ ଆଜି ସକାଳୁ ଜଣେ ଯୁବକଙ୍କ ମୃତ ଦେହ ଉଦ୍ଧାର କରାଯାଇଛି। ଯୁବକଙ୍କ ପରିଚୟ ମିଳିପାରି ନାହିଁ।

ମିଳିଥିବା ସୂଚନାନୁସାରେ ଆଜି ସକାଳୁ ବାରିପଦା-ଦେଉଳି ରାସ୍ତାର କ୍ଷେତ୍ରପାଟଣା ପାଖ ମୋଡ଼ ତଳେ ମୋଟରସାଇକେଲ ସହ ଜଣେ ଯୁବକ ପଡିଥିବାର ଦେଖିବାକୁ ମିଳିଥିଲା। ଯୁବକ ଜଣକ ମୁହଁମାଡି ତଳେ ପଡିଥିବା ବେଳେ ତାଙ୍କ ନିକଟରେ ବାଇକ୍‌ଟି ପଡିଥିବାର ଦେଖିବାକୁ ମିଳିଛି। ଯୁବକ ଜଣକ ଭାରସାମ୍ୟ ହରାଇ ପୋଲ ତଳକୁ ଖସି ପଡିଥିବା ଅନୁମାନ କରାଯାଉଛି। ଖବର ପାଇ ସ୍ଥାନୀୟ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହିତ ଘଟଣାର ତଦନ୍ତ ଜାରି ରଖିଛି। ଖବର ଲେଖାହେବା ପର୍ଯ୍ୟନ୍ତ ଯୁବକଙ୍କ ପରିଚୟ ଜଣାପଡିନାହିଁ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।