ଅପରାଧ ରାଜ୍ୟ

ବାରହା ଫାଶରେ ପଡିଲା ମଣିଷ, ବିଦ୍ୟୁତ ଝଟକା ଲାଗି ଚାଲିଗଲା ଯୁବକଙ୍କ ଜୀବନ

ଲମତାପୁଟ ୨୪/୧୦: ମେଡିପୁଟ ଗ୍ରାମରେ ଅଘଟଣ । ବାରହା ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ୍ ତାର ଲାଗି ଯୁବକଙ୍କ ମୃତ୍ୟ । ଏଭଳି ଦୁଃଖଦ ଘଟଣା ଘଟିଛି ନନ୍ଦପୁର ଥାନା ମେଡିପୁଟ ଗ୍ରାମରେ । ମୃତ ଯୁବକ ଜଣକ ପଦୁ ଗୁଣ୍ଠା । ଏହି ଘଟଣାକୁ ନେଇ ଗ୍ରାମରେ ଉତ୍ତେଜନା ଲାଗି ରହିଛି । ଘଟଣା ସ୍ଥଳରେ ନନ୍ଦପୁର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ପୋଲିସର ସୂଚନା ଅନୁଯାୟୀ ଗତ ରାତିରେ ମେଡିପୁଟ ଗ୍ରାମର ୫ ଜଣ ଲୋକେ ନିକଟସ୍ଥ ଜଙ୍ଗଲରେ ଵାରହା ଶିକାର ପାଇଁ ବିଦ୍ୟୁତ୍ ତାର ବିଛାଇ ଥିଲେ । କିନ୍ତୁ ସେଥିମଧ୍ୟରୁ ପଦୁ ଗୁଣ୍ଠ ନିଜର ଅସାବଧାନତା ଯୋଗୁଁ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଯାଇଥିଲେ । ଘଟଣା ସ୍ଥଳରେ ପଦୁଙ୍କ ମୃତ୍ୟୁ ଘଟିଥିଲା ବୋଲି ପୋଲିସ ପ୍ରକାଶ କରିଛି । ନନ୍ଦପୁର ପୋଲିସ ଲୋକଙ୍କୁ ବୁଝା ସୁଝା କରିବା ସହ ଘଟଣାର ତଦନ୍ତ କରୁଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।