ଅପରାଧ ରାଜ୍ୟ

ବାରିପଦା ପୋଲିସକୁ ଲୁଟେରାଙ୍କ ଖୋଲା ଚ୍ୟାଲେଞ୍ଜ : ସକାଳେ ମହିଳାଙ୍କ ବେକରୁ ଚେନ୍ ଝାମ୍ପିନେଲେ, ରାତିରେ ଦୋକାନୀଙ୍କଠୁ ଲୁଟିଲେ ସୁନାଗହଣା

ବାରିପଦା, ୦୯|୦୯: ସକାଳେ ସୁନା ଚେନ୍ ଝାମ୍ପିଲେ । ରାତିରେ ଦୋକାନୀଙ୍କୁ ଲୁଟିଲେ । ବାରିପଦା ପୋଲିସକୁ ଛିନତାଇ ଗ୍ୟାଙ୍ଗ୍‌ର ଖୋଲା ଚ୍ୟାଲେଞ୍ଜ୍। ଗୁରୁବାର ସକାଳେ ବାରିପଦା ସଦର ଥାନାଠାରୁ ମାତ୍ର ୩୦୦ ମିଟର ଦୂରରେ ମହିଳାଙ୍କ ବେକରୁ ସୁନା ଚେନ୍ ଝାମ୍ପିନେବା ଘଟଣା ପରେ ଏବେ ରାତିରେ ଟାଉନ ଥାନାଠାରୁ ମାତ୍ର ୧୦୦ ମିଟର ଦୂରରେ ଆଉ ଏକ ଲୁଟ୍ ହୋଇଛି। ରାତି ୯ଟା ୩୦ ସମୟରେ ଜଣେ ଗହଣା ଦୋକାନୀଙ୍କ ଠାରୁ ଦୁର୍ବୃତ୍ତ ଟଙ୍କା ଓ ଗହଣା ବ୍ୟାଗ୍ ଛଡାଇ ନେଇଛନ୍ତି। ଯାହାଫଳରେ ପୋଲିସର ପାରିବା ପଣିଆକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସୂଚନା ଅନୁସାରେ, ଗୁରୁବାର ସକାଳ ୫.୩୦ ମିନିଟ ସମୟରେ ଦୁଇ ଜଣ ମହିଳା ପ୍ରାତଃ ଭ୍ରମଣରେ ବାରିପଦା ବ୍ଲକ ଦେଇ ଯାଉଥିଲେ । ଏହି ସମୟରେ ଜଣେ ଯୁବକ ଆସି ସେମାନଙ୍କ ଠାରୁ ସୁନା ଚେନ୍ ଲୁଟି ନେଇ ଦୌଡି ପଳାଇଥିଲା। ଲୁଟର ଶିକାର ହୋଇଥିବା ମହିଳା ରତ୍ନ ମଂଜରୀ ନାଥଙ୍କ ସ୍ୱାମୀ ମନହର ନାଥ ଏନେଇ ଥାନାରେ ଏତଲା ଦେଇଥିଲେ। ଏନେଇ ବାରିପଦା ଟାଉନ ପୋଲିସ ଘଟଣାର ତଦନ୍ତ କରୁଥିବା ବେଳେ ରାତି ପ୍ରାୟ ୯.୩୦ ସମୟରେ ଆଉ ଏକ ଲୁଟ୍ ହୋଇଛି। ବିଜୁଳି କାଟ୍‌ର ସୁଯୋଗ ନେଇ କଚେରୀ ମାର୍କେଟର ଗହଣା ଦୋକାନୀ ବିଜୟ ସିଂ ଦୋକନ ବନ୍ଦ କରି ବାରିପଦା ଟାଉନ ଥାନା ଦେଇ ଘରକୁ ଫେରିବା ବାଟରେ ଛିନତାଇର ଶିକାର ହୋଇଛନ୍ତି। ଏକ କଳା ପଲସରରେ ଜଣେ ଦୁର୍ବୃତ୍ତ ବିଜୟ ସିଂଙ୍କ ଠାରୁ ଟଙ୍କା ଓ ଗହଣା ବ୍ୟାଗ୍ ଛଡାଇ ନେଇଥିବା ଜଣାପଡିଛି। ଯାହା ଫଳରେ ବିଜୟ ବାଇକ୍‌ରୁ ତଳେ ପଡ଼ି ତାଙ୍କ ମୁହଁ ଓ ମୁଣ୍ଡରେ ଆଘାତ ମଧ୍ୟ ଲାଗିଛି ।

ଗୋଟିଏ ଦିନରେ ଥାନା ନିକଟରୁ ସକାଳେ ଓ ରାତିରେ ଦୁଇଟି ଚୋରି ଘଟଣା ବାରିପଦା ପୋଲିସ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି। ସହରରେ ପୋଲିସକୁ ଖୋଲା ଚ୍ୟାଲେଞ୍ଜ୍ ଦେଇଛନ୍ତି ଛିନତାଇ ଗ୍ୟାଙ୍ଗ୍। ତେବେ ଦିନକୁ ଦିନ ମୟୂରଭଞ୍ଜ ଜିଲ୍ଲାରେ ଚୋରୀ, ଡକାୟତି, ଛିନତାଇ ଭଳି ଅପରାଧ ବୃଦ୍ଧି ଘଟୁଥିବା ବେଳେ ଏହାକୁ ନିୟନ୍ତ୍ରଣ କରିବାରେ ବିଫଳ ହୋଇଛି ପୋଲିସ। ଯାହା ଫଳରେ ସାଧାରଣ ଲୋକଙ୍କ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।