କଳା ଓ ସଂସ୍କୃତି ରାଜ୍ୟ

ବାବା ଧବଳେଶ୍ୱରଙ୍କ ପାଖରେ ଲାଗି ହେଲା ଗଜଭୋଗ

ଖୁଣ୍ଟୁଣୀ : କଟକ ଜିଲ୍ଲା ଆଠଗଡ଼ସ୍ଥିତ ପ୍ରସିଦ୍ଧ ଶୈବପୀଠ ଧବଳେଶ୍ୱରରେ ବାବା ଧବଳେଶ୍ୱରଙ୍କ ପାଖରେ ଗଜଭୋଗ ଲାଗି ହୋଇଛି। ରାତି ୩ଟାରେ ଗଜ ଭୋଗ ଉଠିଥିବା ଜଣାଯାଇଛି। ଗୁରୁବାର କାର୍ତ୍ତିକ ଶୁକ୍ଳ ଚତୁର୍ଦ୍ଦଶୀରେ ବାବା ଧବଳେଶ୍ବରଙ୍କ ହରିହର ବେଶ ଅନୁଷ୍ଠିତ ହେଉଛି।
ଗତକାଲି ବଡ଼ଓଷା ପର୍ବ ପାଳନ ହୋଇଛି। କୋଭିଡ କଟକଣା ଅନୁଯାୟୀ ବିନା ଭକ୍ତରେ ନୀତିକାନ୍ତି ହେବା ସହିତ ପ୍ରଭୁ ଶ୍ରୀ ଶ୍ରୀ ଧବଳେଶ୍ୱରଙ୍କ ଭୁବନ ବିଖ୍ୟାତ ବଡ଼ ସିଙ୍ଗାର ବେଶ ଅନୁଷ୍ଠିତ ହୋଇଥିଲା। ପାରମ୍ପରିକ ବଡ଼ଓଷା ନୀତି ଭୋର ୪ଟାରୁ ଆରମ୍ଭ ହୋଇଥିଲା। ବିଭିନ୍ନ ସୁଗନ୍ଧିତ ପୁଷ୍ପ, ଚାନ୍ଦିର ପଦ୍ମ, ଚନ୍ଦ୍ର, ତ୍ରିଶୂଳ, ଡ଼ମ୍ବରୁ, ନାଗ, ମୁକୁଟ ଓ ସୁବର୍ଣ୍ଣ ଚମ୍ପା ଆଦି ଆଭୂଷଣରେ ଶ୍ରୀ ଧବଳେଶ୍ବରଙ୍କ ଦୁର୍ଲ୍ଲଭ ବଡ଼ ସିଙ୍ଗାର ବେଶ କରାଯାଇଛି।
ଗତକାଲି ପୂର୍ବାହ୍ନରେ ପାଳୁଅ ଭୋଗ, ରାତ୍ର ପ୍ରଥମ ପ୍ରହରରେ ଦହି ପଖାଳ ଲାଗି କରାଯାଇଥିବା ବେଳେ ରାତି ୩ଟାରେ ଗଜ ଭୋଗ ଉଠିବା ବ୍ୟବସ୍ଥା କରାଯାଇଥିଲା। ବଡ଼ଓଷା ଗଜ ଭୋଗ ପାଇଁ ପୀଠର ରୋଷ ଗୃହରେ ସେବକମାନେ ଶୁଦ୍ଧପୂତ ଭାବରେ ଢିଙ୍କିକୁଟା ଅରୁଆ ଚାଉଳ ଚୁନାକୁ ଯନ୍ତି ସେଥିରେ ମୁଗ, ନଡ଼ିଆ, ଗୁଡ଼ ମିଶ୍ରିତ କଳାପୁର ଦେଇ ଗଜଭୋଗ ଓ ତରଣ ପ୍ରସ୍ତୁତ କରିଛନ୍ତି। ତ୍ରୟୋଦଶୀ-ଚତୁର୍ଦଶୀର ସନ୍ଧିକ୍ଷଣ ସମୟ ପ୍ରତ୍ୟୁଷ ସାଢେ ୩ଟାରୁ ୪ଟା ମଧ୍ୟରେ ଧବଳେଶ୍ବର ମହାଦେବଙ୍କ ନିକଟରେ ବଡ଼ଓଷାର ପ୍ରିୟ ଭୋଗ ଗଜଭୋଗ ଓ ତରଣ ଲାଗି କରାଯାଏ ବୋଲି ପୂଜକ ସମାଜ ସଭାପତି ବିଷ୍ଣୁଚରଣ ପତ୍ରୀ ସୂଚନା ଦେଇଛନ୍ତି। ଆଠଗଡ଼ ଉପ ଜିଲ୍ଲାପାଳ ତଥା ଦେବୋତ୍ତର ମୁଖ୍ୟ ହେମନ୍ତ କୁମାର ସ୍ୱାଇଁ, ତହସିଲଦାର ପ୍ରିୟବ୍ରତ ଦାସ ପୀଠରେ ଉପସ୍ଥିତ ରହି ସମସ୍ତ ନୀତିକାନ୍ତି ଓ କଟକଣା ବ୍ୟବସ୍ଥାର ତଦାରଖ କରୁଛନ୍ତି।
ସୂଚନାଯୋଗ୍ୟ ଯେ କରୋନା କଟକଣା ପାଇଁ ଦୁଇ ବର୍ଷ ହେଲା ଏଭଳି ବିନା ଭକ୍ତରେ ଧବଳେଶ୍ବରଙ୍କ ପୀଠରେ ଏଭଳି ନୀତି ପାଳିତ ହେଉଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
କଳା ଓ ସଂସ୍କୃତି

ରୁଦ୍ରାକ୍ଷ ଧାରଣ କରିବା ପୂର୍ବରୁ ଜାଣନ୍ତୁ ଏହାର ଧାର୍ମିକ ମହତ୍ୱ

ରୁଦ୍ରାକ୍ଷ ଏକମାତ୍ର ଏମିତି ଫଳ ଯାହାର ଧର୍ମ, କର୍ମ, ଅର୍ଥ ଏବଂ ମୋକ୍ଷ ପ୍ରଦାନ କରିବାରେ ମହତ୍ଵପୁର୍ଣ ଭୂମିକା ରହିଛି | ଶିବ ପୁରାଣ, ପଦ୍ମା ପୁରାଣ,