ଖେଳ ରାଜ୍ୟ

ବାରବାଟୀରେ ଟି-୨୦ ମ୍ୟାଚ୍ ନେଇ ହାଇକୋର୍ଟରେ ମାମଲା : ମ୍ୟାଚ୍ ବନ୍ଦ କରିବାକୁ ଆବେଦନ

କଟକ ୧।୬: କଟକ ବାରବାଟୀ ଷ୍ଟାଡିୟମରେ ହେବକୁ ଥିବା ଟି-୨୦ ମ୍ୟାଚକୁ ନେଇ ହାଇକୋର୍ଟରେ ରୁଜୁ ହେଲା ମାମଲା । ଟି-୨୦ ମ୍ୟାଚ୍ ବନ୍ଦ କରିବାକୁ ପିଟିସନରେ ଆବେଦନ କରାଯାଇଛି । ବାରବାଟୀ ଷ୍ଟାଡିୟମରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନଥିବା ନେଇ ପିଟିସନରେ ଉଲ୍ଲେଖ ରହିଛି । ତେବେ ଭୁବନ ବାସିନ୍ଦା ସଞ୍ଜୟ ନାୟକ ଆବେଦନ କରିଥିବା ଜଣାପଡିଛି ।

ଅନ୍ୟପଟେ ବାରବାଟୀ ଟି-୨୦ ମ୍ୟାଚ୍ ପାଇଁ ଟିକେଟ୍ ବିକ୍ରିକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି । ବୁଧବାର ଦିନ ୧୧ଟାରେ ଅନଲାଇନ୍ ଟିକେଟ୍ ବିକ୍ରି ହେବ ବୋଲି କୁହାଯାଇଥିଲା କିନ୍ତୁ ଟିକେଟ୍ ବିକ୍ରି ଆରମ୍ଭ ହୋଇ ପାରିନଥିବାରୁ ଅସନ୍ତୋଷ ପ୍ରକାଶ ପାଇଥିଲା। ଅନଲାଇନ୍‌ରେ ଟିକେଟ୍ ଉପଲବ୍ଧ ନହେବାରୁ କ୍ରିକେଟ୍ ଫ୍ୟାନ୍ସଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା ।

ସେପଟେ କିନ୍ତୁ ବୈଷୟିକ ତ୍ରୁଟି ଯୋଗୁଁ ବିଳମ୍ବ ହୋଇଥିବା ଏବଂ ଶୀଘ୍ର ଏହାର ସମାଧାନ କରାଯିବା ବୋଲି ଓସିଏ କର୍ତ୍ତୃପକ୍ଷ କହିଥିଲେ । ପେଟିଏମ୍ ଆପ୍ କିମ୍ବା www.insider.inରେ ଲଗଇନ କଲେ ମିଳିବ ଟିକେଟ୍ । ବୁକିଂ ପାଇଁ ପରିଚୟ ପତ୍ର ଅପଲୋଡ୍ କରିବାକୁ ହେବ । ୫ ହଜାର ଟିକେଟ୍ ଅନଲାଇନରେ ଉପଲବ୍ଧ ହେବ । ଜଣଙ୍କୁ ଦୁଇଟି ଲେଖାଏଁ ଟିକେଟ୍ ମିଳିବ ।

ଟିକେଟ୍ ବୁକିଂ ପାଇଁ ନିଜର ଆଇଡି ପ୍ରୁଫ, ଫୋନ୍ ନମ୍ବର ଏବଂ ଇ-ମେଲ୍ ଆଇଡି ଦେବାକୁ ହେବ । ବୁକ୍ କରିଥିବା ଅନଲାଇନ୍ ଟିକେଟ୍ ଗୁଡିକୁ ଜୁନ୍ ୯, ୧୦, ୧୧ ଓ ୧୨ ତାରିଖରେ ସଂଗ୍ରହ କରିହେବ। ଗ୍ୟାଲେରୀ ନମ୍ବର ୨, ୪, ୭ ସହ ସ୍ପେଶାଲ ଏନକ୍ଲୋଜର, ନ୍ୟୁ-ପାଭେଲିୟନ ଏବଂ ଏସି ବକ୍ସ ପାଇଁ ଇନଲାଇନରେ ଟିକେଟ୍ ବିକ୍ରି ହେବ । କଟକ ବାରବାଟୀରେ ଜୁଜ୍ ୧୨ରେ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ ଟି-ଟ୍ବେଣ୍ଟି ମ୍ୟାଚ୍ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ