ଖେଳ ଦେଶ ବିଦେଶ

ଭାରତରେ ପହଁଚିଲା ଦକ୍ଷିଣ ଆଫ୍ରିକା ଟିମ୍, ୯ ତାରିଖରେ ଖେଳିବ ପ୍ରଥମ ଟି୨୦

ନୂଆଦିଲ୍ଲୀ ୦୨/୦୬: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଜୁନ ୯ରୁ ଟି୨୦ ସିରିଜ୍ ଆରମ୍ଭ ହେବ । ଏଥିପାଇଁ ଗୁରୁବାର ଭାରତରେ ପହଁଚିଛି ଦକ୍ଷିଣ ଆଫ୍ରିକା ଟିମ୍ । ଉଭୟ ଦେଶ ମଧ୍ୟରେ ପ୍ରଥମ ଟି୨୦ ଦିଲ୍ଲୀରେ ଖେଳାଯିବ । ଆଇପିଏଲ ଖେଳିଥିବ କ୍ୱିଣ୍ଟନ ଡିକକ୍, ଡେଭିଡ୍ ମିଲର ଓ କାଗିସୋ ରାବଡା ପୂର୍ବରୁ ଭାରତରେ ଅଛନ୍ତି ।

ଟି୨୦ ସିରିଜ୍ ପାଇଁ ଦକ୍ଷିଣ ଆଫ୍ରିକା ଟିମ୍ ଅନେକ ଯୁବ ଖେଳାଳିଙ୍କୁ ସୁଯୋଗ ଦେଇଛି । ଏଥିରେ ଟ୍ରିଷ୍ଟିୟନ ଷ୍ଟସ୍ ସାମିଲ ଅଛନ୍ତି । ସେ ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖେଳିଥିଲେ । ସେ ୨ଟି ମ୍ୟାଚ୍ ଖେଳି ମାତ୍ର ୨ ରନ୍ କରିଥିଲେ । ଏବେ ସେ ଭାରତ ବିପକ୍ଷ ଟି୨୦ ସିରିଜରେ ଭଲ ପ୍ରଦର୍ଶନ କରିବା ଲକ୍ଷ୍ୟରେ ରହିବେ ।

ଭାରତକୁ ପରାସ୍ତ ପାଇଁ ପ୍ରୟାସ କରିବୁ- ବାଭୁମା

ଦକ୍ଷିଣ ଆଫ୍ରିକା ଅଧିନାୟକ ଟେମ୍ବୋ ବାଭୁମା କହିଛନ୍ତି ଯେ, ଚଳିତ ବର୍ଷ ଟି୨୦ ବିଶ୍ୱକପ ଖେଳାଯିବ । ସେ ଦୃଷ୍ଟିରୁ ଭାରତ ଗସ୍ତ ଖୁବ୍ ଗୁରୁତ୍ୱ ବହନ କରୁଛି । ଏହି ସିରିଜ୍ ଜିତିବାକୁ ଚେଷ୍ଟା କରିବୁ । ଭାରତକୁ ସବୁଠାରୁ ଅଧିକ ମ୍ୟାଚ୍ ବିଜୟୀ ରେକର୍ଡକୁ ରୋକିବାକୁ ସେମାନେ ଚେଷ୍ଟା କରିବେ ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ, ଚଳିତ ବର୍ଷ ଆରମ୍ଭରେ ଦକ୍ଷିଣ ଆଫ୍ରିକା ଗସ୍ତ କରିଥିଲା । କିନ୍ତୁ ଦଳ ଟେଷ୍ଟ୍ ଓ ଦିନିକିଆ ସିରିଜ ହାରିଥିଲା । ଏବେ ଦଳ ପ୍ରତିଶୋଧ ଲକ୍ଷ୍ୟରେ ରହିବ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ