ଲମତାପୁଟ ୨୪/୧୦: ମେଡିପୁଟ ଗ୍ରାମରେ ଅଘଟଣ । ବାରହା ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ୍ ତାର ଲାଗି ଯୁବକଙ୍କ ମୃତ୍ୟ । ଏଭଳି ଦୁଃଖଦ ଘଟଣା ଘଟିଛି ନନ୍ଦପୁର ଥାନା ମେଡିପୁଟ ଗ୍ରାମରେ । ମୃତ ଯୁବକ ଜଣକ ପଦୁ ଗୁଣ୍ଠା । ଏହି ଘଟଣାକୁ ନେଇ ଗ୍ରାମରେ ଉତ୍ତେଜନା ଲାଗି ରହିଛି । ଘଟଣା ସ୍ଥଳରେ ନନ୍ଦପୁର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ପୋଲିସର ସୂଚନା ଅନୁଯାୟୀ ଗତ ରାତିରେ ମେଡିପୁଟ ଗ୍ରାମର ୫ ଜଣ ଲୋକେ ନିକଟସ୍ଥ ଜଙ୍ଗଲରେ ଵାରହା ଶିକାର ପାଇଁ ବିଦ୍ୟୁତ୍ ତାର ବିଛାଇ ଥିଲେ । କିନ୍ତୁ ସେଥିମଧ୍ୟରୁ ପଦୁ ଗୁଣ୍ଠ ନିଜର ଅସାବଧାନତା ଯୋଗୁଁ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଯାଇଥିଲେ । ଘଟଣା ସ୍ଥଳରେ ପଦୁଙ୍କ ମୃତ୍ୟୁ ଘଟିଥିଲା ବୋଲି ପୋଲିସ ପ୍ରକାଶ କରିଛି । ନନ୍ଦପୁର ପୋଲିସ ଲୋକଙ୍କୁ ବୁଝା ସୁଝା କରିବା ସହ ଘଟଣାର ତଦନ୍ତ କରୁଛି ।