ଅପରାଧ ଖେଳ ଦେଶ ବିଦେଶ

ବାରମ୍ବାର ଓ୍ୱାଇଡ୍ ଦେଉଥିଲେ ଅମ୍ପାୟାର, ରାଗିଗଲେ ସଞ୍ଜୁ ସାମସନ : ଦର୍ଶକ କହିଲେ…

ନୂଆଦିଲ୍ଲୀ,୦୨/୦୫: ଆଇପିଏଲରେ ସୋମବାର ମୁହାଁମୁହିଁ ହୋଇଥିଲେ କୋଲକାତା ନାଇଟ ରାଇଡର୍ସ ଓ ରାଜସ୍ଥାନ ରୟାଲ୍ସ । ଏହି ମୁକାବିଲାକୁ କୋଲକାତା ୭ ଓ୍ୱିକେଟରେ ଜିତି ନେଇଥିଲା । ତେବେ ମ୍ୟାଚ୍ ଶେଷ ବେଳକୁ ପଡିଆରେ ବିବାଦର ସୂତ୍ରପାତ ହୋଇଥିଲା । ରାଜସ୍ଥାନ ଅଧିନାୟକ ସଞ୍ଜୁ ସାମସନ ଅମ୍ପାୟାରଙ୍କ ନିଷ୍ପତ୍ତିକୁ ବିରୋଧ କରି ବାରମ୍ବାର ଅଭିଯୋଗ କରିଥିଲେ ।

ସୂଚନାନୁସାରେ, କୋଲକାତା ବ୍ୟାଟିଂ ବେଳେ ଅମ୍ପାୟାର ୩ ଥର ଓ୍ୱାଇଡ୍ ଦେଇଥିଲେ । ଯାହା ଦେଖି ସଞ୍ଜୁ ରାଗି ଯାଇଥିଲେ । ସେ ଲଗାତର ଅମ୍ପାୟାରଙ୍କ ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇଥିଲେ । ପ୍ରସିଦ୍ଧ କୃଷ୍ଣା ବୋଲିଂ କରୁଥିବା ବେଳେ ସବୁଠାରୁ ଅଧିକ ଏପରି ଘଟଣା ଘଟିଥିଲା ।

୧୯ତମ ଓଭରରେ ରିଙ୍କୁ ସିଂ ବ୍ୟାଟିଂ କରୁଥିବା ବେଳେ ତୃତୀୟ ବଲକୁ ଅମ୍ପାୟାର ଓ୍ୱାଇଡ୍ ଦେଇଥିଲେ । ଏହାପର ବଲ ବି ଅମ୍ପାୟାର ଓ୍ୱାଇଡ୍ ଦେଇଥିଲେ । ସେହିପରି ଚତୁର୍ଥ ବଲକୁ ମଧ୍ୟ ଅମ୍ପାୟାର ଓ୍ୱାଇଡ୍ ବୋଲି କହିଥିଲେ । ବଲଟି ବ୍ୟାଟ ପାଖ ଦେଇ କିପରଙ୍କ ହାତକୁ ଯାଇଥିଲା । ଏହାପରେ ସଞ୍ଜୁ ରିଭ୍ୟୁ ନେଇଥିଲେ । ଯାହା ନଟଆଉଟ୍ ହୋଇଥିଲା ।

ଏପରିକି ଓଭରର ଶେଷ ବଲକୁ ମଧ୍ୟ ଅମ୍ପାୟାର ଓ୍ୱାଇଡ୍ ଦେଇଥିଲେ । ଏହା ଦେଖି ସଞ୍ଜୁ ରାଗି ଯାଇଥିଲେ । ସେ ଅମ୍ପାୟାରଙ୍କ ପାଖକୁ ଯାଇ ପ୍ରଶ୍ନ ପଚାରିଥିଲେ । ଅମ୍ପାୟାର ବୁଝାଇଲା ପରେ ହିଁ ସଞ୍ଜୁ ଆସିଥିଲେ । ତେବେ ପ୍ୟାଭିଲିୟନରେ ବସିଥିବା ଦର୍ଶକ ଚିଟର ଚିଟର ନାରା ଲଗାଉଥିବା ଦେଖିବାକୁ ମିଳିଥିଲା ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ