ଅପରାଧ ରାଜ୍ୟ

ବାରମ୍ବାର ଦାବି ପରେ ବି ଶୁଣିଲାନି ପ୍ରଶାସନ, ତହସିଲ ଅଫିସ ସମ୍ମୁଖରେ ଧାରଣାରେ ବସିଲେ ଗ୍ରାମବାସୀ

ବିନିକା ୧୯।୦୯ : ଦାବି ପରେ ଦାବି କରିଚାଲିଲେ । ହେଲେ ଶୁଣିଲେନି କୌଣସି ପ୍ରଶାସନିକ ଅଧିକାରୀ । ଶେଷରେ ନିଜ ହକ୍‌ ପାଇଁ ସୋନପୁର ଜିଲ୍ଲା ବିନିକା ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି କର୍ତ୍ତଙ୍ଗ ଗ୍ରାମବାସୀ । ଦାବି ପୂରଣ ନହେବା ଯାଏଁ ଆନ୍ଦୋଳନରୁ ଓହରିବେନି ବୋଲି ଚେତାବନୀ ଦେଇଛନ୍ତି ଗ୍ରାମବାସୀ ।

ଗ୍ରାମବାସୀଙ୍କ କହିବାନୁଯାୟୀ, ଗାଁରେ ଥିବା ଗୋଚର ଓ ଜଙ୍ଗଲ ଜମିକୁ ସ୍ଥାନୀୟ ରାଜସ୍ବ ଅଧିକାରୀ, ଫରେଷ୍ଟର କେତେକ ଲୋକଙ୍କ ସହାୟତାରେ ଚାଷ କରି ବିପୁଳ ମାତ୍ରାରେ ଟଙ୍କା ଆଦାୟ କରି ଆସୁଛନ୍ତି । ଯାହାକି ଗାଁର ଗାଈ ଗୋରୁ ଚରାଇବା ଓ ଖାଦ୍ୟ ଅନ୍ବେଷଣରେ ଗୋପାଳକ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଜବରଦଖଲ ହୋଇଥିବା ଜମିର ତଦନ୍ତ ପୂର୍ବକ ଏଥିରେ ସଂପୃକ୍ତ ଅଧିକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଉଥିଲେ । ଥରେ ନୁହେଁ କି ଦୁଇ ଥର ନୁହେଁ ବରଂ ୩ଥର ସ୍ଥାନୀୟ ପ୍ରଶାସନ ନିକଟରେ ଅଭିଯୋଗ କରିଛନ୍ତି କର୍ତ୍ତଙ୍ଗ ଗ୍ରାମବାସୀ । ହେଲେ ସେମାନଙ୍କ କଥାକୁ ଶୁଣିନାହିଁ ପ୍ରଶାସନ ।ଶେଷରେ ବାଧ୍ୟ ହୋଇ ବିନିକା ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି କର୍ତ୍ତଙ୍ଗ ଗ୍ରାମବାସୀ । ସମସ୍ୟାର ସମାଧାନ ନହେବା ଯାଏଁ ଜାରି ରହିବ ଆନ୍ଦୋଳନ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।