ଅପରାଧ ରାଜ୍ୟ

ବାରମ୍ବାର ଆକ୍ରମଣ କରି ଦୁର୍ବୃତ୍ତ ଫେରାର୍‌: ଟାର୍ଗେଟ୍‌ରେ ଅବକାରୀ, ପୁଲିସ, ବନବିଭାଗ

କଟକ : ଆଠଗଡ଼ ଉପଖଣ୍ଡରେ ବାରମ୍ବାର ପୁଲିସ, ଅବକାରୀ, ବନବିଭାଗକୁ‌ ଖୋଲା ଚାଲେଞ୍ଜ ଦେଉଛନ୍ତି ଅପରାଧୀ। କିନ୍ତୁ, ପୁଲିସର ଅପରାଧ ଦମନରେ ବିଫଳତା ଯୋଗୁଁ ଅପରାଧୀଙ୍କ ସାହସ ବଢିବାରେ ଲାଗିଛି।

ଚଳିତ ମାସ ୧ ତାରିଖ ଦିନ ନାବାଳିକା ଅପହରଣ ମାମଲାର ତଦନ୍ତ ପାଇଁ ତିଗିରିଆ ଥାନା ଜେମାଦେଇପୁର ପଞ୍ଚାୟତ ଅନ୍ତର୍ଗତ ପଙ୍କାଳ ଗ୍ରାମକୁ ଯାଇଥିବା ଢେଙ୍କାନାଳ ସଦର ଥାନା ପୁଲିସକୁ ଆକ୍ରମଣ କରି ଦୁର୍ବୃତ୍ତମାନେ ସର୍ଭିସ୍‌ ବନ୍ଧୁକ ଛଡ଼ାଇ ନେବା ସହ ଗାଡ଼ି ଭଙ୍ଗାରୁଜା କରିଥିଲେ। ଏହି ଘଟଣାର ସମସ୍ତ ଅଭିଯୁକ୍ତ ଫେରାର ଥିବା ଦର୍ଶାଇ ପୁଲିସ ସେମାନଙ୍କୁ ଏଯାଏ ଗିରଫ କରିପାରିନି। ଏପଟେ କିନ୍ତୁ ଘଟଣା ପରଦିନ ତିଗିରିଆ ଥାନା ପୁଲିସ ପଙ୍କାଳ ଗ୍ରାମର କାଲିମ ଖାଁ (ଜଗୁ)ଙ୍କ ଘରେ ଥିବା ସର୍ଭିସ ରିଭଲଭର ଓ କାର ଚାବିକୁ ଜବତ୍‌ କରିଥିଲା। ଘଟଣାକୁ ୧୩ଦିନ ବିତିଯାଇଥିଲେ ବି ପୁଲିସ ଏହି ଘଟଣାରେ ଜଣେ ହେଲେ ଦୁର୍ବୃତ୍ତଙ୍କୁ ଗିରଫ କରି ନ ପାରିବା ଅଭାବନୀୟ ସ୍ଥିତି ସୃଷ୍ଟି କରିଛି। ଏହି ଘଟଣରେ ୨୦ରୁ ଅଧିକ ଦୁର୍ବୃତ୍ତ ସଂପୃକ୍ତ ଥିବା ଚର୍ଚ୍ଚା ହେଉଛି। ଅନ୍ୟପଟେ ଗତକାଲି କାଠ ଜବତ୍‌ ଘଟଣାକୁ ନେଇ ବଡ଼ମ୍ବା ରେଞ୍ଜରଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାରେ ଉଭୟ ବନବିଭାଗ ଓ ଗ୍ରାମବାସୀ ଆହତ ହୋଇଥିଲେ। କିନ୍ତୁ, ଏହି ଘଟଣାରେ ପୁଲିସ କେବଳ ଦୁଇଟି ମାମଲା ରୁଜୁ କରି ଚୁପ୍‌ ବସିଛି। ଏଯାଏ କାହାରିକୁ ଗିରଫ କରିପାରିନି।

ସେହିପରି କରୋନା ନିୟମକୁ ଅମାନ୍ୟ କରି ଗତବର୍ଷ ଡିସେମ୍ବର ୩୧ ତାରିଖ ତିଗିରିଆ ଥାନା ପଙ୍କାଳ ଛକ ନିକଟରେ ଜିରୋ ନାଇଟ୍‌ ସେଲିବ୍ରେସନ୍‌ ସହ ନୃତ୍ୟଗୀତ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏ ସମ୍ପର୍କରେ ସୂଚନା ପାଇ ତିଗିରିଆ ଥାନା ଆଇଆଇସି ଘଟଣାସ୍ଥଳରେ ପହଞ୍ଚି କାର୍ଯ୍ୟକ୍ରମକୁ ବନ୍ଦ କରାଇଥିଲେ। ଆଇଆଇସି ପାଟ୍ରୋଲିଂ ସାରି ରାତି ପ୍ରାୟ ସାଢ଼େ ୧୦ଟାରେ ଫେରୁଥିଲା ବେଳେ ଦୁର୍ବୃତ୍ତ ପୁଲିସ ଗାଡ଼ି ଉପରକୁ ବୋମାମାଡ଼ କରିଥିଲେ। ଫଳରେ ପୁଲିସ ଗାଡ଼ି କ୍ଷତିଗ୍ରସ୍ତ ହୋଇଥିଲା। ଏହି ଘଟଣାକୁ ବର୍ଷେ ପୂରିବାକୁ ବସିଥିବାବେଳେ ଗତ ୭ତାରିଖ ଦିନ ପୁଲିସ ଜେମାଦେଇପୁରର ପ୍ରଶାନ୍ତ ସେଠୀ (୪୦)କୁ ଗିରଫ କରିଛି। ସେହିପରି ଅବକାରୀ ବିଭାଗ ଉପରେ ହୋଇଥିବା ଦୁଇଦୁଇ ଥର ଆକ୍ରମଣ ଘଟଣାରେ ବି ପୁଲିସ ଯଦିଓ ଅଭିଯୁକ୍ତଙ୍କୁ ଗିରଫ କରିଛି, ତେବେ ସେଥିପାଇଁ ବହୁ ବିଳମ୍ବ ହୋଇଛି। ଗତମାସରେ ବଡମ୍ବା ତହସିଲଦାରଙ୍କ ଗାଡ଼ିରେ କେହି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିଲା। କିନ୍ତୁ, ସେହି ଘଟଣାରେ ବି ଆଜି ପର୍ଯ୍ୟନ୍ତ କୌଣସି ପଦକ୍ଷେପ ଗ୍ରହଣ କରିପାରିନି ପୁଲିସ। ଏଭଳି ବିଭିନ୍ନ ଘଟଣାରେ ପୁଲିସ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରୁ ନଥିବାରୁ ଅପରାଧୀଙ୍କର ସାହସ ବଢି ଚାଲିଥିବା କୁହାଯାଉଛି।

ଅନ୍ୟପଟେ ଉପଖଣ୍ଡରେ ମାଣିଆବନ୍ଧ ଓ ଯୋଡୁମ ଫାଣ୍ଡିକୁ ଥାନାର ମାନ୍ୟତା ମିଳିଥିବାବେଳେ ଆଜି ପର୍ଯ୍ୟନ୍ତ ଥାନା ଘୋଷଣା କେବଳ ଘୋଷଣାରେ ଅଟକି ରହିଛି। ବଡମ୍ବା ଥାନାରେ ଥାନା ଅଧିକାରୀ ପଦ ଗତମାସରୁ ଖାଲି ପଡିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।