ନୂଆଦିଲ୍ଲୀ ୧୨/୧୦ : ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ୯ ଟି ଗ୍ରହ ସମସ୍ତ ରାଶି ଉପରେ ପ୍ରଭାବ ପକାଇଥାଏ। ପ୍ରତ୍ୟେକ ବ୍ୟକ୍ତିଙ୍କ ରାଶିରେ ଗ୍ରହମାନଙ୍କର ସ୍ଥିତି ତାଙ୍କ ଜୀବନରେ ସୁଖ, ସ୍ୱାସ୍ଥ୍ୟ, ଧନ, ପରିବାର, ସଫଳତା ଇତ୍ୟାଦି ଉପରେ ପ୍ରଭାବ ପକାଇଥାଏ। ଯଦି ଏହି ଜିନିଷଗୁଡିକ ସହିତ ଜଡିତ ଗ୍ରହ ଦୁର୍ବଳ ହୋଇଥାନ୍ତି, ତେବେ ସେହି କ୍ଷେତ୍ରରେ ବ୍ୟକ୍ତିଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ। ଏହି ଗୁରୁତ୍ୱପୂର୍ଣ୍ଣ ଗ୍ରହମାନଙ୍କ ମଧ୍ୟରୁ ଗୋଟିଏ ହେଉଛି ଶୁକ୍ର। ଯଦି ଶୁକ୍ର ଗ୍ରହ ଦୁର୍ବଳ ହୋଇଥାନ୍ତି ତେବେ ବ୍ୟକ୍ତିର ଜୀବନରେ ସୁଖ-ସମୃଦ୍ଧି କମ୍ ହୋଇଥାଏ। ତାଙ୍କୁ ଦାମ୍ପତ୍ୟ ଜୀବନରେ ସମସ୍ୟା ଏବଂ ଟଙ୍କା ସମସ୍ୟାର ସାମ୍ନା କରିବାକୁ ପଡିଥାଏ।
ଭୌତିକ ସୁଖ ଦେଇଥାନ୍ତି ଶୁକ୍ର:
ଶୁକ୍ର ଗ୍ରହ ଶୁଭ ହେବା ଦ୍ୱାରା ବ୍ୟକ୍ତିକୁ ଅପାର ଭୌତିକ ସୁଖ ମିଳିଥାଏ। ସେ ବିଳାସପୂର୍ଣ୍ଣ ଜୀବନ ଅତିବାହିତ କରିଥାଏ। ଯଦି ଶୁକ୍ର ଗ୍ରହ ଦୁର୍ବଳ ହୋଇଥାନ୍ତି ତେବେ ବିବାହିତ ଜୀବନରେ ଉତ୍ଥାନ-ପତନ ଘଟିଥାଏ ଏବଂ ଅନେକ ଥର ସମ୍ପର୍କ ଭାଙ୍ଗିଯାଏ। ତେଣୁ ଶୁକ୍ର ଗ୍ରହ ସହ ଜଡିତ ଉପାୟ ଗ୍ରହଣ କରିବାକୁ ପରାମର୍ଶ ଦିଆଯାଇଥାଏ।
ଶୁକ୍ର ଗ୍ରହ ମଜବୁତ କରିବାର ଉପାୟ:
ଜ୍ୟୋତିଷ ଶାସ୍ତ୍ରରେ ଶୁକ୍ର ଗ୍ରହକୁ ମଜବୁତ କରିବାର ଅନେକ ଉପାୟ ଦର୍ଶାଯାଇଛି। ତନମଧ୍ୟରୁ କିଛି ଉପାୟ କରିବା ପାଇଁ ଶୁକ୍ରବାର ଶର୍ବଶ୍ରେଷ୍ଠ। କାରଣ ଏହା ଧନ ଦେବୀ ଲକ୍ଷ୍ମୀଙ୍କୁ ଉତ୍ସର୍ଗୀକୃତ। ଏଥିପାଇଁ ଦେବୀ ଲକ୍ଷ୍ମୀଙ୍କୁ ଶୁକ୍ରବାର ଦିନ ପୂଜା କରାଯି କରନ୍ତୁ। ଏହା ସହିତ ଶ୍ରୀ ସୁକ୍ତ ପାଠ କରନ୍ତୁ । ଏହା ଦ୍ୱାରା ଅର୍ଥର ସମସ୍ୟା ଖୁବ୍ ଶୀଘ୍ର ଦୂର ହୋଇପାରିବ। ଏହା ବ୍ୟତୀତ ଶୁକ୍ରବାର ଦିନ ଧଳା ଜିନିଷ ଅର୍ଥାତ୍ କ୍ଷୀର, ଚାଉଳ, ଧଳା ପୋଷାକ ଦାନ କରନ୍ତୁ। ଶୁକ୍ରବାର ଦିନ ଦେବୀ ଲକ୍ଷ୍ମୀଙ୍କୁ କ୍ଷୀରରୁ ପ୍ରସ୍ତୁତ ଖିରି କିମ୍ବା ମିଠା ଅର୍ପଣ କରନ୍ତୁ।

