ରାଜ୍ୟ ସ୍ପେଶାଲ ରିପୋର୍ଟ

ବାବୁ ପଢ଼ିବେ ବିପର୍ଯ୍ୟୟ ପାଠ, ଗ୍ରୁପ୍‌ ‘ଏ’ରୁ ‘ଡି’ ପର୍ଯ୍ୟନ୍ତ କର୍ମଚାରୀ ସାମିଲ ହେବେ

ଭୁବନେଶ୍ବର : ଓଡ଼ିଶା ସରକାରଙ୍କ ଅଧୀନରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କୁ ବିପର୍ଯ୍ୟୟ ଓ ମହାମାରୀ ପରିଚାଳନା ସମ୍ପର୍କିତ ଶିକ୍ଷା ପ୍ରଦାନ କରାଯିବ। ଗ୍ରୁପ୍‌-୧ରୁ ଆରମ୍ଭ କରି ଗ୍ରୁପ୍‌-ଡି ପର୍ଯ୍ୟନ୍ତ ପ୍ରାୟ ୭ ଲକ୍ଷ କର୍ମଚାରୀଙ୍କୁ ଅନ୍‌ଲାଇନ୍‌ରେ ଏହି ପାଠ୍ୟକ୍ରମ ସମ୍ପର୍କରେ ତାଲିମ ଦିଆଯିବ। ଏହି ପାଠ୍ୟକ୍ରମର ଅବଧି ୩ରୁ ୬ମାସ ମଧ୍ୟରେ ରହିବ। ଆସନ୍ତା ୩ ବର୍ଷ ମଧ୍ୟରେ ସମସ୍ତ କର୍ମଚାରୀଙ୍କୁ ତାଲିମ ଦେବାକୁ ନିଷ୍ପତ୍ତି ନିଆଯାଇଛି। ପାଠ୍ୟକ୍ରମ ରୂପ‌ରେଖ ପ୍ରସ୍ତୁତ କରିବା ସହ କିଭଳି ଭାବେ ତାଲିମ ଦିଆଯିବ, ସେନେଇ ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ବବିଦ୍ୟାଳୟ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ପାଠ୍ୟକ୍ରମର ରୂପରେଖ ପ୍ରସ୍ତୁତ ଲାଗି ମଙ୍ଗଳବାର ୯ଜଣିଆ ବିଶେଷଜ୍ଞ କମିଟିର ବୈଠକ ଭୁବନେଶ୍ବରସ୍ଥିତ ଓସ୍‌ଡମା କାର୍ଯ୍ୟାଳୟରେ ଅନୁଷ୍ଠିତ ହେବ।

ବିଶେଷଜ୍ଞ କମିଟିରେ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ(ଓସ୍‌ଡମା)ର ପରିଚାଳନା ନିର୍ଦ୍ଦେଶକ ଜ୍ଞାନ ଦାଶ, କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ସୁସ୍ମିତା ବେହେରା, ମୁଖ୍ୟ ସାଧାରଣ ପରିଚାଳକ ସବ୍ୟସାଚ୍ଚୀ ହୋତା, ରାଜ୍ୟ ପ୍ରକଳ୍ପ ଅଧିକାରୀ ଗୌରୀଶଙ୍କର ମିଶ୍ର ରହିଛନ୍ତି। ଏମାନଙ୍କ ବ୍ୟତୀତ ଉତ୍କଳ ବିଶ୍ବବିଦ୍ୟାଳୟ ଭୂ-ତତ୍ତ୍ବ ବିଭାଗ ପ୍ରଫେସର ସ୍ବରୂପ ଗୋସ୍ବାମୀ, ଆଇଆଇଟି ଭୁବନେଶ୍ବରର ସ୍କୁଲ ଅଫ୍‌ ଆର୍ଥ, ଓସନ୍‌ ଓ କ୍ଲାଇମେଟ୍‌ ସାଇନ୍ସ ବିଭାଗର ଆସୋସିଏଟ୍‌ ପ୍ରଫେସର ସନ୍ଦୀପ ପଟ୍ଟନାୟକ, ଫକୀରମୋହନ ବିଶ୍ବବିଦ୍ୟାଳୟ ଭୂଗୋଳ ବିଭାଗ ପ୍ରଫେସର ମନୋରଞ୍ଜନ ମିଶ୍ର, ରେଭେନ୍ସା ବିଶ୍ବବିଦ୍ୟାଳୟ ଅର୍ଥନୀତି ବିଭାଗ ଆସୋସିଏଟ୍‌ ପ୍ରଫେସର ମନୋଜ କୁମାର ଦାସ, ଉତ୍କଳ ବିଶ୍ବବିଦ୍ୟାଳୟ ଭୂଗୋଳ ବିଭାଗ ମୁଖ୍ୟ ପ୍ରଫେସର କୃଷ୍ଣଚନ୍ଦ୍ର ରଥ ରହିଛନ୍ତି। ଏକାଡେମିକ କନ୍‌ସଲ୍‌ଟାଣ୍ଟ ମୋନା‌ଲିସା ମହାପାତ୍ର କମିଟିର ସଂଯୋଜକ ରହିଥିବା ଜଣାପଡ଼ିଛି। ତେବେ ବିପର୍ଯ୍ୟୟ ଓ ମହାମାରୀ ପରିଚାଳନା ଉପରେ ପାଠ୍ୟକ୍ରମ ପ୍ରସ୍ତୁତ ହେଉଥିଲେ ମଧ୍ୟ ସେଥିରେ ଭାରତୀୟ ପାଣିପାଗ ବିଭାଗର କୌଣସି ଅଧିକାରୀଙ୍କୁ ସାମିଲ କରାଯାଇନାହିଁ। ଏମିତିକି ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ(ଓୟୁଏଟି)ର କୌଣସି ପ୍ରଫେସର କମିଟିରେ ନ ରହିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି।

ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ଅର୍କ କୁମାର ଦାସ ମହାପାତ୍ର କହିଛନ୍ତି ଯେ ୨୦୨୩-୨୪ ଶିକ୍ଷାବର୍ଷଠାରୁ ଆରମ୍ଭ ହେବାକୁ ଥିବା ଏହି ପାଠ୍ୟକ୍ରମ ଲାଗି ଆସନ୍ତାକାଲି ପ୍ରାରମ୍ଭିକ ବୈଠକ ରହିଛି। ରାଜ୍ୟ ସରକାର ଏଥିରେ ସଂଶ୍ଲିଷ୍ଟ ରହିଛନ୍ତି ଏବଂ ବର୍ଷେ ହେଲା କାର୍ଯ୍ୟ କରୁଛୁ। ବ୍ୟାଚ୍‌ ଅନୁଯାୟୀ ତାଲିମ ଦିଆଯିବ। ଏଥିରେ କୋଚିଂ ଓ ‌ତାଲିମ ବ୍ୟବସ୍ଥା ରହିଛି। ଯାହାକି ୩ରୁ ୬ମାସ ଲେଖାଏଁ ରହିବ। ଗୁଣାତ୍ମକ ପାଠ୍ୟକ୍ରମ ପ୍ରସ୍ତୁତ ଦିଗରେ ସମସ୍ତଙ୍କ ସହଯୋଗ ନିଆଯାଇଛି। ୩ବର୍ଷ ମଧ୍ୟରେ ସମସ୍ତ ଅଧିକାରୀଙ୍କୁ ପାଠ୍ୟକ୍ରମ ସମ୍ପର୍କରେ ତାଲିମ ଦେବାକୁ ଲକ୍ଷ୍ୟ ରଖିଛୁ। ପରବର୍ତ୍ତୀ ସମୟରେ ସମସ୍ତଙ୍କ ପାଇଁ ଓପନ୍‌ କରାଯିବ। ଅନ୍ୟ ରାଜ୍ୟରେ ମଧ୍ୟ ଏହି ପାଠ୍ୟକ୍ରମ ପ୍ରଚଳନ କରିବାକୁ ଲକ୍ଷ୍ୟ ରଖିଛୁ। ପାଠ୍ୟକ୍ରମ ପ୍ରସ୍ତୁତ ଲାଗି ବିଶେଷଜ୍ଞ କମିଟିରେ ବହୁତ କମ୍‌ ସଦସ୍ୟ ରହିଛନ୍ତି। ବାକି ୪୦ରୁ ଅଧିକ ବିଶେଷଜ୍ଞ ରହିଛନ୍ତି। ଏନ୍‌ଡିଏମ୍‌ଏଠାରୁ ବି ସହଯୋଗ ନିଆଯାଇଛି। ଆଇଏମ୍‌ଡି ଅଧିକାରୀଙ୍କୁ ବି ଏଥିରେ ସାମିଲ କରିବା ନେଇ ବିଚାର କରାଯିବ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।